ନବରଙ୍ଗପୁର | ଖଗପତି ପ୍ରଧାନୀ | କଂଗ୍ରେସ(ଇ) |
କଳାହାଣ୍ଡି | ରାସବିହାରୀ ବେହେରା | କଂଗ୍ରେସ(ଇ) |
ଫୁଲବାଣୀ | ମୃତ୍ୟୁଞ୍ଜୟ ନାୟକ | କଂଗ୍ରେସ(ଇ) |
ବଲାଙ୍ଗୀର | ନିତ୍ୟାନନ୍ଦ ମିଶ୍ର | କଂଗ୍ରେସ(ଇ) |
ସମ୍ବଲପୁର | ଡାକ୍ତର କୃପାସିନ୍ଧୁ ଭୋଇ | କଂଗ୍ରେସ(ଇ) |
ଦେବଗଡ | ନାରାୟଣ ସାହୁ | କଂଗ୍ରେସ(ଇ) |
ଢେଙ୍କାନାଳ | କାମାକ୍ଷା ପ୍ରସାଦ ସିଂହଦେଓ | କଂଗ୍ରେସ(ଇ) |
ସୁନ୍ଦରଗଡ଼ | ଖ୍ରୀଷ୍ଟଫୋର ଏକ୍କା | କଂଗ୍ରେସ(ଇ) |
କେନ୍ଦୁଝର | ହରିହର ସୋରେନ | କଂଗ୍ରେସ(ଇ) |
ଜାନକୀ ବାବୁ କଟକ ଆସନରୁ ଇସ୍ତଫା ଦେବା ପରେ ଉପନିର୍ବାଚନରେ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ କଂଗ୍ରେସ (ଇ) ପ୍ରାର୍ଥୀ ଭାବରେ ଜୟଯୁକ୍ତ ହୋଇଥିଲେ । ଜାନକୀ ବାବୁ କାହିିିଁକି ଏହି ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ, ସେ ବିଷୟରେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରାଯିବ ।
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜାନକୀବଲ୍ଲଭ ପଟ୍ଟନାୟକ :
ଜାନକୀବାବୁ ୧୯୮୦ ମସିହା ସପ୍ତମ ଲୋକସଭା ନିର୍ବାଚନରେ କଟକ ଲୋକସଭା ଆସନରୁ କଂଗ୍ରେସ (ଇ) ପ୍ରାର୍ଥୀ ଭାବରେ ବିପୁଳ ଭୋଟରେ ବିଜୟ ଲାଭ କରି ଇନ୍ଦିରାଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ପର୍ଯ୍ୟଟନ, ବେସାମରିକ ବିମାନଚଳ ଓ ଶ୍ରମ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ପଦଲାଭ କଲେ । ଏହିସବୁ ମନ୍ତ୍ରଣାଳୟରେ ଅଳ୍ପ ଦିନ ସେ ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରି ଉଚ୍ଚ ପ୍ରଶଂସିତ ହୋଇ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଖୁବ୍ ନିକଟତର ହୋଇଗଲେ ।
ନୀଳମଣି ରାଉତରାୟଙ୍କ ମନ୍ତ୍ରିମଣ୍ଡଳ ବରଖାସ୍ତ :
ପୂର୍ବରୁ ୧୯୭୭ ମସିହା ଲୋକସଭା ନିର୍ବାଚନରେ ଜନତାଦଳର ବିପୁଳ ବିଜୟ ଘଟିିଥିଲା । ଫଳରେ କେନ୍ଦ୍ରରେ ଜନତା ଦଳ ସରକାର ଗଠିତ ହୋଇଥିଲା । ଏହି କେନ୍ଦ୍ର ସରକାର ସେହି ସମୟରେ ଓଡ଼ିଶା ସମେତ ନ'ଟି ରାଜ୍ୟର କଂଗ୍ରେସ ସରକାରକୁ ବରଖାସ୍ତ କରିଦେଇଥିଲେ । ଯାହା ଫଳରେ କି ଓଡ଼ିଶାର ତତ୍କାଳୀନ ବିନାୟକ ଆଚାର୍ଯ୍ୟଙ୍କ କଂଗ୍ରେସ ମନ୍ତ୍ରିମଣ୍ଡଳର ପତନ ଘଟିିଥିଲା । ଓଡ଼ିଶା ସମେତ ଏହି ନ'ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୯୮୦ ମସିହା ଲୋକସଭା ନିର୍ବାଚନରେ କଂଗ୍ରେସ (ଇ) ଦଳର ବିପୁଳ ବିଜୟ ଘଟିଲା । କେନ୍ଦ୍ରରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ନୂତନ ସରକାର ଗଠନ କରାଗଲା । ଫଳରେ ସେହି ନଜିର ଦେଖାଇ ଏହି
ସରକାର ବିଭିନ୍ନ ରାଜ୍ୟରେ ଥିବା ଅଣକଂଗ୍ରେସ ସରକାରଗୁଡିକୁ ଭାଙ୍ଗିଦେବା ପାଇଁ ନିଷ୍ପତ୍ତି ଗ୍ରହଣ
ଓଡ଼ିଶା ରାଜନୀତିର ଇତିହାସ . ୨୨୧