ଚୈତନ୍ୟଙ୍କ ସମୟରୁ ଦେଖି ଆସିଲେ ହିଁ ବର୍ତ୍ତମାନ ପାଇଁ ଯଥେଷ୍ଟ ହେବ । କପିଳେନ୍ଦ୍ରଙ୍କ ବଙ୍ଗ-ବିଜୟ କାଳରୁ ବଙ୍ଗ ପ୍ରଦେଶରେ ଯେମିତି ଅନେକ ଓଡ଼ିଆ ଯାଇ ଘର କରି ରହିଲେ, ଚୈତନ୍ୟଙ୍କ ଓଡ଼ିଶା ବିଜୟ ସମୟରୁ ମଧ୍ୟ ବଙ୍ଗ ପ୍ରଦେଶର ଅନେକ ଲୋକ ଓଡ଼ିଶାକୁ ଉଠି ଆସିଲେ । ଓଡ଼ିଶାବାସୀ ବଙ୍ଗୀୟମାନେ ଯେମିତି ଭାବରେ ଆଜି ସୁଦ୍ଧା ଓଡ଼ିଆମାନଙ୍କଠାରୁ ପୃଥକ୍ ରହି ଅଛନ୍ତି, ବଙ୍ଗବାସୀ ଓଡ଼ିଆମାନେ ମଧ୍ୟ ଭାଷା ଓ ବ୍ୟବହାରରେ ସମ୍ପୂର୍ଣ୍ଣ ରୂପେ ବଙ୍ଗାଳି ହେଲେହେଁ-ଏପରିକି ଭଟ୍ଟାଚାର୍ଯ୍ୟ, ଚକ୍ରବର୍ତ୍ତୀ, ଧର, ନନ୍ଦୀ, କେଡ଼େ, ଭୁଡ଼ିଁ, ପୋଁଡ଼, ଭଦ୍ର, ଉପାଧ୍ୟାୟ, ହାଲ୍ଦାର, ଅଧିକାରୀ, ବେଦୀ, ତ୍ରିବେଦୀ ଓ ପାଠକ ପ୍ରଭୃତି ପଦବୀଗୁଡ଼ିକ* ସେଠାରେ ନିଜ ନିଜ ନାମ ସଙ୍ଗରେ ଯୁକ୍ତ କରିଥିଲେହେଁ - ଆଜି ସୁଦ୍ଧା ସେମାନେ ଦାକ୍ଷିଣାତ୍ୟ ବୈଦିକ ରୂପରେ ଚିହ୍ନିତ ହୋଇ ବଙ୍ଗର ରାଢ଼ ଓ ବରେନ୍ଦ୍ର ବ୍ରାହ୍ମଣଙ୍କ ସଙ୍ଗେ ଏ ପର୍ଯ୍ୟନ୍ତ ବୈବାହିକ ସମ୍ବନ୍ଧ ଆଦି କରି ନାହାନ୍ତି । ଓଡ଼ିଶାର ବଙ୍ଗୀୟମାନଙ୍କୁ ଯେମିତି ବେଶି ପରିମାଣରେ ମହାନଦୀ ଓ କାଠଯୋଡ଼ି କୂଳରେ ଘର କରି ରହିଥିବାର ଦେଖାଯାଏ, ବଙ୍ଗଳାର 'ଦାକ୍ଷିଣାତ୍ୟ ବୈଦିକମାନେ ସେମିତି ଗଙ୍ଗାର ଦୁଇ କୂଳରେ ହିଁ ବେଶି ସଂଖ୍ୟାରେ ଘର କରି ରହି ଅଛନ୍ତି ।
ଚୈତନ୍ୟଙ୍କ ସମୟରୁହିଁ ଦୁଇଟି ପ୍ରଦେଶର ଭାଗ୍ୟ ଏପରି ଭାବରେ ସଂଯୁକ୍ତ ହୋଇ ରହିଲା ଯେ,ତାହା ପରେ କଳାପାହାଡ଼ଙ୍କ
* "ବଙ୍ଗେ ଦାକ୍ଷିଣାତ୍ୟ ବୈଦିକ" ନାମକ ଗ୍ରନ୍ଥ ଦେଖନ୍ତୁ । ପ୍ରଣେତା-ଶ୍ରୀ କେଶବ ଚନ୍ଦ୍ର ଭଟ୍ଟାଚାର୍ଯ୍ୟ ।