Jump to content

ପୃଷ୍ଠା:Galpa swalpa.djvu/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟିକୁ ସଂଶୋଧନ କଲାବେଳେ ଅସୁବିଧା ହେଲା
ଗଳ୍ପ ସ୍ୱଳ୍ପ

ପଢ଼ାଏ, ମାସ ନ ପୁରୁଣୁ ଦୁଲ ଅଣା ପଇସା ଗଣ । ଫେର କଣ ନା, ଆଜି ପଣକିଆ ଲେଖିବ, ପୂଜା ଲୋଡ଼ା-ସେରେ ଚାଉଳ ଗୁଆଟିଏ । ଦିନ ପନ୍ଦରଟା ଯାଇ ନାହିଁ ତ, ଓଡ଼ାଙ୍କ ଲେଖିବ, ଫେର୍ ପୂଜା ! ନା ନା, ତା ହେବ ନାହଁ ।" ଦୁଇ ଚାରି ଦିନ ବାଦେ ମାଈଁ ଦିନେ ମାମୁଙ୍କୁ ଡାକି କହିଲେ, “ଦେଖ ତ, ଭେଣ୍ଡିଆଟା ଦିନକୁ ତିନି ବେଳ ଠୁଙ୍କିବ, ତୁଚ୍ଛାଟାରେ ଗାଁରେ ବୁଲିବ କ୍ୟାଁ ? ଗାଈରଖା ଟୋକାଟାକୁ ବାହାର କରି ଦିଅ, ବୀରିଆ ଗାଈ ଜଗୁ !" ମାମୁ ଟିକିଏ ମୋଡ଼ ମୋଡ ହେଉ‌ଥିଲେ, ଡରରେ ପାଟି ଫିଟାଇ ପାରିଲେ ନାହିଁ । ବୀରେଇକୁ ଡାକି କଅଁଳେଇ କଅଁଳେଇ କ‌ହିଲେ, "ଆରେ ବାପ ବୀରେଇ ! ଏହି ଯେ ଗୋରୁପାଲ ଦେଖୁଛୁ ଏଗୁଡ଼ିକ ସବୁ ତୋର । ପର ଲୋକ ଉଲ ଚରାଉ ନାହାନ୍ତି, ଗାଈ ବଳଦଗୁଡ଼ାକ ହଡ଼ା ହୋଇ ଗଲେଣି । ପର ଲୋକର କଣ ମାୟା ଥାଏ ? ତୁ ଯା, ଥଣ୍ତେ ଥଣ୍ଡେ ଗଛ ମୂଳରେ ବସି ଗୋରୁ ଦିଟା ଦେଖିବୁ । କିଛି ମେହେନତ ନାହିଁ, ଖାଲି ଅଡ଼ାଇ ଘେନିଯିବୁ,ସଞ୍ଜବେଳେ ଆଣି ଗୁହାଳରେ ପୂରାଇଦେବୁ । ବୀରେଇ ପାଞ୍ଚଣ ଖଣ୍ଡେ ଧରି ଗୋରୁ ଚରାଇ ବାହାରିଲା । ଗାଁ ଲୋକେ କିଛି କହିଲେ, ମାମୁ ଜବାବ ଦିଅନ୍ତି, “ଆଚ୍ଛା ଛେଉଣ୍ଡର ଲାଞ୍ଜ ଦିଖଣ୍ଡ ପର ହାତରେ ପଡ଼ି ବୁଡ଼ିବାକୁ ବସିଲା, ତା ନିଜ ମାଲ ନିଜେ ଦେଖୁ ।" ସତକୁ ସତ ଗୋରୁପଲଟା ଏକା ବୀରେଇର । ତାହା ବାପ ମରିବାବେଳେ ମାଈ ଅଣ୍ଡିରା– ଛଡ଼ା-ଦାମୁଡ଼ି ଦୁଇ ବୋଡି ଭଳି ଗୋରୁ ମାମୁ ଗାଁ ମଝି ଗୋହିରିରେ ଅଡ଼ାଇ ଆଣୁଥିବା ଗାଁ ଲୋକ ସମସ୍ତେ ଦେଖିଛନ୍ତି । ଆହୁରି ବି ଆଠ ନ ବର୍ଷ ଗଲାଣି, ବୀରେଇର ଉଛୁଣିକା ଅଠର ବର୍ଷ ବୟସ । ପିଲାଟା ନା ଆଉ ଜଣ ? ହେଲେ କାମ ପାଇଟି କି ବଡ଼ ପାରିଲା । ମାମୁର ବାଟି ସଂଖ୍ୟା ଚାଷ, ଯୋଡ଼ାଏ ବାରମାସିଆଙ୍କୁ ଧରି ସବୁ ସମ୍ଭାଳିଛି । ଏବେ ମାମୁ ଚାଷକାର୍ଯ୍ୟଟା ତୁଚ୍ଛା ଉପରେ ଉପରେ ଦେଖନ୍ତି । ବୀରେଇ ଦେଖିବାକୁ ଯେମନ୍ତ ଡ଼ୌଲ, କଥାଗୁଡ଼ିକ ବି ଖୁବ୍ ମଧୁର । ଦେହରେ ବାଘ ପରି ବଳ । ଦିନେ ପାଣ୍ଡେଇ ପାତ୍ର ସାନ ଝିଅ କମଳୀକୁ ଗୋଟାଏ ମାରଣା ବଳଦ ବିନ୍ଧିବାକୁ ଗୋଡ଼ାଇଥିଲା-ବୀରେଇ ବଳଦର ଲାଞ୍ଜ ଧରି ଭିଡ଼ି ରଖିଲା । ଗାଁର କି ପୁରୁଷ କି ସ୍ତ୍ରୀ ସମସ୍ତେ ବୀରେଇକୁ ଭଲ ପାଆନ୍ତି, ଖୁବ୍ ପ୍ରଶଂସା କରନ୍ତି । ହେଲେ ସେ ପ୍ରଶଂସାଟା ମାଈଁ ଶୁଣିଲେ ଖପା ହୋଇଯାନ୍ତି, ଲୋକଙ୍କ ସାଙ୍ଗରେ କଳି କରନ୍ତି ।

