ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ପ୍ରଚଣ୍ଡ ସ୍ୱାଭିମାନୀ ବ୍ୟକ୍ତି । ସଚ୍ଚା ସମାଜବାଦୀ ନେତା । ସାଦାସିଧା ମଣିଷଟିଏ । କୂଟନୀତିର ଧାର ଧାରନ୍ତି ନାହିିଁ । ଏପରି ଜଣେ ବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ ସର୍ବ ପ୍ରଥମେ ୧୯୫୦ ମସିହା ମଇମାସ ୧୨ ତାରିଖ ଦିନ । ଶାସନର ପ୍ରତ୍ୟେକ ସ୍ତରରେ ଓଡ଼ିଆ ଭାଷା ପ୍ରବର୍ତ୍ତନ ନିମନ୍ତେ ସେ ବଦ୍ଧପରିକର ହେଲେ । ଓଡ଼ିଶା ବିଧାନସଭାର ବିବରଣୀ ଓଡ଼ିଆ ଭାଷାରେ ଲେଖାଯିବ ବୋଲି ସେ ଉଦ୍ୟମ କଲେ । ହେଲେ ତତ୍କାଳୀନ ବାଚସ୍ପତି ଲାଲମୋହନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ସହ ଏକମତ ହେଲେ ନାହିଁ । ତଥାପି ସେ ନିଜ ଲକ୍ଷ୍ୟରେ ଅଟଳ ରହି ୧୯୫୧ ମସିହା ଫେବ୍ରୁଆରି ୨୧ରେ ଓଡ଼ିଆଲେଖା ବଜେଟ ବିଧାନସଭାରେ ଉପସ୍ଥାପନ କଲେ । ଏହି ବଜେଟ ଅତି ସୁନ୍ଦର ଓ ସରଳ କଥିତ ଓଡ଼ିଆ ଭାଷାରେ ଲେଖାଯାଇଥିଲା ।
ଶାସନ ସ୍ତରରେ ଓଡ଼ିଆଭାଷା ପ୍ରବର୍ତ୍ତନ ଉଦ୍ୟମ:
ନବବାବୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ବହନ କରିବା ପରେ ପ୍ରଶାସନର ପ୍ରତ୍ୟେକ ସ୍ତରରେ ଓଡ଼ିଆଭାଷା ପ୍ରବର୍ତ୍ତନ କରିବାପାଇଁ ଉଦ୍ୟମ କଲେ । ୧୯୫୨ ମସିହାରେ ସେ ଏକ ପ୍ରାଶାସନିକ ଇଂରାଜୀ- ଓଡ଼ିଆ ଶବ୍ଦକୋଷ ପ୍ରଣୟନ କରାଇଲେ । ଓଡ଼ିଶାରେ ପ୍ରାଶାସନିକ ସ୍ତରରେ ଆଞ୍ଚଳିକ ଭାଷା ପ୍ରବର୍ତ୍ତନ ସମଗ୍ର ଦେଶରେ ପ୍ରଥମ ଉଦ୍ୟମ ଭାବରେ ବିବେଚିତ । ମୁଖ୍ୟମନ୍ତ୍ରୀଙ୍କର ଏହି ଉଦ୍ୟମକୁ କେତେକ ଉଚ୍ଚ ଅଫିସର ବିରୋଧ କରିିଥିଲେ । ଏପରିକି ତତ୍କାଳୀନ ମୁଖ୍ୟ ଶାସନ ସଚିବ ବ୍ରହ୍ମଦେବ ମୁଖାର୍ଜୀ ମଧ୍ୟ ଏହାକୁ ବିରୋଧ କରିିଥିଲେ । ସେ ମତ ଦେଇଥିଲେ ଯେ ଏକାଉଣ୍ଟାଣ୍ଟ୍ ଜେନେରାଲଙ୍କ ସହିତ ପତ୍ରାଳାପ କରିବାରେ ଏଥିପାଇଁ ଅସୁବିଧା ହେବ । ତଥାପି ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ । ୧୯୫୬ ମସିହାରେ ଓଡ଼ିଆ
ଓଡ଼ିଶା ରାଜନୀତିର ଇତିହାସ . ୯୯