ପୃଷ୍ଠା:Brahmanda Bhugola (Balarama Dasa).pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ରୂପ । ଏମନ୍ତେ ଗଲା କୋଟି କଳ୍ପ ।।
ବ୍ରହ୍ମାଣ୍ଡ ମୋର ଗର୍ଭେନେଇ । ରଖିଲି ବ୍ରହ୍ମରୂପ ହୋଇ ।।
କେହି ନଥିଲେ ହେ ଅର୍ଜ୍ଜୁନ । ବ୍ରହ୍ମାଣ୍ଡ ହୋଇଥିଲା ଶୂନ୍ୟ ।।
ଏମନ୍ତ କୋଟିକଳ୍ପ ଅନ୍ତେ । ଦୟା ଉପୁଜିଲା ମୋ ଚିତ୍ତେ ।।
ସୂଷ୍ଟି କାରଣେ ବାଞ୍ଛା ହେଲା । ମୋ ଅଙ୍ଗୁ ବିନ୍ଦୁ ଉଛୁଳିଲା ।।
ସେ ବିନ୍ଦୁ ତ୍ରୟ ଭାଗ ହେଲା । ତ୍ରିବୀଜ ରସ ବୋଲାଇଲା ।।
ସେ ବିନ୍ଦୁ ହସ୍ତରେ ଧରିଲି । ତ୍ରୟେ ଅଙ୍ଗୁଳି ଗଳାଇଲି ।।
ତ୍ରୟ ବୀଜରୁ ତ୍ରୟ ଦେବ । ହୋଇଲେ ବ୍ରହ୍ମା ବିଷ୍ଣୁ ଶିବ ।।
ଏ ତିନିମୂର୍ତ୍ତିଠାରୁ ପୁଣ । ଉତ୍ପତ୍ତିହେଲା ରାମ ନାମ ।।
ନାମରୁ ଭାଗବତ ହେଲା । ତେଣୁ ଦ୍ୱିତୀୟ ବୋଲାଇଲା ।।
କହଇ ବଳରାମ ଦାସ । ପ୍ରଥମାଧ୍ୟାୟ ହେଲା ଶେଷ ।।
ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜ୍ଜୁନ ସମ୍ବାଦେ ପ୍ରଥମୋଽଧ୍ୟାୟଃ ସମାପ୍ତ ।

ଦ୍ୱିତୀୟ ଅଧ୍ୟାୟ

ଅର୍ଜୁନ ଉବାଚ :
ଅର୍ଜ୍ଜୁନ ବିନୟ ଭାବରେ । ପଡ଼ଇ କୃଷ୍ଣଙ୍କ ପୟରେ ।।
କଥାଏ ପଡ଼ିଲା ମୋ ମନ । କହ ହେ ପ୍ରଭୁ ଭଗବାନ ।।
ଭାଗବତ ଯେ ବୋଲାଇଲା । କେମନ୍ତେ ଏକାଦଶ ହେଲା ।।
ଏକଥା କହ ଭାବଗ୍ରାହୀ । ଭାଗବତ ଯେ ପୁଣ ଫେଇ ।।
ଶ୍ରୀଭଗବାନୁବାଚ :
କହନ୍ତି ପ୍ରଭୁ ଦଇତାରି । ଶୁଣ ଅର୍ଜ୍ଜୁନ ହେତୁ କରି ।।
ମାତା ପିତାଙ୍କ ରଜ ବୀଜ । ତେଣୁ ହୋଇଲା ମହାତେଜ ।।
ରଜ ବୀର୍ଯ୍ୟକୁ ଭାଗକଲା । ଏମନ୍ତେ ଭାଗବତ ହେଲା ।।
ଏକାଦଶ ଇନ୍ଦ୍ରିୟଗଣ । ରଜୋ ବୀର୍ଯ୍ୟରୁ ଜାତ ପୁଣ ।।
ଦେହରୁ ବ୍ରହ୍ମ ଏକ ହୋଇ । ଏକାଦଶ ଏଣୁ ବୋଲାଇ ।।
ଦ୍ୱିତୀୟ ଅଧ୍ୟାୟ ହେଲା ଶେଷ । କହଇ ବଳରାମ ଦାସ ।।
ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜ୍ଜୁନ ସମ୍ବାଦେ ଦ୍ୱିତୀୟୋଽଧ୍ୟାୟଃ ସମାପ୍ତ ।
ଅର୍ଜ୍ଜୁନ ଉବାଚ :
ଅର୍ଜ୍ଜୁନ ବୋଲଇ ଗୋସାଇଁ । କଥାଏ ମନ ପଡ଼ିଲଇଁ ।।
ଗୀତ ସ୍ମୃତି ଯେତେକ ତତ୍ତ୍ୱ । କାହୁଁ ଏ ଶାସ୍ତ୍ର