ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଭାର୍ଗବୀ ପ୍ରତି
ତେଜି ଅଶାନ୍ତି ନଗର ପାଶ
ଚାରୁ ପଲ୍ଲି-ପଥେ କଲୁ ବାସ
ବାର ବାଙ୍କ ଭ୍ରମି ହେଲୁ ପଥଶ୍ରମୀ
ଶେଷେ ସିନ୍ଧୁ ସଙ୍ଗେ ଗଲା ପ୍ରାସ, ଲୋ ତଟିନି ! (୧)
କାହିଁ କୋମଳ ଶ୍ୟାମଳ ଘାସ
କାହିଁ କୃଷକେ କରନ୍ତି ଚାଷ
ତୋର ବେନି ତଟେ କାହିଁ ଅବା ଚାଟେ
ସୁଖେ ବୋଲନ୍ତି ସରଳ ରାସ, ଲୋ ତଟିନି ! (୨)
ପଲ୍ଲୀ ପ୍ରାକୃତ ସରଳ କାନ୍ତି
ଉଦବେଗହୀନ ଦିବ୍ୟ ଶାନ୍ତି
ତୋର ଜଳଧାର ଯୋଗେ ସୁଖତର
ହରେ ସହଜେ ସକଳ ଶାନ୍ତି, ଲୋ ତଟିନି ! (୩)
ନାନା ବିଧ ତରୁ ଗୁଳ୍ମ-ଲତା
ଫଳ-ଫୁଲ ପଲ୍ଲବେ ଆନତା
ଆବୋରି ତୋ ନୀରେ ରାଜେ ବେନି ତୀରେ
ପଲ୍ଲି ସତେ କି ଟେକିଛି ଛତା, ଲୋ ତତିନି ! (୪)