ନୀରବ ସଙ୍ଗୀତ
ମଉଜ । ଟଙ୍କାଟା ସେତେବେଳେ ଗୋଡ଼ି, ମାଟି । ସୁଉକିଟାଏ ପକେଇଦେଲେ ଖାଇପାରିବନି । ଆଉ ଆଜି
ହଁ, ସେଦିନ କଚେରୀ ଘରଠି ଯାତ୍ରୀମାନଙ୍କର କାମ ବଢ଼େଇ ଦେଇ ଜାଗାକୁ ଯାଇଥାନ୍ତି ରଘୁ ମାଲିକେ । ପାଖେକେ ଦୁଇ ତିନିଜଣ ପଖୌଜ ବାଡ଼େଇ ଓଡ଼ିଶୀ ଛାଡ଼ି ଦେଉଥାନ୍ତି । ପଢ଼ିଆରୀ ବସିପଡ଼ିଥାନ୍ତି ପଶାପାଲି ଉପରେ । କଚ୍ଚେ ପୁଅ ବାର ଶବ୍ଦରେ ଜାଗାର ସେ ଗମ୍ଭୀରା ଖଣ୍ତକ ଭାଙ୍ଗିପଡ଼ୁଥାଏ । ପଖୌଜ ମାଡ଼, ଭାଙ୍ଗବଟାର ସଁ ସଁ ଶବ୍ଦ, ପୁଣି ଜାଗା ଅଗାଣରେ ବନ୍ଧା ହୋଇଥିବା ଲଢ଼େଇ ମେଣ୍ଢାର ସଁହେଁ ହେଁ ସଁହେଁ ହେଁ ଶବ୍ଦ ବାୟୁମଣ୍ତଳକୁ ବେଶ୍ ଜମେଇ କରି ରଖିଥାଏ । ଏଇ ସମୟରେ ଜାଗା ଘର ଭିତରକୁ ପଞ୍ଝେ ଖଦଡ଼ିଆ ପଶି ଆସିଲେ । ହଠାତ୍ ପଖୋଜ ମାଡ଼ ବନ୍ଦ, ଭାଙ୍ଗ ଶୀଳ ଉପରେ ଶିଳପୁଆ ସ୍ଥାଣୁ, ପଶାକାଠିଗୁଡ଼ିକ ପଡ଼ିରହିଛନ୍ତି ବିକ୍ଷିପ୍ତ ଭାବରେ । ଆଉ ନେଳି, ନାଲି, ବାଇଗଣି, ଦାନଗୁଡ଼ିକ ଯେ ଯେଉଁଠି ସେ ସେଇଠି । ସମସ୍ତେ ବୁଲି ଚାହିଁଲେ । ସବୁରି ମୁହଁରେ ଆଶ୍ଚର୍ଯ୍ୟଭାବ । କଥା କାହାରିଠୁ ବାହାରୁନି । ଶେଷରେ ପଢ଼ିଆରୀଏ ପାଟି ଖୋଲିଲେ - "ଆସିବା ହେଉ ଅବ୍ଧାନେ, ଆପଣମାନଙ୍କର ପାଦଧୂଳି ଏଭଳି ଜାଗାରେ କେମିତି ?"
"ସେସବୁ ମାନ୍, ଇଜ୍ଜତର କଥା । ତୁମମାନଙ୍କର ସାହାଯ୍ୟ, ସହଯୋଗ ବିନା ପୁରୀ ସହରର ମାନ ଭୂଇଁରେ ଲୋଟିଯିବ ।" ବ୍ରଜଗମ୍ଭୀର ସ୍ୱରରେ କହିଲେ - ଜଣେ ଶ୍ମଶ୍ରଳ, ଜ୍ଞାନୋଦ୍ଦୀପ୍ତ ବ୍ୟକ୍ତି ।
"ହଜୁର, ଆମେ ଥାଉ ଥାଉ ସେକଥା ହେଇପାରିବନି । ଆମୁକୁ କଣ କରିବାକୁ ହେବ, କହିବା ହଉ ସରକାର ! କ'ଣ ଦନୁ ପାଡ଼ୁସିଏ ?"
ଜନାର୍ଦ୍ଦନ ପଟ୍ଟଯୋଶୀ ମୁଣ୍ତ ଟୁଙ୍ଗାରିଲେ ।
ପଣ୍ତିତ ମହାଶୟ ବୁଝାଇଲେ । କଂଗ୍ରେସ ବଳିଆ ପଣ୍ତା ବାଲିରେ ହବ କି କାଠଯୋଡ଼ି ବାଲିରେ ହବ, ସେଥିପାଇଁ ଟଣା ଓଟରା ଲାଗିଚି । ସେମାନେ କହୁଚନ୍ତି, ପୁରୀଆଗୁଡ଼ାକ ଭାଙ୍ଗୁଆ, ମୂର୍ଖ, ସେଠି ହେଇ