ଏହି ପୃଷ୍ଠାଟି ବୈଧ ହୋଇସାରିଛି
ୟେହା ମାରିତ ବିହିତ ନୁହଇ,
କଥା ବୁଝିବା ଧର ତାକୁ ନେଇ ।୬୧।
ୟେଥୁ କିସ ହେବ ପରମାଣିମା ୩୬,
ଭଲା ସଂକେତ ସବୁହିଂ ଜାଣିମା ।୬୨।
ୟେଥୂଅନ୍ତେ ଦୋସାଧୁ ହକାରନ୍ତି,
ତୁନିକରି ତା କାନରେ କହନ୍ତି ।୬୩।
ୟେହୁ ମାରିବା ପଦାର୍ଥ ନୁହଇ,
ୟେହା ମଲେ କେ ଜେମାକୁ ଜିଆଇ ।୬୪।
ତାକୁ ଖଡ଼ଗ ୩୭ ପ୍ରହାରିବୁ ନାହିଁ,
ଉଞ୍ଚାଇ ଭୟ ଦେଖାଇବୁ ନେଇ ୩୮ ।୬୫।
ରାଜା ଦୋସ ଧୂୟେମନ୍ତ ବିଚାର,
କେହି ନ ଜାଣନ୍ତି ଜନ ବାହାର ୩୯।୬୬।
ରାଜା ବାହ୍ୟରେ ୪୦ ବୋଇଲେ ବଚନ,
ନେଇଂ ବିଷାବଳି ଦିଅ ବହନ ।୬୭।
ରାଜା ଆଗ୍ୟାଂରେ ଦୋସାଧୁ ଚଳିଲା,
ନଗ୍ରବାହାରେ ଶମଶାନେ ନେଲା ୪୧।୬୮।
ରୋଷେ ଖଡ଼ଗ ଧଇଲା ହସ୍ତର,
ନେଈଂ ବସାଇଲା ଚାଟ କନ୍ଧର ।୬୯।
ଇଷ୍ଟ ସୁମରଣା କର ତୋହର,
ରାଜା ନବରେ ପଶୁ ତୋହ ଛାର ।୭୦।
୩୬ । ପରିମାଣିମା = ବୁଝିବା ।
୩୭ । ଖଡ଼କ (ପୋଥିପାଠ) । ୩୮। ଏହି ପାଦଟି ମ୍ୟୁଜିଅମ୍ ପୋଥିରେ ନାହିଁ । ୩୯। ବୋଲି (ପୋଥିପାଠ) । ୪୦। ବାହୁଡ଼ୀ (ପୋଥିପାଠ) ।
୪୧। କଲା । (ପୋଥିପାଠ) ।