Jump to content

ପୃଷ୍ଠା:Saptascharya.pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାଆଁରୁ ଲାଗିପାରେ ମୁଁ କୁଆଡେ଼ ଥିଲି ଆକାଶରୁ ଝୁଲୁଥିବା ବଗିଚା । ମୁଁ କିନ୍ତୁ ପ୍ରକୃତରେ ଥିଲି ବଗିଚାର ଏକ ବହୁତଳ ବିଶିଷ୍ଟ ପ୍ରାସାଦ । ମେସୋପଟାମିଆର ଶୁଷ୍କ, ସମତଳ ପରିବେଶ ଭିତରେ ଖୁବ୍‍ ଦୂରରୁ ଦେଖାଯାଉଥିଲା ଏହି ଗଛପତ୍ରରେ ଭର୍ତ୍ତି ଉଚ୍ଚ ବହୁତଳ ପ୍ରାସାଦ । ଦୂରରୁ ଲାଗୁଥିଲା ଯେପରି ବଗିଚାଟିଏ ଆକାଶରେ ଭାସୁଛି ! ତେଣୁ ଲୋକେ ମୋର ନାଁ ଦେଇଥିଲେ ବେବିଲୋନ୍‍ର ଝୁଲନ୍ତା ବଗିଚା । ମରୁପ୍ରାନ୍ତର ମଧ୍ୟରେ ଥାକ ଥାକ ଛାତମାନଙ୍କ ଉପରେ ବଗିଚା । ବିଶ୍ୱାସ କରିପାରିନଥିଲେ ସେ କାଳର ଲୋକେ । ତେଣୁ ମୋତେ ଗ୍ରହଣ କରିିଥିଲେ ସପ୍ତାଶ୍ଚର୍ଯ୍ୟଙ୍କ ମଧ୍ୟରେ ।
ବେବିଲୋନ୍‍ ଥିଲା ମେସୋପୋଟାମିଆ ସାମ୍ରାଜ୍ୟର ରାଜଧାନୀ । ଏହି ମହାନ ସହରର ଅବଶେଷ ଆଜିବି ଦେଖିବାକୁ ମିଳେ ଇରାକର ଅଲ୍‍ହିଲ୍ଲାହ ସହର ନିକଟରେ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ମେସୋପଟାମିଆ ସାମ୍ରାଜ୍ୟର ସମ୍ରାଟ ଥିଲେ ନେବୁଚାଦେନେଯର ଦ୍ୱିତୀୟ (ଖ୍ରୀଷ୍ଟପୂର୍ବ ୬୦୫-୫୬୨) । ସବୁ ରାଜାଙ୍କ ଭଳି ସେ ବି ଯୁଦ୍ଧ କରିିଥିଲେ ଓ ଶାନ୍ତି ପ୍ରତିଷ୍ଠା ପାଇଁ ବିବାହ କରିିଥିଲେ । ରାଜନୀତିର ଗୋଟିଚାଳନା ଦ୍ୱାରା ସେ ବାହା ହୋଇଥିଲେ ମେଡେସ୍‍ର ରାଜାଙ୍କ କନ୍ୟା ଆମିଟିସ୍‍ଙ୍କୁ । ନେବୁଚାଦେନେଯରଙ୍କର ଅନେକ ପତ୍ନୀ ଓ ରକ୍ଷିତା ଥିଲେ ମଧ୍ୟ ତାଙ୍କର ସବୁ ପ୍ରେମ ଅଜାଡ଼ି ହୋଇ ପଡ଼ିିଲା ଆମିଟିସ୍‍ଙ୍କ ପ୍ରତି । କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ସମାନତା ଥିଲା ଖୁବ୍‍ କମ୍‍ । ଆମିଟିସ୍‍ ବଢ଼ିିଥିଲେ ସବୁଜିମା ଭରା ପାର୍ବତ୍ୟ ଅଞ୍ଚଳରେ । ନେବୁଚାଦେନେଯରଙ୍କ ମଧ୍ୟରେ ଭରି ରହିିଥିଲା ମରୁଭୂମିର ରୁକ୍ଷତା, ଯେଉଁଠାରେ ସେ କଟାଇଥିଲେ ନିଜର ଜୀବନ । କିନ୍ତୁ ପ୍ରେମ ଏକାଠି କରିପାରିିଥିଲା ଦୁଇ ଜଣଙ୍କ ମନକୁ ।

[[ଫାଇଲ:|387px|page=24]]
୨୪ ସପ୍ତାଶ୍ଚର୍ଯ୍ୟ