ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପା'ଟି 'ଶୁଭୁଥାଏ "ବଦମାସ କୁର୍ଖ । କୁଳାଙ୍ଗାର କ ହୁଛି କ'ଣ ନା ମରିଗଲି ମରିଯା, ତୋ ମୁହଁ ମୁଁ ଚାହିବି ନାହିଁ। ତୋତେ ଆଜି ମାରିଦେଲେ ମୋର ଶାନ୍ତି । " ଏହି ଚିତ୍କାର, ଗାଳି ସାଙ୍ଗକୁ ଶୁଣାଯା ଉଥାଏ ବାଡ଼ିମାଚର ଚଡ଼ ଚଡ଼ ଶବ୍ଦ । ପୁ୮ଣି ଶିଶୁର ଚିତ୍କାର, ଛାତିଫ?ଟା ବିକଳ କ୍ରନ୍ଦନ ଓ ବିନମ୍ର ଅନୁରୋଧ, " ମରିଗଲି, ମରିଗଲି, କିଏ ଅଛ ମୋତେ ବଞ୍ଚାଅ-ଏ ସମସ୍ତ ଚିତ୍କାର ଶୁଣି ବାଟରେ ଯା ଉଥିବା ଲୋକେ ଧାଇଁ ଆସିଲେ । ଆଉ ଧାଇଁ ଆସିଲେ ବିଦ୍ଯାଳୟର ସିକ୍ଷକ ଓ ଛାତ୍ରଛାତ୍ରୀ ମାନେ।'ରୁହ ରୁହ, ପିଲାଟିକୁ କାହିଁକି ପିଟୁଛ? କନ୍ଦକର ନନ୍ଦକର, ତୁମେ କ'ଣ ପାଗଳ ହୋଇଗଲ? କ ହି ଉଠିଲେ ସମସ୍ତେ। ସେତେବେଳକୁ ପ୍ରାଧାନଶିକ୍ଷକ ମଢ଼ୁଆଳ ସାର ସେଠାରେ ପ ହ ଞ୍ଚିଗଲେଣି । " ଆରେ ମାରନା । କ'ଣ ହୋଇଛି କ ହ । ସେ ତ ଆମ ବିଦ୍ଯାଳୟର ଦ୍ବିତୀୟ ଶ୍ରେଣୀର ଛାତ୍ର । ତା'ର ଦୋଷ କ'ନ ? ତୁମେ ପାଗଳ ହୋଇଗଲନା କ'ଣ ବ୍ଯଥା ଭରା ପ୍ରାଣରେ କ ହି ଉଠିଲେ ମଢ଼ୁଆଳ ବାବୁ । " ପାଗଳ ନୁହେଁ ମୁଁ ହେଡ଼ ସାର ମୁଁ ପାଗଳନୁହେଁ । ଆଜି ତାକୁ ମାରିଦେବି। ଏଭଳି ପୁଅ ମରିଯିବା ଭଲ ଘରେ ସୃଷ୍ଟି କରିଛି ଭୀଷନ ଗୋଳମାଳ । ଭାଇ ଭ ଉଣୀ ସମସ୍ତଙ୍କୁ ବାଡ଼ ଉଛି। ସ୍କୁଲକଥା କ ହିଲେ ଲିତୁଛି । ପୁଣି ପିଲାତି ଆଡ଼କୁ ନିର୍ଦ୍ଦେଶ କରି କ ହିଲା " ଦେଖନ୍ତୁ ସାର, ବ ହୁ କଷ୍ଟରେ ତାକୁ ବାନ୍ଧିକି ଆଣିଛି ଏ ହି ଦ ଉଡ଼ିରେ । ଆଉ ଏଇ ଠେଙ୍ଗା ଓ ବେରୁନିଆ ଛଡ଼ି୮ ଗୁଡ଼ିକ ତା ପିଠିରେ ସାରିବି। ବେଇମାନ କୁଳାଙ୍ଗାର, ପୁଣି ନିସ୍ତୁକମାଡ଼। ଶୁଣ ଶୁଣ କ ହି ବାଡ଼ି ଛଡ଼େଇ ଆଣି ମଡଢ଼ୁଆଳ ସାର କ ହିଲେ ,'ତାର ଦୋଷ କ'ନ କୁହ । କାନ୍ଦ କାନ୍ଦ ହୋଇ ନରିଦାସ କ ହିଲା, ଦେଖନ୍ତୁ ସାର, ମୁଁ ଜନେ ଭିକାରୀ । ଭିକ ମାଗି ଯାଗା ଆନେ ସେଥିରେ ସାତ ପରାଣୀଙ୍କ ପେଟ ପୋଷେ । ଆଶା ଥିଲା, ପୁଅ ମୋର ପାଠ ପଢ଼ିବ, ବା ମଣିଷ ହେବ । ମୋର ଦୁଃଖ ଦୁରେ ଯିବା। କିନ୍ତୁ ସେ ଆଶା ପାଣି ଫୋଟକା ଭଳି ମିଳେଇ ଗଲା ସାର । କ ହୁ କ ହୁ ପୁଣି କାନ୍ଦି ପକାଇଲା ସେ । ପୁଣି କ ହିଲା, " ମୋତେ ବାଟ କଢ଼େଇ ଦିଅନ୍ତୁ ସାର । " "ବାଟ ଅଛି ନରିଦାସ । ତୁମେ ଅସ୍ଥିର ହୁଅନା ।" ସମସ୍ତେ ଅବାକ ହୋଇ ଶୁଣୁଥାନ୍ତି ମଢ଼ୁଆଳ ସାର ଓ ନରିଦାସଙ୍କ କଥୋପକଥନ ଏବଂ ଚାହିଁ ଥାନ୍ତି ନିସ୍ତେଜ ହୋଇ ତଳେ ପଡ଼ିଥିବା ସାତବର୍ଷର ସିଶୁ ଶ୍ଯାମ ଦସ ଆଡ଼କୁ ।