ପୃଷ୍ଠା:Odisha Rajanitira Itihasa.pdf/୨୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୮୦ ସପ୍ତମ ଲୋକସଭା ନିର୍ବାଚନ:

ଜାତୀୟ ସ୍ତରରେ ଜନତାଦଳ ବିଭାଜିତ ଥିବା ଅବସ୍ଥାରେ ଜାନୁଆରି ପ୍ରଥମ ସପ୍ତାହରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାପାଇଁ ଘୋଷଣା ହେଲା । ଫଳରେ ଜନତା ପାର୍ଟିରେ ଥିବା ପୂର୍ବତନ ଜନସଂଘ ଦଳର ସଭ୍ୟମାନେ ଅଲଗା ହୋଇଯାଇ ଭାରତୀୟ ଜନତା ପାର୍ଟି (ବିଜେପି) ନାମରେ ନୂତନ ରାଜନୈତିକ ଦଳ ଗଠନ କଲେ । ଅନ୍ୟମାନେ ଏକାଠି ହୋଇ (ଅଣ କଂଗ୍ରେସ ଓ ଅଣ କମ୍ୟୁନିଷ୍ଟଙ୍କ ବ୍ୟତୀତ) 'ଲୋକଦଳ' ନାମରେ ଅନ୍ୟ ଏକ ରାଜନୈତିକ ଦଳ ଗଠନ କଲେ । ଭାରତୀୟ ଜନତା ପାର୍ଟିର ନିର୍ବାଚନ ସଂକେତ ହେଲା ପଦ୍ମଫୁଲ ଓ ଲୋକଦଳର ନିର୍ବାଚନ ସଂକେତ ହେଲା 'ମହିଳା' । ଚରଣ ସିଂହଙ୍କ ନେତୃତ୍ୱରେ ଗଠିତ ଜନତା ଦଳକୁ ଜନତା (ଏସ) ବୋଲି କୁହାଯାଉଥିଲା । ଏହି ଜନତା ଦଳକୁ ଲୋକଦଳ ନାମରେ ନାମିତ କରିବାପାଇଁ ନିର୍ବାଚନ କମିଶନରଙ୍କୁ ଅନୁରୋଧ କରାଯାଇଥିଲା । ହେଲେ ଏଥିରେ କମିଶନର ରାଜି ହୋଇନଥିଲେ । ଫଳରେ ଲୋକଦଳ ପ୍ରାର୍ଥୀମାନେ ଜନତା (ଏସ)ର ନିର୍ବାଚନ ସଂକେତ 'ମହିଳା' ଚିହ୍ନରେ ନିର୍ବାଚନ ଲଢ଼ିିଥିଲେ ।

ଓଡ଼ିଶାର ସପ୍ତମ ଲୋକସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ (ଇ) ୨୧ଟି ଆସନରୁ ୨୦ଟି ଆସନ ଲାଭ କଲା । କେବଳ କେନ୍ଦ୍ରାପଡା ଲୋକସଭା ଆସନରୁ ଲୋକଦଳ ପ୍ରାର୍ଥୀ ବିଜୁ ପଟ୍ଟନାୟକ ନିର୍ବାଚିତ ହୋଇ ଆସିଲେ । ଓଡ଼ିଶାରୁ ନିର୍ବାଚିତ ହୋଇଥିବା ଲୋକସଭା ସଦସ୍ୟମାନେ ହେଲେ

ସପ୍ତମ ଲୋକସଭା ସଦସ୍ୟ (୧୯୮୦) :

ମୟୂରଭଞ୍ଜ ମନମୋହନ ଟୁଡୁ କଂଗ୍ରେସ(ଇ)
ବାଲେଶ୍ୱର ଚିନ୍ତାମଣି ଜେନା କଂଗ୍ରେସ(ଇ)
ଭଦ୍ରକ ଅର୍ଜୁନ ସେଠି କଂଗ୍ରେସ(ଇ)
ଯାଜପୁର ଅନାଦି ଚରଣ ଦାସ କଂଗ୍ରେସ(ଇ)
କେନ୍ଦ୍ରାପଡା ବିଜୟାନନ୍ଦ ପଟ୍ଟନାୟକ ଲୋକଦଳ
କଟକ ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ(ଇ)
ଜଗତସିଂହପୁର ଲକ୍ଷ୍ମଣ ମଳିକ କଂଗ୍ରେସ(ଇ)
ପୁରୀ ବ୍ରଜମୋହନ ମହାନ୍ତି କଂଗ୍ରେସ(ଇ)
ଭୁବନେଶ୍ୱର ଚିନ୍ତାମଣି ପାଣିଗ୍ରାହୀ କଂଗ୍ରେସ(ଇ)
ଆସ୍କା ରାମଚନ୍ଦ୍ର ରଥ କଂଗ୍ରେସ(ଇ)
ବ୍ରହ୍ମପୁର ଆର ଜଗନ୍ନାଥ ରାଓ କଂଗ୍ରେସ(ଇ)
କୋରାପୁଟ ଗିରିଧାରୀ ଗମାଙ୍ଗ କଂଗ୍ରେସ(ଇ)

୨୨୦ . ଓଡ଼ିଶା ରାଜନୀତିର ଇତିହାସ