ସ୍ଥପତିମାନେ ମୋର ସୁନ୍ଦରତା ଓ ବିରାଟତାର ଚିନ୍ତାରେ ଏତେ ମଜ୍ଜି ଯାଇଥିଲେ ଯେ
ସେମାନେ ମୋର ସ୍ଥାୟିତ୍ୱ ନେଇ ବିଶେଷ କିଛି ଚିନ୍ତା କରି ନ ଥିଲେ । ଭୂମିକମ୍ପର ପ୍ରକୋପ କଥା
ସଂପୂର୍ଣ୍ଣ ଭୁଲିଯାଇଥିଲେ । ଆଉ ମୋତେ ଧ୍ୱସ୍ତ କଲା ଏକ ଭୂମିକମ୍ପ । ମାତ୍ର ୫୬ ବର୍ଷର କଞ୍ଚା
ବୟସରେ ମୁଁ ଭୂଲୁଣ୍ଠିତ ହେଲି ଖ୍ରୀଷ୍ଟପୂର୍ବ ୨୨୬ରେ । ରୋହ୍ଡ଼ସ୍ ସହର ବି କ୍ଷତିଗ୍ରସ୍ତ ହୋଇଥିଲା
ଏହି ଭୂମିକମ୍ପଦ୍ୱାରା । ମୋର ସବୁଠାରୁ ଦୁର୍ବଳ ଯୋଡେ଼ଇ ଥିଲା ଆଣ୍ଠୁ ପାଖରେ । ଦୁଇ ଗୋଡ଼
ଉପରେ ଏହିଠାରେ ଯୋଡ଼ା ଯାଇଥିଲା ଉପରେ ନିର୍ମିତ ବିରାଟ ଦେହକୁ । ମୋର ଉପର ଅଂଶ
ଆଣ୍ଠୁ ପାଖରୁ ଭାଙ୍ଗି ତଳକୁ ଖସି ପଡ଼ିଲା ।
ରୋହ୍ଡ଼ସ୍ର ବନ୍ଧୁ ଇଜିପ୍ଟ ଆଗେଇ ଆସିଥିଲା ପୁନଃନିର୍ମାଣରେ ସାହାଯ୍ୟ କରିବାକୁ ।
ଟୋଲେମିଙ୍କ ଉତ୍ତରାଧିକାରୀ ଟୋଲେମି ତୃତୀୟ ରୋହ୍ଡ଼ସ୍ ନିବାସୀଙ୍କୁ କହିଲେ ଯେ ମୋର
ପୁନଃର୍ନିର୍ମାଣ ହେବା ଦରକାର । ଟୋଲେମି ତୃତୀୟ ମୋର ସମସ୍ତ ଖର୍ଚ୍ଚ ବହନ କରିବାକୁ
ରାଜିଥିଲେ । କିନ୍ତୁ ଭୂମିକମ୍ପର ଧ୍ୱଂସଲୀଳା ବିଶେଷ କରି ମୋର ପତନ ରୋହ୍ଡସ୍ବାସୀଙ୍କୁ ମର୍ମାହତ
କରିଥିଲା । କାରଣ ମୁଁ ଥିଲି ହେଲିଓସ୍ଙ୍କ ଶକ୍ତି ଓ ସାର୍ମ୍ୟର ପ୍ରତୀକ । ସେମାନେ ଭାବିଲେ ଏହା
ହୁଏତ କୌଣସି ଦୈବୀ ନିର୍ଦ୍ଦେଶର ପ୍ରତୀକ । ସେମାନେ ଜଣେ ତଥାକଥିତ ଦିବ୍ୟଦ୍ରଷ୍ଟା ବା
'ଅରାକଲ୍'ଙ୍କ ପରାମର୍ଶ ନେଲେ । ପ୍ରାଚୀନ ଗ୍ରୀସ୍ରେ ଦେବଦେବୀ ମାନଙ୍କ ପୁରୋହିତଙ୍କ ମଧ୍ୟରୁ
କିଛି ମନୋନୀତ ପୁରୋହିତଙ୍କୁ ଭବିଷ୍ୟଦ୍ରଷ୍ଟା ବା 'ଅରାକଲ୍' କୁହାଯାଉଥିଲା । ସାଧାରଣ ଜନତା
ଓ ଶାସକମାନେ ଏମାନଙ୍କ ପରାମର୍ଶ ଅନୁଯାୟୀ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିଲେ ।
ପୃଷ୍ଠା:Saptascharya.pdf/୭୨
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୨ ସପ୍ତାଶ୍ଚର୍ଯ୍ୟ