ପୃଷ୍ଠା:Alankara Bodhodaya.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ


ଅତ୍ର “ଜଗତକୁ' ଏହି ପଦ ଦ୍ବିତୀୟ ପାଦରେ ରହିବାରୁ ଦୋଷ ହେଲା । ସନ୍ଧିରେ କଷ୍ଟତା - ଯଥା, ରାମଚନ୍ଦ୍ରଙ୍କର ଚାର୍ବଙ୍ଗକୁ ଦେଖି ତର୍କାଳୀମାନେ ସାଧୁବସ୍ଥିତିକି ପ୍ରାପ୍ତ ହେଲେ । ଅତ୍ର ଚାରୁ-ଅଙ୍ଗ, ତରୁ-ଆଳୀ, ସାଧୁ- ଅବସ୍ଥିତି ଏମାନଙ୍କୁ ସନ୍ଧି କରିବାରୁ ଦୁଃଶ୍ରାବ୍ୟ ହେଲା । ଅକ୍ରମତା - ଯଥା, କଳଶା ରାଗେ ପାଣ୍ଡବଙ୍କ ପ୍ରତି କୃଷ୍ଣ ସୁଖେ ରାଜ୍ୟ ଭୋଗକର ଧର୍ମକୁ ସୁମରି, କହି କରି ଏମନ୍ତ ଦ୍ବାରକା ଗଜେଇ ହରି । ଅତ୍ର ଏମନ୍ତ କହି କରି ନ ବୋଲି, କହି କରି ଏମନ୍ତ ବୋଲିବାରୁ ଅକ୍ରମ ହେଲା । ଭଗ୍ନ ପ୍ରକ୍ରମତା - ଯଥ}, ଉକ୍ତ ରଜୋଗ ଯୁଦ୍ଧ ନେବାହୁ ବୋଲି ମନ୍ତ୍ରୀ ଉତ୍ତରକୁ ଦେଲେ କ୍ରୋଧରେ ରାବଣ ପ୍ରତିଭାଷଣକୁ ଗଲେ । ଅତ୍ର ଉତ୍ତରର ପ୍ରକ୍ରମ ପ୍ରତ୍ଯୁତ୍ତର; ଏହା ନ କହି ପ୍ରତିଭାଷଣ ବୋଲିବାରୁ ପ୍ରକ୍ରମ ଭଗଜୋହଳା ! ବାଟାନଭିଧାନ - ଯଥା, କଳଶା ରାଜୋଗ ମହାରାଜ ! ଆପଣଙ୍କ ପାଦେ। ଏ ବିନୀତ, ତଥାପି କୋପ କରିବା ନୁହଇ ଉଚିତ । ଅତ୍ର ବିନୀତ ଉତ୍ତାରୁ ‘ହୋଇଅଛି’ କ୍ରିୟାପଦର ଅନଭିଧାନ (ଅକଥନ) ହେଲା । ଅଭବନୃତସମ୍ବନ୍ଧତା - ଯଥା, ଚକ୍ରକେଳି ରାଗେ ଯାହା କଟାକ୍ଷରେ ତୁମେୟ ଦେଖିଲ । ସେହିକାଳୁ ଦୁଃଖ ହେଲା ବିରକ । ଅତ୍ର ଯାହା ଶବ୍ଦ ସହିତରେ “ସେହିକାକୁ' ଶବ୍ଦର ଅସମ୍ବନ୍ଧ ହେଲା । ଅର୍ଥାତ୍ ଯତ୍ ସହିତରେ ତତ୍ ଓ ଯଦା ସହିତରେ ତଦାର ସମ୍ବନ୍ଧ, ଏଠାରେ ଏହାର ଅଭାବରୁ | ଅମତପରାର୍ଥତା - ଯଥା, ଚକ୍ରକେଳି ରାଗେ ରାମ ମନ୍ମଥ ଶରରେ ତାଡ଼ିତା, ତାଡ଼କା ନିଶାଚରୀ ସେ ପୀଡ଼ିତା, ଗନ୍ଧ ରୁଧର ଚନ୍ଦନରେ ଲିପ୍ତା, ଜୀବିତେଶ ବସତିରେ ମିଳିତା । ଅତ୍ର ବୀର ଓ ଶୃଙ୍ଗୀର ଉଭୟ ରସର ବୋଧକ ହୋଇଅଛି ଯେ ଅର୍ଥ, ସେ