ଉଇକିପାଠାଗାର ଆଲୋଚନା:ଜନ୍ମତିଥି/୨

Page contents not supported in other languages.
ଉଇକିପାଠାଗାର‌ରୁ

ଆଦରର ଉଇକିଆଳିମାନେ, ଅଗଷ୍ଟ ମାସରେ ହୋଇଥିବା ଉଇକି କନଫେରେନସ ଇଣ୍ଡିଆରେ ଅନେକ ସକ୍ରିୟ ଉଇକିଆଳିମାନେ ଭାଗ ନେଇଥିଲେ । ସେଠାରେ ଉଇକିପାଠାଗାର ଜନ୍ମତିଥି ପାଳନ ବିଷ‌ୟରେ ଅଲୋଚନା କରାଯାଇଥିଲା । ମୁଖ୍ୟତଃ କେଉଁଠି ପାଳନ ହେବ, କେତେଦିନ ହେବ, କିଏ କିଏ ଭାଗ ନେବ ଏବଂ ଖର୍ଚ୍ଚ ବାବଦରେ ଅଲୋଚନା କରାଯାଇଥିଲା ।

  • ଭୁବନେଶ୍ୱରରେ ପାଳନ କରିବା ଲକ୍ଷ ଥିଲା ବେଳେ କିଛିଲୋକ ମତାମତ ଦେଇଥିଲେ ଚିଲିକାରେ ପାଳନ କରିବା ପାଇଁ ।
  • ଗୋଟିଏ ଦିନ ପାଇଁ ଯୋଜନା କାରଯାଇଅଛି । ସକାଳେ ସମ୍ପାଦନା ଏବଂ ସନ୍ଧ୍ୟାରେ ସଭା କରାଯିବା । କିନ୍ତୁ ପୂର୍ବଦିନ ରାତିରେ ଭେଟ ଏବଂ ହାକାଥନ ହେବାର ଯୋଜନା ଅଛି । ପୂର୍ବଦିନ ରାତିରେ ରହିବା ବ୍ୟବସ୍ଥା କରାଯିବ ଏବଂ ସନ୍ଧ୍ୟାବେଳଠାରୁ ସମ୍ପାଦନା/ହାକାଥନ ଚାଲିବ ।
  • ସମସ୍ତ ପୁରୁଖା ଉଇକିଆଳିମାନେ ଯୋଗ ଦେଇପାରିବେ । ଦୂରରେ ଥିବା ଉଇକିଆଳି ଯେଉଁମାନେ ସକ୍ରିୟ ଅଛନ୍ତି ସେମାନଙ୍କ ପାଇଁ ଯାତାୟତ ବ୍ୟବସ୍ଥା କରାଯିବ ।
  • ଖର୍ଚ୍ଚ ଅଟକଳ ନିମ୍ନ ସାରଣୀ ମତେ ଯୋଜନା କରାଯାଇଛି । (ଭୁବନେଶ୍ୱରରେ ପାଳନ ହେଲେ)
ଖର୍ଚ୍ଚ ପରିମାଣ ରାଶି
ଖାଦ୍ୟ ୧୯୪୫୦
ବ୍ୟାଗ ୮୭୦୦
ଇଣ୍ଟରନେଟ ୧୦୦୦୦
ହୁଡ଼ି ୧୮୦୦୦
ଯାତାୟତ (ଗସ୍ତଖର୍ଚ୍ଚ) ୩୭୦୦୦
ହଲ (ସଭା ସ୍ଥାନ) ୧୦୦୦୦
ଷ୍ଟିକର ଓ ବ୍ୟାନର ୧୨୦୦
ପ୍ରେସକ୍ଲବ ୧୦୦୦
ସମୁଦାୟ ୧୦୫୩୫୦

ପ୍ରାଥମିକ ଭାବେ ଏହି ହିସାବ ଅଟକଳ ଓ ଯୋଜନା ରଖାଜାଇଛି । ସମସ୍ତଙ୍କ ମତାମତ ପରେ ଯୋଜନାରେ ସଂଶୋଧନ କରାଯାଇ କାର୍ଯକାରୀ କରାଯିବା । ତେଣୁ ସମସ୍ତଙ୍କୁ ଅନୁରୋଧ ଯେ ଏଥିରେ ଶିଘ୍ର ମତାମତ ଦେଲେ ସେହି ହିସାବାରେ ଅନୁଦାନ ପାଇଁ ଅବେଦନ କରାଯିବ । ଧନ୍ୟବାଦ --Jnanaranjan sahu (ମୋ ଆଲୋଚନା) ୨୩:୫୩, ୪ ସେପ୍ଟେମ୍ବର ୨୦୧୬ (IST)[reply]

