ଉଇକିପାଠାଗାର:ଜନ୍ମତିଥି/୧/ନିର୍ଘଣ୍ଟ/ଓଡ଼ିଆ ବହିର ଡିଜିଟାଲ ସଂରକ୍ଷଣ

ଉଇକିପାଠାଗାର‌ରୁ
ଓଡ଼ିଆ ବହି
ଆଗରୁ ଓ ଏବେ: ୧୮୩୬ରେ ପ୍ରକାଶିତ ହେଲା ପ୍ରଥମ ଛପା ଓଡ଼ିଆ ବହି । ବିତି ଗଲାଣି ୧୭୯ଟି ବରଷ ଏ ଭିତରେ । କେତେ ଲକ୍ଷ ବହି ଏ ଭିତରେ ଛପା ହୋଇଥିବ ତା'ର ହିସାବ କାହିଁ? ୧୮୩୬ରୁ ଆରମ୍ଭ କରି ୧୯୫୨ ଭିତରେ ଲିଖିତ ପ୍ରାୟ ବହି ଯେ କପିରାଇଟ ବାହାରେ ଏ କଥା ଭାବିଲେ କପାଳରେ ଆଖି ଲାଖିବ । ତେବେ କେତୋଟି ବହି ପାଠକ ଜଣେ ପଢ଼ିବାକୁ ହାତପାହାନ୍ତାରେ ପାଉଛି? ଛପା ହେବା ଆଗରୁ ଆମ ଭାଷାରେ ବି ଅନେକ ପୋଥି-ଗ୍ରନ୍ଥ ପ୍ରକାଶ ପାଇଥିଲା । ସେସବୁ ଭିତରୁ କେତେକ ପରେ ବହି ହୋଇ ଛପାଗଲା ତ କେତେକ ଖଟୁଲି ଉପରେ ଥୁଆ ହୋଇ ଝୁଣାଧୂପ ସିନ୍ଦୁରମଖା ହୋଇ ପୂଜାପାଇଲା । ଛପା ବହିସବୁ ଲୋକଲୋଚନକୁ ଆସିଲା ଓ ପିଢ଼ି ପରେ ପିଢ଼ି ପଢ଼ା ହେଉ ହେଉ ଜଗତବିଦିତ ହେଲା । ହେଲେ ଅଛପା ପାଣ୍ଡୁଲିପିସବୁ? କେବଳ ଇଉଙ୍କ ପାଇଁ ରହିଗଲା ଆଉ କାଳ କାଳକ ପାଇଁ କେଇ ଘର ଭିତରେ ବାନ୍ଧି ହୋଇ ରହିଗଲା । ହେଲେ ଲୋକଲୋଚନକୁ ଆସିଥିବା ସବୁ ବହି କଣ ବାର ବାର ଛପା ହୁଏ? ନାଁ, କଦାପି ନୁହେଁ । କାରଣ ଓଡ଼ିଶାରେ ଓଡ଼ିଆ ବହି ଛପାଇ ବିକିବା କାଠିକର ପାଠ । ବିଶେଷ କରି ଆଜିର ଯୁଗରେ ଓଡ଼ିଆ ଭାଷା ଭାତର ଭାଷା ହୋଇନପାରିବାରୁ ଆମ ଭାଷାଟି ଅନେକଙ୍କ ପାଇଁ କେବଳ କହିବାରେ ସୀମିତ ହୋଇଯାଇଛି । ତା' ବି ଧୀରେ ଧୀରେ ସଙ୍କୁଚିତ ହୋଇଆସିଲାଣି । ମହନୀୟ ପୁରୁଣା ଓଡ଼ିଆ ବହି ବା "କ୍ଲାସିକ୍ସ" ଆଉ ଜନମନରେ ଖୁବ ଜଣା ନ ଥିବା ବହିସବୁ କେମିତି ସାଇତା ହେବ ଆଗାମୀ ପିଢ଼ି ପାଇଁ? କେତୋଟି ପିଢ଼ି ଭିତରେ