ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସମାଜ ସେବୀ ଶିକ୍ଷକ ଲକ୍ଷ୍ମୀନାରାୟଣ ମିଶ୍ର କାଳୀକିଙ୍କର ମିଶ୍ର "ମାଟିର ଦୀପାଳୀତି ପାଠର ଦେଉଳରେ, ଘିଅର ସଳିତାଟି ଜାଳି ଏ ଅନ୍ଧାରରେ , ବାଟ ଯେ ଦେଖା ଉଛି ପାହାଡ଼ ଜଙ୍ଗଲରେ ତାକୁ କି କେବେ କିଏ ଜୀବନେ ଭୁଲିପାରେ । (ଜଣେ ଛାତ୍ରଙ୍କ ଲେଖନୀରୁ ଶିକ୍ଷକ ଲକ୍ଷ୍ମୀନାରାୟଣଙ୍କ ଉଦ୍ଦେଶ୍ଯରେ ) ଲକ୍ଷ୍ମୀ ମାଷ୍ଟ୍ରେ ଏଇ ନାଁ ଟି ଅନ୍ଯ ମାନଙ୍କ ପାଇଁ ସାଧାସିଧା ଡ଼ାଳଟିଏ । ନାଁରେ ଥିଲା ତଡ଼ିତ୍ ପ୍ରବାହର ଚମକ ଆଉ ଶକ୍ତି । ଏଇ ଡ଼ାକରେ ଥିଲା କେତେ ଆଶ୍ବାସନା । ବାପା ମା, ଅଭିବାକମାନେ ପିଲାର ପଢ଼ାପଢ଼ି ନେଇ ଯେତେବେଳେ ଚିନ୍ତିତ ବିବ୍ରତ ବୋଧକରୁଥିଲେ ସେତେବେଳେ ଏଇ ଲକ୍ଷ୍ମୀମାଷ୍ଟ୍ରେ ଯାବତୀୟ ଗରିବ, ପାଠଚୋର, ନିର୍ବୁଦ୍ଧିଆ ଓ ଅଳ୍ପ ବୁଦ୍ଧିଆ ପିଲାଙ୍କର ବାପା ମାଆ ହୋଇ ଉଭା ହେ ଉଥିଲେ । ସେମାନଙ୍କର ପିଲାମାନଙ୍କ ପାଇଁ ତାଙ୍କରି ହାତ ଦେଇ ଅନ୍ଧରରେ ଆଲୋକର ରାହା ପା ଉ ଥିଲେ ବାପା, ମାଆମାନେ । ୧୯୪୩ରୁ ୧୯୬୧ ପର୍ଯ୍ଯନ୍ତ ଅଠର ବର୍ଷ କାଳ ରାୟଗଡ଼ ସ ହତଗ କି ଓଡ଼ିଆ, କି ତେଲୁଗୁ ,କି ସିନ୍ଧି , କି ମାର ଓଅଡ଼ି ସବୁ ଭାଷାଭାଷା ସବୁ ଜାତିଧର୍ମର ମାଆମାନଙ୍କପାଟିର ଉଚ୍ଚାରିତ ନାଁଟିଏ ଥିଲା, ଲକ୍ଷ୍ମୀ ମାଷ୍ଟ୍ରେ ' । ଛୋଟ ପୁଅଝିଅ କାନ୍ଦିଲେ , ଅଳି ଅଝଟ କଲେ , ଗାଧୁଆ, ମୁଣ୍ଡକୁଣ୍ଡା, ଖିଆ ସୁଅରେ ମାଅକୁ ହୋଇରାଣ କଲେ ମାଆ ତୁଣ୍ଡରୁ ଶୁଣାଯାଏ , "ହେଇ,ଲକ୍ଷ୍ମୀମାଷ୍ଟ୍ରେ ଆସିଲେଣି ଯେ, " ଲକ୍ଷ୍ମୀ ମାଷ୍ଟ୍ରେଙ୍କୁ କ ହୁଛି ରୁହ ।" ୟାକୁ ଲକ୍ଷ୍ମୀମାଷ୍ଟ୍ରେଙ୍କ ପାଖେ ଛାଡ଼ିଦିଅ । " ପିଲା ପଢ଼ା ବୟସର ହୋଇଗଲା " ବାପାମାଆଙ୍କର ଚିନ୍ତା ନଥିଲା । କାରଣ ଲକ୍ଷ୍ମୀ ମାଷ୍ଟ୍ର ଅଛନ୍ତି ।