ପୃଷ୍ଠା:Odisha Rajanitira Itihasa.pdf/୨୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କ୍ୟାବିନେଟ ମନ୍ତ୍ରୀ :

ଜାନକୀ ବଲ୍ଲଭ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ: ସାଧାରଣ ପ୍ରଶାସନ, ସ୍ୱରାଷ୍ଟ୍ର, ସୂଚନା ଓ
ଲୋକସମ୍ପର୍କ, ଯୋଜନା ଓ ସମନ୍ୱୟ, ଶିଳ୍ପ, ଜଳସେଚନ ଓ
ବିଦ୍ୟୁତ (କ୍ଷୁଦ୍ର ଜଳସେଚନ ସମେତ) ବିଭାଗର ମନ୍ତ୍ରୀ;
ଉପେନ୍ଦ୍ର ଦୀକ୍ଷିତ : ଖାଦ୍ୟ ଓ ଯୋଗାଣ
କାହ୍ନୁଚରଣ ଲେଙ୍କା : ରାଜସ୍ୱ ଓ ଅବକାରୀ
ବାସୁଦେବ ମହାପାତ୍ର : କୃଷି ଓ ସମବାୟ
ଗଙ୍ଗାଧର ମହାପାତ୍ର : ଶିକ୍ଷା ଓ ଯୁବସେବା
ଦୟାନିଧି ନାୟକ : ପୂର୍ତ୍ତ (ଗ୍ରାମ୍ୟ ରାସ୍ତା ଓ କୋଠାବାଡ଼ି ସମେତ)
ରଘୁନାଥ ପଟ୍ଟନାୟକ : ଅର୍ଥ
ରାମଚନ୍ଦ୍ର ଉଲାକା : ହରିଜନ ଓ ଆଦିବାସୀ କଲ୍ୟାଣ

ରାଷ୍ଟ୍ର ମନ୍ତ୍ରୀ :

ହରିହର କରଣ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
କୁଆଁରିଆ ମାଝି : ଜଙ୍ଗଲ, ମତ୍ସ୍ୟ ଓ ପଶୁପାଳନ
ଯୁଗଳ କିଶୋର ପଟ୍ଟନାୟକ : ଶ୍ରମ, କର୍ମସଂସ୍ଥାନ, ପର୍ଯ୍ୟଟନ, କ୍ରୀଡ଼ା ଓ ସଂସ୍କୃତି
ଭଜମନ ବେହେରା : ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ ପୁନର୍ଗଠନ
ନିରଞ୍ଜନ ପଟ୍ଟନାୟକ : ଜଳସେଚନ ଓ ବିଦ୍ୟୁତ (କ୍ଷୁଦ୍ର ଜଳସେଚନ ସମେତ)
ବସନ୍ତ କୁମାର ବିଶ୍ୱାଳ : ଗୃହ ନିର୍ମାଣ, ପୌର ଉନ୍ନୟନ, ଖଣି ଓ ଭୂତତ୍ତ୍ୱ
ହବିବୁଲ୍ଲା ଖାଁ : କୃଷି ଓ ସମବାୟ
କୃଷ୍ଣ ଚରଣ ପଟ୍ଟନାୟକ : ଆଇନ ବାଣିଜ୍ୟ ଓ ପରିବହନ
କିଶୋର ଚନ୍ଦ୍ର ପଟେଲ : ଶିଳ୍ପ ବିଭାଗ ଓ ଲଳିତ ମୋହନ ଗାନ୍ଧୀ- ସୂଚନା,ଲୋକସମ୍ପର୍କ, ଯୋଜନା ଓ ସମନ୍ୱୟ

ଉପମନ୍ତ୍ରୀ :

ସରସ୍ୱତୀ ହେମ୍ବ୍ରମ୍‍ : ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ ପୁନର୍ଗଠନ

ମୁଖ୍ୟମନ୍ତ୍ରୀ ହେବା ପରେ ଜାନକୀଙ୍କ ବେତାର ବାର୍ତ୍ତା :

ଗତ ଛ'ମାସ ମଧ୍ୟରେ ଦେଶରେ ତଥା ଓଡ଼ିଶାର ରାଜନୈତିକ ଜୀବନରେ ଏକ ବୈପ୍ଲବିକ ପରିବର୍ତ୍ତନ ଘଟିଯାଇଛି । ଲୋକେ ତାଙ୍କର ସେବାର ମାଧ୍ୟମ ଓ ପରିବର୍ତ୍ତନର ଅସ୍ତ୍ର ରୂପେ ଶ୍ରୀମତୀ

ଓଡ଼ିଶା ରାଜନୀତିର ଇତିହାସ . ୨୩୧