ପୃଷ୍ଠା:Sashi Sena.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

'ମୁଁ ତୁମ୍ଭର ବ‌ହୁତ କାମରେ ଲାଗିବି' ଏହା ସେ କ‌ହିବାରୁ ତାକୁ ଘୋଡ଼ା ଲାଙ୍ଗୁଡ଼ରେ ବାନ୍ଧି ସାଙ୍ଗରେ ନେଲେ । ତ‌ହୁଁ ଯାଉଁ ଯାଉଁ ବାଟରେ କୁଲା, ବାଉଁଶିଆ ଓ ଲଙ୍ଗଳ ଲୁହାକୁ ଠେକୁଆ ଲାଙ୍ଗୁଡ଼ କ‌ହିବା ଅନୁସାରେ ସାଙ୍ଗରେ ନେଲେ । ଏହିପରି ଯାଉଁ ୨ ରାତି ହୋଇଯିବାରୁ ଗୋଟାଏ ବୁଢ଼ୀ ଅସୁରୁଣୀ ଘରେ ସେମାନେ ବସା କରି ରହିଲେ । ସେ ବୁଢ଼ୀର ସାତ ପୁଅ । ସେମାନେ ଯେମିତି ଘରକୁ ଫେରିଲେ ସେମିତି ବୁଢ଼ୀ କ‌ହିଲା - ତୁମ‌ପାଇଁ ଭଲ ଖାଇବା ଦରବ ଘରେ ରଖିଛି; ଯା ଖାଇବ । ଅସୁରେ ଯାଇ ଦେଖିଲେ ଯେ ସେ ସବୁ କବାଟ କିଳି ଶୋଇଛନ୍ତି । ସେଉଠୁ ପଚାରିଲେ ତୁମେ କିଏ ? ଠେକୁଆ ଲାଙ୍ଗୁଡ଼ ଜବାବ ଦେଲା - ଆମେ ଅସୁରଙ୍କ ଶଶୁର । ସେମାନେ ଜିଭ ପାଟି ଓ ଦାନ୍ତ ଦେଖାଇବାକୁ ପଚାରିଲାରୁ ଲାଙ୍ଗୁଡ଼ଟି ଗୋଟି ଗୋଟି କରି କୁଲା, ବାଉଁଶିଆ ଓ ଲଙ୍ଗଳ ଲୁହା ଦେଖାଇ ଦେଲା । ଅସୁରେ ତା ଦେଖି ଡ଼ରି ପଳାଇଲେ । ରାତି ଅଧରେ ଠେକୁଆ ଲାଙ୍ଗୁଡ଼ ଅଭିମନ୍ୟୁ ଓ ଶଶିସେଣାଙ୍କୁ ଉଠାଇ ସବୁକଥା କ‌ହିବାରୁ ସେ ଦୁହେଁ ସେହିକ୍ଷଣି ସେଠୁ ଚାଲିଗଲେ । ସକାଳେ ଅସୁରେ ଦେଖିଲେ, କେହି ନାହାନ୍ତି । ବୁଢ଼ୀ କ‌ହିଲା ମୁଁ ଘୋଡ଼ା ଲାଙ୍ଗୁଡ଼ରେ ସୋରିଷ ବାନ୍ଧି ଦେଇଛି, ସେ ତ ବୁଣି ହୋଇ ହୋଇକା ଯାଉଥିବ ଓ ସାଙ୍ଗେ ସାଙ୍ଗେ ଗଛ ଉଠି ଉଠିକା, ଫୁଲ ଫୁଟି ଫୁଟିକା ଯାଉଥିବ । ତମେ ପଛେ ପଛେ ଗଲେ ନିଶ୍ଚେ ତାଙ୍କୁ ଭେଟିବ । ତ‌ହୁଁ ଅସୁରେ ଧାଇଁଲେ ଓ ଅଳ୍ପ ଦୂରରେ ତାଙ୍କୁ ଭେଟିଲେ । ଅଭିମନ୍ୟୁ ପଛରୁ ତାଙ୍କୁ ଦେଖି ବେତମଞ୍ଜି ଗୁଡ଼ିଏ ବୁଣିଦେଲା ଯେ ଚାହୁଁ ଚାହୁଁ ବେତବଣ ହୋଇଗଲା । ଅସୁରେ ବେତ କଣ୍ଟା ନ ମାନି ଗୋଡାଇଲେ । ସେଉଠୁ ଅଭିମନ୍ୟୁ ଅଙ୍ଗାର ଗୁଡାଏ