ପାରଳା ମହାରାଜା ଅତ୍ୟନ୍ତ ମର୍ମାହତ ହୋଇଥଲେ । ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡିର "ଉତ୍କଳ ହିତୈଷିଣୀ’ ସଭାର ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
ବୟସର ଗୁରୁତ୍ବ ଦୃଷ୍ଟିରୁ ମଧୁସୂଦନଙ୍କର ଆହ୍ବାନରେ ତାଙ୍କର ବାସଭବନରେ ୪.୭.୧୯୩୨ ଏବଂ ୨୬.୭.୧୯୩୨ ରେ ଦୁଇଟି ସଭା ଅନୁଷ୍ଠିତ ହୋଇ ଭବିଷ୍ୟତର ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ।
ତୃତୀୟ ଗୋଲଟେବୁଲ୍ ବୈଠକ ଲଣ୍ଡନରେ ୧୭.୧୧.୧୯୩୨ଠାରୁ ୨୪.୧୨.୧୯୩୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥୁଲା । ୨୪.୧୨.୧୯୩୨ ରେ ଭାରତ ସଚିବ ସାର୍ ସାମୁଏଲ୍ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନାର ଘୋଷଣା କରିଥିଲେ ।
୧୯୩୩ :- ତିନିଗୋଟି ଗୋଲ ଟେବୁଲ୍ ବୈଠକ ସମାହିତ ହେବାପରେ ଏହାର ନିର୍ଯ୍ୟାସ ଶ୍ୱେତପତ୍ର ଆକାରରେ ୧୮.୩.୧୯୩୩ରେ ପ୍ରକାଶିତ ହେଲା । ଏହା ଥିଲା ଓଡ଼ିଶା ପାଇଁ ଅତ୍ୟନ୍ତ ଦୁଃଖଦ ଘଟଣା । ଏହି ରିପୋର୍ଟରେ ଉଭୟ ପାରଳା ଖେମୁଣ୍ଡି ଓ ଜୟପୁର ଜମିଦାରି ବାତ୍ ପଡ଼ିଥିବାରୁ ଓଡ଼ିଶା ପ୍ରଦେଶର ଆୟତନ ୩୩୦୦ ବର୍ଗମାଇରୁ ୨୧୦ବର୍ଗ ମାଇକୁ ଖସି ଆସିଲା । ଏହି ଶ୍ୱେତପତ୍ର ପ୍ରକାଶ ପାଇଲାପରେ ସମଗ୍ର ଓଡ଼ିଆ ଜାତି ସ୍ତବ୍ଧ ହୋଇଯାଇଥିଲା । ପାରଳା ମହାରାଜାଙ୍କ ପାଇଁ ଏହାଥିଲା ଦାରୁଣ ଆଘାତ । ଏଣେ ଶ୍ୱେତପତ୍ର ପ୍ରକାଶ ପାଇଲା ପରେ ବିହାର, ଓଡ଼ିଶା ବିଧାନ କାଉନ୍ସିରେ ସଚ୍ଚିଦାନନ୍ଦ ସିହ୍ନ ୧୨.୩.୧୯୩୩ରେ ବକ୍ତବ୍ୟ ପ୍ରଦାନ କରି କହିଥୁଲେ ଯେ, ସୀମା ନିର୍ଦ୍ଧାରଣ କମିଟିର ସମସ୍ତ ସଭ୍ୟ ପାରଳାଖେମୁଣ୍ଡି ଓ ଜୟପୁର ଜମିଦାରି ମିଶ୍ରଣ ହେବାପାଇଁ ମତ ପ୍ରକାଶ କରିଲେ ମଧ୍ୟ ଶ୍ୱେତପତ୍ରରେ ଏହା ବାଦ ପଡ଼ି ବା ଦୁର୍ଭାଗ୍ୟଜନକ । ଏହି ସମୟରେ ବିହାର ଓଡ଼ିଶା ସରକାରଙ୍କ ଅର୍ଥ ସଦସ୍ୟ କନିକା ରାଜା ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଲେ । ବି ହାର, ଓଡ଼ିଶା କାଉନ୍ସିଲ୍ର ସଭ୍ୟ ଲୋକନାଥ ମିଶ୍ର ୨୨.୩.୧୯୩୩ରେ କାଉନସିଲ୍ରେ ଏକ ସଂଶୋଧନ ପ୍ରସ୍ତାବ ଆଗତ କରିଥିଲେ । ୧୯୩୩ ସାଲର ଏପ୍ରିଲ୍ ତୃତୀୟ ସପ୍ତାହରେ ମଧୁସୂଦନ କଟକରେ ପାରଳାଖେମୁଣ୍ଡିର ଉତ୍କଳ ହିତୈଷିଣୀ ସଭାର ସହଯୋଗରେ ଏକ ସର୍ବଦଳୀୟ ବୈଠକ ଆହ୍ବାନ କରିଲେ । ଏଥୁରେ ପାରଳା ମହାରାଜା କଂଗ୍ରେସ ସଭାପତି ନୀଳକଣ୍ଠ ଦାସ, ଖଲ୍ଲିକୋଟ ରାଜା ସାହେବ ସତ୍ୟନାରାୟଣ ରାଜଗୁରୁ, ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥଲେ । ଦୁର୍ବଳ ସ୍ବାସ୍ଥ୍ୟ ଯୋଗୁଁ ଲଣ୍ଡନ ଯିବା ମଧୁବାବୁଙ୍କ ପକ୍ଷରେ ସମ୍ଭବପର ନଥିଲା । ତେଣୁ ତାଙ୍କ ପ୍ରେରଣାରେ ପାରଳା ମହାରାଜା ୨୭.୪.୧୯୩୩ରେ ଲଣ୍ଡନ ଯାତ୍ରା କଲେ । ଗଲାବେଳେ କହିଲେ ଯେ, ଯଦି ପାରଳାଖେମୁଣ୍ଡି ଓଡ଼ିଶାରେ ନ ମିଶେ ତେବେ ସେ ଇଂଲଣ୍ଡରୁ ଫେରିବେ ନାହିଁ ।
ଲଣ୍ଡନରେ ଜଏଣ୍ଟ ପାର୍ଲିଆମେଣ୍ଟାରି କମିଟିରେ ସାକ୍ଷ୍ୟପ୍ରଦାନ ପାଇଁ ପାରଳା ମହାରାଜାଙ୍କୁ ଛଡ଼ା ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ, ଭୁବନାନନ୍ଦ ଦାସ, ଲିଙ୍ଗରାଜ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଗନ୍ତାୟତ, ପ୍ରମୁଖ ଉପସ୍ଥିତ ଥିଲେ ଇଂଲଣ୍ଡରେ ପ୍ରସ୍ତାବିତ ଜଏଣ୍ଟ ପାର୍ଲାମେଣ୍ଟାରି କମିଟିରେ ଭାରତ
ପୃଷ୍ଠା:Aama Madhusudan.pdf/୩୭୬
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ମଧୁସୂଦନ ୩୭୭