ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୧୨

ଯାଏ ମାତ୍ର ଯେବେ ଏମନ୍ତ ପ୍ରଭେଦ ନ କରନ୍ତେ ତେବେ ନିର୍ଦୋଷୀ ଲୋକେ ଦୋଷୀ ଲୋକର ଉଚିତ ଦଣ୍ଡ ଅନେକଥର ଭୋଗ କରନ୍ତେ ।

ଶିଷ୍ୟ । ଏ କଥା ପୂର୍ବରେ ଆମ୍ଭର ମନେ ନ ଥିଲା ପୁଣି ହେ ଅବଧାନ, ମନୁଷ୍ୟର ସମସ୍ତ ଅଙ୍ଗଠାଋ ମୁଣ୍ଡ ଏତେ କଠିଣ କିପାଁ ?

ଗୁଋ । ତାହାର କାରଣ ଏହି, ମସ୍ତକର ମଧ୍ୟରେ ଘୃତର ନ୍ୟାୟ ଯେ ଅତି କୋମଳ ବସ୍ତୁ ଅଛି ତା ମଧ୍ୟରେ ଜ୍ଞାନର ସ୍ଥିତି ହୁଅଇ । ଏନିମନ୍ତେ କୌଣସି ପ୍ରକାରେ ଯେମନ୍ତ ତାହାର ହାନି ନୁହଇ ଏହି ନିମନ୍ତେ ଅତି କଠୋରଋପରେ କପାଳ ଭାଗ ନିର୍ମାଣ କରିଅଛନ୍ତି ।

ଶିଷ୍ୟ । କେଶ କି କେବଳ ମସ୍ତକର ଶୋଭାର ନିମନ୍ତେ ହୋଇଅଛି ?

ଗୁଋ । ନାହିଁ, ତାହା କେବଳ ନୋହେ । କେଶର ମସ୍ତକ ଉଷୁମ ଥାଏ ପୁଣି ପ୍ରତ୍ୟେକ କେଶର ରନ୍ଧ୍ରରେ ଝାଳ ବାହାର ହୁଅଇ । ଆଉ କେଶ ମସ୍ତକକୁ ଆଘାତଠାଋ ରକ୍ଷା କରଇ ।

ଶିଷ୍ୟ । ପ୍ରତ୍ୟେକ କେଶର ମୂଳରେ କି ରନ୍ଧ୍ର ଅଛି ?

ଗୁଋ । ହାଁ, ଅତି ସୁକ୍ଷ୍ମ ରନ୍ଧ୍ର ଅଛି ତାହା କ୍ଷୁଦ୍ର ଦୁରବୀଣରେ ଦେଖାଯାଏ ।

ଶିଷ୍ୟ । ଚକ୍ଷୁର ବିଷୟ ଆପଣ କି କିଛି ବୋଲିବେ ?

ଗୁଋ । ତେବେ ଶୁଣ । ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗର ମଧ୍ୟରେ ଆକ୍ଷୀ ଅତି ନିପୁଣତାରେ ନିର୍ମିତ ହୋଇଅଛି । ତାହାର କିଋପ ନିର୍ମାଣ ତାହା କେବଳ ବିଜ୍ଞମାନେ ବୁଝି ପାରନ୍ତି । ଦେଖ, ଆମ୍ଭେମାନେ ମସ୍ତକ ନ ଫେରାଇଲେ ଯେମନ୍ତ ତିନି ଦିଗ ଦେଖିବାକୁ ପାରି ଏଥିପାଇଁ ଚକ୍ଷୁ ସ୍ୱସ୍ଥାନରେ ଥାଇ ଗମନଶୀଳ ହୁଅଇ ଆଉ ଚକ୍ଷୁ ଏମନ୍ତ ଉତ୍ତମ ସ୍ଥାନରେ ସ୍ଥାପିତ ହୋଇଅଛି ଯେ ଅନାୟାସରେ ତାହାର ରକ୍ଷା ହୁଅଇ । ଯେ ସମୟେ ଚକ୍ଷୁରେ ଅଧିକ ଦୀପ୍ତି ଲାଗଇ ସେ କାଳରେ ଯେମନ୍ତ ତହିଁରେ ଅଧିକ ତେଜଃ ପ୍ରବେଶ ହୋଇ କିଛି