ଗର୍ଭଗୃହର କୌଣସିଠାରେ ଛୋଟ ଫାଙ୍କଟିଏ ବି ନାହିଁ । ସବୁ ନିବୁଜ । ଅନ୍ୟ ଏକ ପଥ ନେଇଯାଏ
ରାଣୀଙ୍କ ଗର୍ଭଗୃହ ଆଡ଼କୁ । ଆଜିଯାଏ ଖୋଜା ସରିନି । ମୋ' ଭିତରକୁ ପୂରାପୂରି ଭାବରେ
ମଣିଷ ଜାଣିପାରିନି । କିଛିବର୍ଷ ତଳେ ଏକ ଯାନ୍ତ୍ରିକ କ୍ୟାମେରା ସାହାଯ୍ୟରେ 'ନ୍ୟାସନାଲ୍
ଜିଓଗ୍ରାଫିକ୍' ଚେଷ୍ଟାକରିିଲା ମୋ' ଭିତରର ରାଣୀଙ୍କ ଗର୍ଭଗୃହର କିଛି ଅନାବିଷ୍କୃତ ଅଂଶକୁ
ଆବିଷ୍କାର କରିବାକୁ । କିନ୍ତୁ ଏହି କ୍ୟାମେରାର ନଜରରୁ ବି ଲୁଚି ରହିପାରିଛି ମୋର ଅଜସ୍ର
ରହସ୍ୟ ।
ନିକଟ ଅତୀତରେ ମୋ' ଭିତରୁ ମିଳିଛି ୧୨୨୪ ଖଣ୍ତରେ ଅଲଗା ଅଲଗା କରି
ରଖାଯାଇଥିବା ୪୩ ମିଟର ଲମ୍ବର ଏକ ନୌକା । ଅନୁମାନ କରାଯାଏ ଏହି ନୌକାରେ ଫରାଓ
ଖୁଫୁ ନିଜ ମହାଯାତ୍ରା କରିିଥିଲେ ପିରାମିଡ଼୍ ଭିତରକୁ ।
କେବଳ ଅନ୍ୱେଷା ନୁହେଁ, ଯୁଗଯୁଗ ଧରି ଲୋଭ ମଧ୍ୟ ଟାଣି ଆଣିଛି ମଣିଷକୁ ମୋ ପାଖକୁ ।
ଲୋକେ ଲୁଟି ନେଇଛନ୍ତି ମୋ' ଭିତରେ ଥିବା ସମ୍ପଦ ଓ ଗୁପ୍ତ ଧନ । ରାଜା ମହାରାଜା ମୋ
ମଧ୍ୟରେ ଗଚ୍ଛିତ ଥିବା ସମ୍ପଦରେ ନିଜ ମିଛ ପ୍ରତିପତ୍ତି ବଢ଼ାଇଛନ୍ତି । ଖଲିଫା ଅବ୍ଦୁଲ୍ ଅଲ୍ ମାମୁନ୍,
୮୨୦ ଖ୍ରୀଷ୍ଟାବ୍ଦରେ ପ୍ରବେଶ କରିିଥିଲେ ମୋ' ଭିତରେ । କିନ୍ତୁ ଇତିହାସକାରମାନେ କହନ୍ତି,
ଏହାର ବହୁ ଆଗରୁ ମୋତେ ଖୋଲା ଯାଇସାରିଥିଲା ଏବଂ ମୋର ଲୁଟପାଟ ଆରମ୍ଭ ହୋଇଯାଇଥିଲା ।
ଅନେକେ କୁହନ୍ତି ମୁଁ ଅଭିଶପ୍ତ । ମୋତେ ଲୁଟ କରିିଥିବା ଲୋକେ ଅଭିଶାପ
ଯୋଗୁଁ ମରନ୍ତି । କିନ୍ତୁ ଅଧିକାଂଶ ସ୍ଥଳରେ ଏହି ମୃତ୍ୟୁର କାରଣ ଲୁଟ କରିଥିବା ଧନକୁ ନେଇ
ଅନ୍ତର୍ଦ୍ୱନ୍ଦ୍ୱ ବା ମୋ' ଭିତରେ ଲୁଚି ରହିିଥିବା ରୋଗ ଜୀବାଣୁଙ୍କ ପ୍ରଭାବ ।
ମୁଁ ଆଜିବି ମାନବ ସଭ୍ୟତାକୁ ଦେଇ ଚାଲିଛି ଏକ ମହାନ ବାର୍ତ୍ତା । ଜୀବନର କ୍ଷଣଭଙ୍ଗୁରତା
ଓ ଅମୃତ ଅନ୍ୱେଷାର ଅନୁଭୂତିକୁ ବଞ୍ଚାଇ ରଖିବାର ପ୍ରେରଣା ଦେବାକୁ ଚେଷ୍ଟା କରୁଛି । ଦିନେ
ମୋ ଉପରେ ଠିଆ ହୋଇ ଗର୍ବୋନ୍ମତ୍ତ ନେପୋଲିଅନ୍ ନିଜ ସୈନିକମାନଙ୍କୁ କହିିଥିଲେ 'ଦେଖ
୪୦୦୦ ବର୍ଷର ଇତିହାସ ଆମକୁ ଆଖି ଉଠାଇ ଦେଖୁଛି । କିନ୍ତୁ ଆଜିବି ମୁଁ ଅଛି, ହେଲେ ସିଏ
ନାହାନ୍ତି । ତା'ହେଲେ କଣ ମୁଁ ତିଆରି ହୋଇଥିଲି ମୃତ୍ୟୁ ର ବାର୍ତ୍ତାବହ ଭାବେ । ମୁଁ କଣ ଠିଆହୋଇଛି
'ବିଲୟ ଅବଶ୍ୟମ୍ଭାବୀ' ଏହା ଜଣାଇଦେବାକୁ । କିନ୍ତୁ ମୁଁ ଏକଥା ବି ମନେପକାଇ ଦେଉଛି, ମୃତ୍ୟୁ ର
ସତ୍ୟତା ମଧ୍ୟରେ ହିଁ ଲୁଚି ରହିଛି ଚିରନ୍ତନ ଜୀବନୀ ସତ୍ତାର ଅନୁଭୂତିର ଆଶା । ଏହା ହଜାର
ହଜାର ବର୍ଷ ତଳର ଫରାଓଙ୍କ ଠାରୁ ଆରମ୍ଭ କରି ଆଜିର ମାନବ ପାଇଁ ଏକ ଅନ୍ତରଙ୍ଗ ଅନ୍ୱେଷା ।
ପୃଷ୍ଠା:Saptascharya.pdf/୨୨
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୨ ସପ୍ତାଶ୍ଚର୍ଯ୍ୟ