ସମସ୍ତେ ନିଜ ନିଜ ମନୋନିତ ସ୍ଥାନ ଭୁବନେଶ୍ଵର/ ଚିଲିକା ଓ କେଉଁ ତାରିଖରେ ପାଳନ କଲେ ସୁବିଧା ହେବ ସେ ବାବଦରେ ମତ ଦିଅନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୪୬, ୫ ସେପ୍ଟେମ୍ବର ୨୦୧୬ (IST)[reply]

ମତାମତ[ସମ୍ପାଦନା]

  1.  ସମର୍ଥନ--Saileshpat (ମୋ ଆଲୋଚନା) ୦୦:୪୭, ୫ ସେପ୍ଟେମ୍ବର ୨୦୧୬ (IST)[reply]
  2.  ସମର୍ଥନ--Ssgapu (ମୋ ଆଲୋଚନା) ୧୦:୦୭, ୫ ସେପ୍ଟେମ୍ବର ୨୦୧୬ (IST)[reply]
  3.  ସମର୍ଥନ-- ମୋର ମତ ୮-୯ ଅକ୍ଟୋବର ୨୦୧୬ ରେ ଚିଲିକାରେ ହେଲେ ଭଲ । ତେଣିକି ଆପଣ ମାନଙ୍କ ସୁବିଧା ଦେଖନ୍ତୁ । --Pmsarangi (ମୋ ଆଲୋଚନା) ୧୪:୨୩, ୫ ସେପ୍ଟେମ୍ବର ୨୦୧୬ (IST)[reply]
  4.  ସମର୍ଥନ-- ମୋର ମତ ୮-୯ ଅକ୍ଟୋବର ୨୦୧୬ --Radhadwibedi (ମୋ ଆଲୋଚନା) ୧୫:୨୩, ୫ ସେପ୍ଟେମ୍ବର ୨୦୧୬ (IST)[reply]
  5.  ସମର୍ଥନ--ଅକ୍ଟୋବାର କି ନଭେମ୍ବରରେ ହେଉ ହେଲେ ଉଇକିପାଠାଗାରର ସକ୍ରିୟ ଉଇକିଆଳି (ପଙ୍କଜମାଳା ଷଡ଼ଙ୍ଗୀ, ରାଧା ଦ୍ୱିବେଦୀ, ଗପୁ, ସୁବାସ ସାର, ହରିହର ଶତପଥୀ , ଶିଶିର ନାୟକ)ମାନେ ଯେମିତି ବ୍ୟକ୍ତିଗତ ଭାବେ ଏଥିରେ ଆସି ମିଶିପାରିବେ । ତେଣୁ ସେମାନଙ୍କ ସୁବିଧାକୁ ଅଗ୍ରାଧୀକାର ଦିଆଯିବାକୁ ଅନୁରୋଧ ।--ସୁଭାସିସ ପାଣିଘରି (ମୋ ଆଲୋଚନା) ୧୦:୧୩, ୨୨ ସେପ୍ଟେମ୍ବର ୨୦୧୬ (IST)[reply]
  6.  ସମର୍ଥନ-- ବାରମ୍ବାର ଭୁବନେଶ୍ୱର ହେଉଛି ବିରକ୍ତ ଲାଗିଲାଣି । ରହଣି ଖର୍ଚ୍ଚ ଅଧିକ ହୋଇଯାଇପରେ କିନ୍ତୁ ଭେନ୍ୟୁ ଚିଲିକା କିମ୍ବା ନଭେମ୍ବର 12, 13,14, 15 (ଦ୍ବିତୀୟ ଶନିବାର, ରବିବାର, ବାଲିଯାତ୍ରା, ଛାଡ଼ଖାଇ ପଡୁଛି ) ସ୍ଥାନ କଟକ ହେଲେ ବି ଚଳିବ । -DashNistha (ମୋ ଆଲୋଚନା) ୧୮:୪୧, ୯ ସେପ୍ଟେମ୍ବର ୨୦୧୬ (IST)[reply]
  7.  ସମର୍ଥନ--Abha S Pradhan (ମୋ ଆଲୋଚନା) ୨୦:୦୩, ୯ ସେପ୍ଟେମ୍ବର ୨୦୧୬ (IST)[reply]
  8.  ସମର୍ଥନ--Subas Chandra Rout (ମୋ ଆଲୋଚନା) ୧୦:୦୪, ୨୪ ସେପ୍ଟେମ୍ବର ୨୦୧୬ (IST)[reply]
  9.  ସମର୍ଥନ ମୁଁ ଗଟିଏ ବିଜ୍ଞାନ ମେଳା ପାଇଁ ପୁଣେରେ ୨୪ ତାରିଖ ଯାଏଁ ଥିବି ୨୪ ଡିସେମ୍ବର ସନ୍ଧ୍ୟାରେ ସେଠୁଁ ଟ୍ରେନରେ ବାହାରିବି । ପହଞ୍ଚୁ ପହଞ୍ଚୁ ଦିନେ ଲାଗିବ । ତେଣୁ ୨୫ରେ ନ ରଖି ଗୋଟେ ଦିନ ଆଗୁଆ ଘୁଞ୍ଚାଇଦେଲେ ମୁଁ ଉଭୟ ଦିନ ଆସିପାରନ୍ତି ।--ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) (ମୋ ଆଲୋଚନା) ୨୩:୫୪, ୨୨ ନଭେମ୍ବର ୨୦୧୬ (IST)[reply]
  10.  ସମର୍ଥନ--Aditya Mahar (ମୋ ଆଲୋଚନା) ୦୯:୩୩, ୨୮ ସେପ୍ଟେମ୍ବର ୨୦୧୬ (IST)[reply]