ଚଣ୍ଡୀ ସଞ୍ଜ ସକାଳ ଘରେ ପଶେ ନାହିଁ, ପାଞ୍ଚ ସାତଟା ବୁଲା ଟୋକା ସାଙ୍ଗରେ ଦିନ ରାତି ବୁଲୁଥାଏ । ସେମାନଙ୍କ କାମ ଗଛଚଢ଼ା, ବାଗୁଡ଼ିଖେଳ, ଚୌପଟ ଖେଳ, ଗଞ୍ଜେଇ ଭିଡ଼ା ! ହାଲକୁ ଗୋଟାଏ ମଦତ ଖଟି ଜାରି କଲାଣି । ଅଳି କରି କାନ୍ଦି ଡରାଇ ହରାଇ ମା ପାଖରୁ ଟଙ୍କା ପଇସା ନିଏ, ଆପଣା ଗୋଠରୁ କୋଡ଼ିଏ ପଚିଶ ଟଙ୍କାର ଦାମୁଡ଼ି ଗୁଡ଼ାକ ଗୁଆଲା‌ଙ୍କୁ ଦୁଇ ଚାରି ଟଙ୍କାରେ ବିକି ଦିଏ । ଚାକିରିଆମାନଙ୍କ ସଲାରେ ଆପଣା ଘର ମରେଇରୁ ଧାନ ଚୋରି କରି ବିକିଦିଏ । ମା ଜାଣି ପାରି ବି ପୁଅ ଦୋଷ ଲୁଚାଏ । ମା ଡରରେ ବାପ କିଛି କହିପାରେ ନାହଁ ! ମା ଆଗେ ଲୁଚା ଚୋରା କରି ଚଣ୍ଡୀକୁ କିଛି କିଛି ଟଙ୍କା ପଇସା ଦେଉଥ‌ିଲେ । ଏବେ ହାତ ଖାଲି । ଚଣ୍ଡୀ ଟଙ୍କା ପଇସା ନ ପାଇ ମାକୁ କେତେଥର ମାଡ଼ ଦେଲାଣି I ହେଲେ ମା ମାଡ଼ ଖାଇ ତୁନି ହୋଇ ରହେ, ବାପା ଆଗରେ କିଛି କହେ ନାହିଁ ।

ଗାଁ ଲୋକ ପାଞ୍ଚ ଜଣ ବୀରେଇକୁ କହିଲେ, ‘ଆରେ ବୀରେଇ ! ତୁ କଣ ମାମୁ ଘରେ ସବୁଦିନ ପେଟ ଭାତରେ ରହିଥିବୁ, ଆପଣାର ସଂସାର କରିବୁ ନାହିଁ ?’ କଥାଗୁଡ଼ାକ ବୀରେଇ ମନକୁ ଭଲ ପାଇଲା । ସେ ଏବେ ସବୁ କଥା ବୁଝିଲାଣି । ମାମୁଁ ମାଇଁ କାମର ପିଆରା । ଖିଆପିଆ ସବୁ କଥାରେ ପୁଅ ଉପରେ ମାମୁ ମାଇଁଙ୍କର