ଏହି ପୃଷ୍ଠାଟି ବୈଧ ହୋଇସାରିଛି
-୬-
ମଣିମା ଶୁଣିମା ହେଉ ଗରିବ ଡାକ
ନିରକ୍ଷଜନକୁ ରଖ ପଙ୍କଜମୁଖ ।ପଦ।
କୃପାସାଗର କାହିଁକି ମୋ ବେଳକୁ ଗଲ ଶୁଖି,
ଜାଣିଲି ମୋ କର୍ମ ବାଙ୍କ ନୁହେଁ ସଳଖ ।୧।
ଆତଙ୍ଗ ନାଶନ ବାନା ନ ଶୁଣ ଭୃତ୍ୟ ବେଦନା,
ଏବେ ହୋଇଯିବ ମନା, କେ ଦେବ ଡାକ ।୨।
ଦାସ ଯେବେ ନାଶ ଯିବ, କିର୍ତ୍ତିରେ ଅକିର୍ତ୍ତି ହେବ ।
କିରତି ଚନ୍ଦ୍ରରେ ଲାଗି ଯିବ କଳଙ୍କ ।୩।
କହେ ସଦାନନ୍ଦ ଛାର ନାହିଁ ଆନ ପ୍ରତିକାର,
ଏ ହୀନ ଅବସ୍ଥା ମୋର ନେତ୍ରେ ନ ଦେଖ ।୪।
-ସଦାନନ୍ଦ-
-୭-
କହ କି କରିବି, ନ ଦିଶଇ ବୁଦ୍ଧି ହେ ଦୟାନିଧି (ଘୋଷା)
ବିଷୟ ଭୋଗରେ ମନ ହେଉଛି ସଦା ଉଚ୍ଛନ୍ନ
ଦୁଃଖ ଲାଭ ପରିଣାମ ଜାଣି ତିଳ ପରିମାଣ,
ଚିତ୍ତକୁ ମୁଁ ନ ପାରଇ ରୋଧି (୧)
-୭-