ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହେଲା ତାହାର ପ୍ରାଣ କେନ୍ଦ୍ର । ନିଜକୁ ସର୍ବତୋଭାବରେ ସମାଜ ପାଇଁ ସମ ପି ଦେବା ହିଁ ଥିଲା ଯଜ୍ଞପୁର ବା ଯାଜପୁର ବା ବିରଳା ମଣ୍ଡକର ବାର୍ତ୍ତା। ସେଇଥିପାଇଁତ ବ ହୁଳ ବାରି ବିତରନ କରିବାର ଧର୍ମନେଇ ନ୍ଦୀ ମାତୃକା ଗ୍ରହ ଣ କଲା ବୈତରଣୀ ନାମ ଦୀର୍ଘତମାନଙ୍କ ଉନ୍ନତ ଚିନ୍ତାଧାରାରୁ। ଖାଲି ଜୀବନରେ ନୁହେଁ , ମୃତ୍ଯୁପରେ ମଧ୍ଯ ଅମର ପଥର ଯାତ୍ରା ପାଇଁ ବୈତରଣୀ କ୍ଷେତ୍ର ଉଦାର ଭାବରେ ପ୍ରସାରିତ କରିଦେଲା ତା'ର ବିପୁଳ ବକ୍ଷସ୍ଥଳୀ । ସେଇ ବିରଳ କ୍ଷେତ୍ରରେ ବିଖ୍ଯାତ ବାଣୀମଣ୍ଡପ ଆମ ଯାଜପୁର ହାଇସ୍କୁଲ । ଉକ୍ର୍ଲର ପ୍ରାଚୀନ ରାଜଧାନୀ , ଭୌମକର, କେଶରୀ ବଂଶର କୀର୍ତ୍ତିକଳା ସମୁଜ୍ଜ୍ବଳ ଯାଜପୁର ନ ଗରୀ ଯେ ଆମ ଆଦ୍ଯଜୀବନର ଲୀଳଖେଳାର କ୍ଷେତ୍ର ହୋଇପାରିଥିଲା , ତାହା ଆମ ପକ୍ଷରେ କମ ଗୌରବର କଥା ନୁହେଁ । ପୁଣି ଯାଜପୁର ଉପକଣ୍ଠ ଗୋହିରୀଟିକିରି ଭୁମି, ଯିଏ ସେଦିନ ଉଜ୍ଜଳ ଗଜପତି ସାମ୍ରାଜ୍ଯର ସ୍ବାଧୀନତାର ଅସ୍ତରବି ଦେଖି ମୁହ୍ଯମାଣ ହୋଇପଡ଼ିଥିଲା । ସେଇ ଭୁମି ଉପରେ ଆମେ ସବୁ ତରୁଣ ତରୁଣୀ ସ୍ବପ୍ନ ଦେଖୁଥିଲୁ ଆଉ ମନ୍ତ୍ର ଶୁଣୁଥିଲୁ ଭାରତ । ଆମ ପରି ଆଗାମୀ କାଲିର ନାଗରିକମାନଙ୍କୁ ଉଦବୋଧିତ, ଉଦବେଳିତ ଆଉ ଅଭିମନ୍ତ୍ରିତ କରି ରଖୁଥିଲା ସେଇ ମୁକ୍ତିମନ୍ତ୍ରର ମନ୍ଦ୍ରମଧୁର ଉଚ୍ଚାରଣ ।ଦ୍ବିତୀୟ ମହାଯୁଦ୍ଧର ଶେଷ ପ୍ରହର । ହିରୋସୀମା , ନାଗାସାକି ନ ଗର ରେ ଲୋମହର୍ଷଣକାରୀ ପରମାଣୁ ବୋମାମାଡ଼ର ବିଭୀଷିକା । ଆମ ପରି ଅଷ୍ଟମ ଶ୍ରେଣୀର ଛାତ୍ରମଣ୍ଡଳୀକୁ ସର୍ହପ୍ରଥମେ ଏଇ ବାର୍ତ୍ତା ଯିଏ ଶୁଣାଇଥିଲେ ଆଉ ଭଝାଇଥିଲେ ସେ ହେଉଛନ୍ତିଆମର ଅତି ଆପଣାର ଗୁରୁଜୀ ପୂଜ୍ଯ ନିମାଇଁ ବଲ୍ଲଭ ରାୟ ମହୋଦୟ ଅନୁଷ୍ଠାନର ସର୍ବକନିଷ୍ଠ ଆମ ଶ୍ରେଣୀର ଶିକ୍ଷକ ଭାବରେ ତାଙ୍କୁ ସେ ସମୟରେ ପାଇବା ଆମ ପାଇଁ ଥିଲା ଜଗନ୍ନନନୀ ବିରଜା ଦେବୀଙ୍କର ଅଦୃଶ୍ଯ ଆଶୀର୍ବାଦର ଫଳ । ବିରଜା ମନ୍ଦିର ଅତି ନିକଟବର୍ତ୍ତୀ କୁଆଁସରପୁର ଗ୍ରାମରୁ ସେ ସଦ୍ଯ ଅଭିପ୍ରେତ ହୋଇଥିଲେ ଯାଜପୁର ହାଇସ୍କୁଲର ଶିକ୍ଷକତାସେବାଯଜ୍ଞରେ ଆପଣାକୁ ଅଜାଡ଼ି ଦେବାକୁ । ତାଙ୍କୁ ପ୍ରଧାନଶିକ୍ଷକ ପରମ ପୂଜ୍ଯ ଅଚ୍ଯୁତାନନ୍ଦ ମିଶ୍ର ଏବଂ ସ ହକାରୀ ପ୍ରଧାନଶିକ୍ଷକ ମାନନୀୟ ନାରାୟଣ ଚନ୍ଦ୍ର ଘୋଷ ଓ ଅନ୍ଯ ବୟୋଜ୍ଯେଷ୍ଠ ସିକ୍ଷକମଣ୍ଡଳୀ ସେମାନଙ୍କର ପ୍ରିୟତମ ଛାତ୍ରଟିକୁ ପାଖକୁ ଆଣୀଥିଲେ ତାଙ୍କଠାରେ ଅସୀମ ସମ୍ଭାବନାର ସୂଚନା ପାଇ ।