ଅନୁଦାନ ବାବଦରେ ଘୋଷଣା[ସମ୍ପାଦନା]

ବୋଧେ ଆପଣମାନଙ୍କ ଭିତରୁ କିଛି ଦେଖିଥିବେ କିନ୍ତୁ ନ ଦେଖିଥିଲେ ଏଠାରେ ଆମ ଅନୁଦାନ ଆବେଦନଟି ଅନୁଦାନ ପାଇଲା ବୋଲି ହୋଇଥିବା ଘୋଷଣା ଦେଖିପାରିବେ । --ସୁଭାସିସ ପାଣିଘରି (ମୋ ଆଲୋଚନା) ୧୨:୩୭, ୨୨ ନଭେମ୍ବର ୨୦୧୬ (IST)[reply]

ଅତିଥି[ସମ୍ପାଦନା]

ଆମ ପୁରୁଣା ସଭାମାନଙ୍କରେ ଆମେ ଅନେକଥର ସାହିତ୍ୟିକମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଛୁ । ଗୋଟେ କାରଣ ହେଉଛି ସେମାନେ ନିଜର କିଛି ଜଣାଶୁଣା ବହି ଉଇକିପାଠାଗାରରେ ଡିଜିଟାଇଜ କରିବା ପାଇଁ ଅନୁମତି ଦିଅନ୍ତି । ଫଳରେ ଜଣାଶୁଣା ଲେଖକଙ୍କ ଲେଖା ଉଇକିପାଠାଗାରରେ ବଢ଼େ । ତେବେ ଏଥର ସେମିତି କିଛି ଜଣାଶୁଣା ଲେଖକଙ୍କ ସଙ୍ଗେ ଓଡ଼ିଶାରେ ଆମ ସମୟରେ ବହିର ବିପ୍ଳବ ଆଣିଥିବା ଶତାବ୍ଦୀ ମିଶ୍ର ଓ ଅକ୍ଷୟ ରାଉତରାୟଙ୍କୁ ଡାକିବା ପାଇଁ ମୁଁ ସଭିଙ୍କ ଆଗରେ ପ୍ରସ୍ତାବ ବାଢ଼ୁଛି । ସେମାନଙ୍କ "ଉଆକିଂ ବୁକଫେଆରସ" ଦେଶସାରା ଏକ ଗାଡ଼ିରେ ବହି ପଢ଼ାଇବା ଓ କମ ଦରରେ ବହି ବିକିବା ଅଭିଯାନ ଏକ ନିଆରା ଅଭିଯାନ । ଆଉ ସେମାନଙ୍କ କାମ ଯଦି ସେମାନେ ଆମ ସହ ବାଣ୍ଟିପାରନ୍ତେ ତାହେଲେ ଭଲ ହୁଅନ୍ତା । ମୁଁ ଅକ୍ଷୟବାବୁଙ୍କ ସହ ଥରେ ଏ ବାବଦରେ କଥା ହେଇଥିଲି । ତେବେ ଯଦି କାହାର କିଛି ଆପତ୍ତି ନାହିଁ (ଭିନ୍ନ ମତ ଥିଲେ ତଳେ ଲେଖିବେ) ତାହେଲେ ସେ ଦୁହିଁଙ୍କୁ ମିଳିତ ଭାବେ ଏକ ବକ୍ତବ୍ୟ (ସେମାନଙ୍କର ଏକ ପୁରୁଣା ଭାଷଣ) ରଖିବା ପାଇଁ ଅନୁରୋଧ କରିପାରିବି । --ସୁଭାସିସ ପାଣିଘରି (ମୋ ଆଲୋଚନା) ୧୩:୨୨, ୩ ଅକ୍ଟୋବର ୨୦୧୬ (IST)[reply]

