ସହଯୋଗ:ଚାଟସଭା/ଉତ୍ତର

ଉଇକିପାଠାଗାର‌ରୁ
ଉଇକିପାଠାଗାରରେ କିଛି ବହି ଡିଜିଟାଇଜ କରିବା ଆଗରୁ କିଛି ଜାଣିବା କଥା ତଳେ ପଢ଼ିନିଅନ୍ତୁ । ଏହା ଆପଣଙ୍କୁ ବହି ଡିଜିଟାଇଜ କରିବାରେ ସାହାଯ୍ୟ କରିବ ।

ଓଡ଼ିଆ ଉଇକିପାଠାଗାର ଇଣ୍ଟରନେଟରେ ଉପଲବ୍ଧ ଏକ ପାଠାଗାର। ଏଥିରେ ବିଭିନ୍ନ ବିଷୟର ବହିମାନ ଏକ ଖୋଲା ଲାଇସେନ୍ସରେ ଉପଲବ୍ଧ । ଅନେକ ବହି ଟାଇପ ହୋଇ ଉପଲବ୍ଧ ନ ଥିବାରୁ ଏଠାରେ ବହିସବୁ ଟାଇପ କରାଯାଏ । ବହିଟିଏ ଟାଇପ ହୋଇ ରହିଲେ ତାହାର ବିଷୟବସ୍ତୁ ଗୁଗୁଲ, ୟାହୁ ଆଦି ଜରିଆରେ ଖୋଜିହେବ ଏବଂ ଲେଖାମାନ ପୁନର୍ବ୍ୟବହାର କରିହେବ। ଆପଣ ମଧ୍ୟ ଆଗରୁ ସ୍କାନ ହୋଇ ରହିଥିବା ବହି କିମ୍ବା କପିରାଇଟ ନଥିବା ବହିଟିଏ ଟାଇପ କରିପାରିବେ ।

ପ୍ରଥମେ "ଖାତାଟିଏ ଖୋଲନ୍ତୁ"ରେ କ୍ଲିକ କରି ନୂଆ ଖାତା (ଏକାଉଣ୍ଟ)ଟିଏ ଖୋଲନ୍ତୁ । ଆଗରୁ ଖାତାଟିଏ ଖୋଲିଥିଲେ "ଲଗ-ଇନ" କରନ୍ତୁ ।

  ଓଡ଼ିଆରେ ଟାଇପ କିପରି କରିବେ?


  ସ୍କାନ ହୋଇଥିବା ବହିଟିଏ କିପରି ଟାଇପ କରିବେ?'

  • ପ୍ରଧାନ ପୃଷ୍ଠାରେ ଥିବା ତାଲିକାରୁ ବହିଟିଏ ବାଛି ତା' ଉପରେ କ୍ଲିକ କରନ୍ତୁ
  • ବହିର ସୂଚୀ ପୃଷ୍ଠାଟି ଖୋଲିବ । ଫାଙ୍କା ପୃଷ୍ଠା ସଂଖ୍ୟା ନାଲି ରଙ୍ଗରେ ଚିହ୍ନିତ ହୋଇଥିବା
  • ପୃଷ୍ଠା ସଂଖ୍ୟା ଉପରେ କ୍ଲିକ କରନ୍ତୁ ।
  • ଡାହାଣ ପଟେ ଯାହା ଦେଖିବେ ବାମ ପଟେ ତାହା ଓଡ଼ିଆରେ ଟାଇପ କରନ୍ତୁ
  • ଟାଇପ କରି ତଳକୁ ସ୍କ୍ରୋଲ କରନ୍ତୁ
  • [ସାଇତିବେ] ଉପରେ କ୍ଲିକ କରି ପୃଷ୍ଠାଟି ସାଇତନ୍ତୁ ।
  • ଉପରେଥିବା > ଉପରେ କ୍ଲିକ କରି ପର ପୃଷ୍ଠାକୁ ଯାଆନ୍ତୁ

  ବହିଟିଏ କପିରାଇଟରେ ଅଛି କି ନାଁ କିପରି ଜାଣିବି?

  • ଲେଖକଙ୍କ ଦେହାନ୍ତର ୬୦ ବର୍ଷ ପରେ ବହିଟିରୁ ଆପେ ଆପେ କପିରାଇଟ ହଟିଯାଏ ।
  • କପିରାଇଟ ହଟିଯାଇଥିବା ବହିଟିଏ ଆଉଥରେ ପ୍ରକାଶିତ ହେଲେ ମୂଳ ବହିର ଲେଖାତକ ଉପରେ କପିରାଇଟ ଲାଗୁ ହେବ ନାହିଁ । କେବଳ ନୂଆ ବହିରେ ଯୋଡ଼ାହୋଇଥିବା ଅଧିକ ବିଷୟବସ୍ତୁରେ କପିରାଇଟ ଲାଗୁହେବ ।
  • ଖାଦ୍ୟ ରନ୍ଧା, ଔଷଧ ତିଆରି ଓ ନାନାଦି ପଦାର୍ଥ ତିଆରି ପ୍ରଣାଳୀ ଉପରେ କପିରାଇଟ ଲାଗୁ ହୁଏ ନାହିଁ । ତେବେ ବହିଟିଏ ପ୍ରକାଶିତ ହେଲେ ତାହାର ବିଷୟବସ୍ତୁର ଲିଖନଶୈଳୀରେ କପିରାଇଟ ରହେ ।
  • ଲୋକକାହାଣୀ ଓ ପୁରାତନ ଲୋକକବିତାରେ କପିରାଇଟ ନଥାଏ, ତେବେ ନୂଆ ବହିଟିଏ ପ୍ରକାଶିତ ହେଲେ ତାହାର ଉପସ୍ଥାପନା ଶୈଳୀରେ କପିରାଇଟ ଥାଏ । ଲିଖନଶୈଳୀ ସମ୍ପୂର୍ଣ୍ଣ ବଦଳାଇ ଲେଖିଲେ କପିରାଇଟ ଉଲ୍ଲଙ୍ଘନ ହୁଏନାହିଁ ।