ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଛବି ସମାଜସେବୀ ଶିକ୍ଷକ ବାମ ଚରଣ ଦାସ ପ୍ରଫେସର ଜଗନ୍ନାଥ ମହାନ୍ତି

୧୯୫୯ ମସିହା ଅଗଷ୍ଟ ମାସ । ବର୍ଷାଋତୁର ମେଘମେଦୁର ଆକାଶ । ବଣପାହାଡ଼ଘେରା ବାଣପୁରର ସବୁଜସୁନ୍ଦର ପରିବେଶ । ମୁଣ୍ଡଟେକି ଠିଆହୋଇଛି ସୋଲରୀ ଓ ଘଣ୍ଟଶିଳା ପାହାଡ଼ । ମଥାନକୁ ଛୁଇଁ ନୂଆ ମେଘର ଖେଳ । ବହିଯାଉଛି ଶଳିଆ ନଈଟି ଦୁରକୂଳ ଖାଲ । ଢ଼େଉରଙ୍ଗର ପାଣି ଉଛୁଲି ଉଠୁଛି ଧାନକ୍ଷେତ ଆଉ ପନିପରିବା କିଆରି ଭିତରେ ।

ବାଣପୁର ବଜାର ଭିତରେ ଧର୍ମଶାଳା । ତା'ର ଗୋଟିଏ କୋଠରୀରେ ମୁଁ ରହିଥାଏ । ପରୀ ଜିଲ୍ଲା ଅଧୀକ୍ଷକ ଙ୍କ ଅଫିସରେ ସର୍କଲ୍ ସବଇନସପେକ୍ଟର ଭାବରେ ଦାୟିତ୍ବ ନେଉଥାଏ । ମାତ୍ର କ୍ବାଟର୍ସ ଖାଲି ହୋଇନଥାଏ । ମୋ ପୂର୍ବରୁ ଥିବା ସବଇନସପେକ୍ଟର ମଧ୍ଯ ମୋତେ