ଏହିଭଳି ସେ ଥିଲେ ଜଣେ ସାଧାରଣ ପ୍ରାଥମିକ ସ୍କୁଲ ଶିକ୍ଷକ । କିନ୍ତୁ ପିଲାଙ୍କ ପାଇଁ ଜଣେ ଯାଦୁକର , ବାପାମାଆଙ୍କର ଆଖିରେ ଜଣେ ନିର୍ଭର ଯୋଗ୍ଯ ସଫଳ ଶିକ୍ଷକ । ସମାଜ ଆଖିରେ ଜଣେ ସଚେତନ ଗୁରୁ । ଜାତି ପାଖରେ ଜଣେ ସମ୍ମାନାସ୍ପଦ ଶିକ୍ଷକ । ପାରଳା ମହାରାଜାଙ୍କ ଷୋକ ଶାସନରୁ ଗୋଟିଏ ଗାଁ 'ବୁଦୁରା' । ପାରଲାରୁ ପିଁତିରିଶି କିଲୋମିଟର ଦୂରରେ ଏହି ବ୍ରାହ୍ମଣ ଶାସନ । ଶ୍ରୀ ଭାଗୀରଥି ମିଶ୍ରେ ଥିଲେ ଜଣେ ଗୃହୀ -ସନ୍ନ୍ଯାସି । ତାଙ୍କର ହିତଭାଷୀ ମିତଭାଷୀ ସ୍ବଭାବ ସ ହିତ ଘୋର ଦାରିଦ୍ର୍ଯ ବି ତାଙ୍କ ପାଇଁ ଥିଲା ଭୂଷଣ । ଗାଁରେ ଅଣରାସୀରୁ ପାରଳା ଯାଏ ତାଙ୍କର ଥାଏ ସ୍ବତନ୍ତ୍ର ସମ୍ମାନ । ଗାଁ ଦେଉଳରେ ରମଲେଙ୍ଗେଶ୍ବର ଙ୍କ ସେବା ଅରାଧାନରେ ତାଙ୍କର ଦିହଳ କଟିଯାଏ । ୧୯୧୩ ମସିହା ଜାନୁଆରୀ ମାସ ବାର ତାରିଖ, ମକର ସଂକ୍ରାନ୍ତି ଦିନ ଲକ୍ଷ୍ମୀନାରାୟଣ ଜନ୍ମ ହୁଅନ୍ତି, ଭାଗୀରଥିଙ୍କ ପ୍ରଥମ ଓ ଏକମାତ୍ର ପୁତ୍ର ସନ୍ତାନ ରୁପେ ସ୍କୁଲରେ ୫ମ ଶ୍ରେଣୀ ପଡ଼ା ଶେଷ ହେବା ପରେ ସେ ଇଂରେଜୀ ପଢ଼ିବାକୁ ବସିଲେ । ଦାଦା ନିଜେ ପୁଅକୁ ନେଇ ପାରଳା ହାଇସ୍କୁଲରେ ନାମ ଲେଖାଇ ଦେଲେ । ବସା ସଞ୍ଚା ଠିକଣା କରି ଘରକୁ ଫେରିଲେ । ତା'ର ବର୍ଷ ମହାରାଜାଙ୍କ ଛାତ୍ରାବାସରେ ରହି ମାଗଣା ଖାଇ ପଢ଼ିବାର ବ୍ଯବସ୍ଥା ହେଲା । କିନ୍ତୁ ସରଳଦେବୀଙ୍କ 'ବ୍ରିଟିଶ୍ ବିରୋଧି' ସଭାରେ ଯୋଗ ଦେଇଥିବା ଯୋଗୁଁ ଛାତ୍ରାବାସରୁ ସେ ତଡ଼ା ଖାଇଲେ । ପଢ଼ାରେ ବିଘ୍ନ ଘଟିଲା। ପରେ ପରେ ମଞୁଷା ରାଜା ବିଦ୍ଯା ବିନୋଦୀ ଶ୍ରୀନିବାସ ରାଜମଣି ବ୍ରହ୍ମ୍ ପୁରର ଆଇନ ଜୀବୀ ଶ୍ରୀ ବିଶ୍ବନାଥ ଦାସ (ପରେ ଓଡ଼ିଶାର ମୁଖ୍ଯମନ୍ତ୍ରୀ ) ଧରାକୋଟ ରାଜାସାହେବ ଶ୍ରୀମଦନମୋହ ନ ସିଂହ, ପାରଳାର ଦେବାନ ମାନ୍ଧାତି ଗୋରାଚାନ୍ଦ ପଟ୍ଟନାୟକ, ଟିକାଳାର ବଦାସନ୍ଯ ବ୍ଯକ୍ତି ଶ୍ରୀ ଶ୍ଯାମ ସୁନ୍ଦର ଗନ୍ତୟତଙ୍କ ଠାରୁ ଆରମ୍ଭ କରି ସାମ୍ବଦିକ ଶ୍ରୀ ଶଷିଭୂଷଣ ରଥ ତ ଥା କଟକ ପ୍ଯାରୀମୋହ ନ ଏକାଡ଼େମୀର ପ୍ରଧାନ ଶିକ୍ଷକ ଶ୍ରୀ ବନମାଳୀ ମିଶ୍ରଙ୍କି ଠାରୁ ସାହାଯ୍ଯ ପ୍ରାପ୍ତ ହୋଇ ସେ ଦଶମ ଶ୍ରେଣୀ ପର୍ଯ୍ଯନ୍ତ ପଢ଼ା ପଢ଼ିକଲେ । କିନ୍ତୁ ଆର୍ଥିକ ଅଭାବ ତ ଥା ସ୍ବାସ୍ଥ୍ଯହାନି ଯୋଗୁଁ ହାଇସ୍କୁଲ ପଢ଼ ଶେଷ କରି ପରିଲେ ନାହିଁ । ଫକୀର କୌଣସି ସମ୍ଭାବନା ନ ରହିବାରୁ ଚାକିରୀ ଆଡ଼େ ମୁହିକଲେ । ଶିକ୍ଷକମାନଙ୍କର ସାହାଯ୍ଯ,ସ ହାନୁଭୁତି, ଶ୍ରଦ୍ଧା, ସ୍ନେହ ପାଇ ପାଠ ପଢ଼ିଥିବା ଲକ୍ଷ୍ମୀ ନାରାୟଣଙ୍କ ମନରେ ସିକ୍ଷକତା ।
ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୦୭
ଦେଖଣା