ତାରାଙ୍କ ପ୍ରତୀତ ଦୈନିକଗତିର ନିୟମରୁ (ପୃଷ୍ଠା ୩୩ରୁ ୩୯) ଜାଣି ହେବ ଯେ ତାରାମାନେ ଘଣ୍ଟାକୁ ୧୫୦ କୋଣ ବା ଆକାଶର ୬ ଭାଗରୁ ଏ ଭାଗ କରି ପୂର୍ବରୁ ପଶ୍ଚିମକୁ ଯାଆନ୍ତି । ତେଣୁ ରାତି ଅଧରେ ମୁଣ୍ତ ଉପରେ ଥିବା ତାରାମାନେ ରାତି ୮ ରେ ପୂର୍ବ ଦିଗ୍ବଳୟର ୩୦ ଡ଼ି ଗ୍ରୀ ଉପରେ ବା ପ୍ରାୟ ଆଖି ସିଧାରେ ରହିବେ । ରାତି ୧୦ ରେ ସେମାନେ ୬୦ ୦ ଉପରକୁ ଉଠିଥିବେ । ସେହିଭଳି ଏହି ତାରାଗୁଡ଼ିକ ରାତି ୩ ବେଳକୁ ପଶ୍ଚିମ ଆକାଶର ମଝିକୁ ଚାଲି ଆସିଥିବେ ଏବଂ ପାହାନ୍ତାକୁ ଅସ୍ତ ହେବେ ।
ଆହୁରି ମଧ୍ୟ ଜଣା ଅଛି ଯେ ତାରାମାନେ ଦିଙ୍କୁ ୪ ମିନିଟ୍ ବା ମାସକୁ ଦୁଇ ଘଣ୍ଟା ଆଗୁଆ ଉଦୟ ହୁଅନ୍ତି । ତେଣୁ ଯେଉଁ ତାରା ଜାନୁଆରୀ ପହିଲାରେ ରାତି ୧୨ ରେ ମୁଣ୍ତ ଉପରେ ରହିବେ, ସେ ସନ୍ଧ୍ୟା ୬ ରେ ଉଦୟ ହୋଇଥିବ । ତେଣୁ ତାହା ଫେବୃଆରୀ ମାସ ପହିଲାରେ ଦିନ ୪ଟା ବେଳେ ଉଦୟ ହେବ (କିନ୍ତୁ ସୂର୍ଯ୍ୟ ଥିବାରୁ ଦେଖାଯିବ ନାହିଁ) ଏବଂ ଅନ୍ଧାର ହେଲା ବେଳକୁ (ସନ୍ଧ୍ୟା ୬)ପୂର୍ବ ଦିଗ୍ବଳୟର ୩୦୦ ଉପରକୁ ରହିବ । ଏହା ରାତି ୮ରେ ୬୦୦ ଉପରକୁ ଏବଂ ରାତି ୧୦ ରେ ମୁଣ୍ତ ଉପରେ (୯୦୦) ଦେଖାଯିବ । ସେହିଭଳି ଏହି ତାରା ଡ଼ିସେମ୍ବର ୧, ରାତି ୮ ବା ନଭେମ୍ବର ୧, ରାତି ୧୦ ବେଳକୁ ଉଦୟ ହେବ । ତେଣ୍ୟ ଡ଼ିସେମ୍ବର ୧, ରାତି ୨ ବା ନଭେମ୍ବର ୪, ରାତି ୪ ସମୟରେ ମୁଣ୍ତ ଉପରେ ରହିବ ।
;ଏହି ସରଳ ନିୟମ ସାହାଯ୍ୟରେ ଯେ କୌଣସି ତାରା ମାନଚିତ୍ରକୁ ଅନ୍ୟ ସମୟରେ କାମରେ ଲଗା ଯାଇ ପାରିବ । ଏହି ବହିରେ ଥିବା ମୁଖ୍ୟ ମାନଚିତ୍ର (ପୃଷ୍ଠା ୫୦କ ରୁ ୫୦ଖ) ର ସବୁଦିନିଆ ବ୍ୟବହାର ପାଇଁ ଏହା ଅତି ଜରୁରୀ ।