ଓଡ଼ିଆରେ TTS ଓ STT ନିର୍ମାଣ[ସମ୍ପାଦନା]

ଏବେ ଏବେ ସୁଭ ଭାଇଙ୍କ ସହ କଥା ହେଉଥିଲି- ସେ କହୁଥିଲେ ଓଡ଼ିଆରେ ଗୋଟିଏ Speech Recognition & Synthesis Algorithm କେମିତି କରିହେବ । ଏହା ସଙ୍ଗରେ ଉଇକିର କିଛି ସିଧାସଳଖ ସମ୍ପର୍କ ନଥିଲେ ମଧ୍ୟ ଏହା ଉଇକିର ଉନ୍ନତିରେ ବହୁତ ବଡ଼ ଭୂମିକା ନେଇପାରିବ । TTSର ଅର୍ଥ ଗୋଟିଏ program ଯାହାକି ଆପଣ ଓଡ଼ିଆରେ ଟାଇପ କରିଥିବା ଲେଖାକୁ ପଢ଼ିପାରିବ- ତାର ଠିକ ବିପରୀତ, ମାନେ ଆପଣ କହିଲେ ଲେଖିପାରୁଥିବା program ହେଲା STT । ଏହା ଦ୍ୱାରା ଉଇକିଅଭିଧାନରେ ମଧ୍ୟ ସମସ୍ତ ଧ୍ୱନିକୁ ଗୋଟି ଗୋଟି କରି ରେକଡ଼ ନ କରି କମ୍ପୁଟର ଦ୍ୱାରା ବିନା କଷ୍ଟରେ କରିହେବ । ପୁନଃ STTର ପ୍ରୟୋଗରେ ମାତ୍ର ଉଚ୍ଚାରଣ ଦ୍ୱାରା ଓଡ଼ିଆରେ ଲେଖିବା ସମ୍ଭବ ହୋଇପାରିବ । ଏହାଦ୍ୱାରା ବେଶୀ ଲୋକ ଉଇକିରେ ଭାଗ ନେବାପାଇଁ ସକ୍ଷମ ହେବେ ।

ହେଲେ ଏମିତି ନିର୍ମାଣ କରିବାପାଇଁ ବହୁତ କାମ ଦରକାର । ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ଭାଷାରେ ଥିବା ବିଭିନ୍ନ ସରଳ ଧ୍ୱନି ବା syllable ଗୁଡ଼ିକୁ ରେକଡ଼ କରିବାକୁ ହେବ । ପରେ ସେଗୁଡ଼ିକୁ ଶବଦ ସଙ୍ଗେ ତୁଳନା କରି ଯୋଡ଼ିଲେ ଏକ prototype କରାଯାଇପାରିବ । ଏହା ଆରମ୍ଭ କରିବା ପୂର୍ବରୁ ଏବେକାର ଉଇକିପାଠାଗାର ମେଳଣରେ ଏହା ଉପରେ ଚର୍ଚ୍ଚା ପାଇଁ ଗୋଟିଏ ସ୍ଲଟ ରଖାଯାଉ । ସମସ୍ତଙ୍କ ମତାମତ ନେଲେ ଏହାର development ଶୀଘ୍ରତାର ସହ କରାଯାଇପାରିବ ।--ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) (ମୋ ଆଲୋଚନା) ୦୯:୪୫, ୩୦ ଡିସେମ୍ବର ୨୦୧୬ (IST)[reply]