ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୫୫

ଗୁରୁ । ଏ ଆଶ୍ଚର୍ଯ୍ୱର ବିଷୟ ପ୍ରମାଣ । ସେମାନେ ଆପଣମାନଙ୍କର ଗୃହ ସଙ୍ଗରେ ନେଇ ଭ୍ରମଣ କରନ୍ତି ଏହା ତୁମ୍ଭେ ଯେ ସତେଜ ଚକ୍ଷୁରେ ଦେଖିଅଛ ତହିଁରେ ଆମ୍ଭେ ଆଶ୍ଚର୍ଯ୍ୱ ବୋଧ ନ କରି । ପ୍ରତ୍ୟେକ ଜନ୍ତୁରଇ ଏକ ୨ ବାସଗୃହ ଅଛି । ସେ ସଙ୍ଖର ମଧ୍ୟରେ ଯେ ଶାମ୍ବୂକ କୃମି ଥାୟେ ତାହାର କଠିଣତା, ଲଘୁତା ଏହି ଦୁଇ ଗୁଣ ଅଛି । ଦେଖ, ଏହି ଦୁଇ ଗୁଣ ଏକଠାବେ ଥିବା ଦୁର୍ଘଟ ପୁଣି ଶଙ୍ଖର ଏମନ୍ତ ଗୁଣ ଯେବେ ନୁହନ୍ତା ତେବେ ସେମାନେ ରକ୍ଷାଇ ନ ପାନ୍ତେ ପୁଣି ସ୍ଥାନେ ୨ ଭ୍ରମଣ କରିବାକୁଇ ନ ପାରନ୍ତେ । ଶୀତକାଳ ଉପସ୍ଥିତ ହେଲେ ସେମାନେ କୌଣସି ଗାତ ମଧ୍ୟରେ ପ୍ରବେଶ ହୋଇ ବାସ କରନ୍ତି । ତହିଁରେ ସେହି ସ୍ଥାନରେ ସେମାନଙ୍କର ଶରୀରରୁ ଅଠାର ପରି ପୂଜ ବାହାର ହେଲେ ତହିଁରେ ସେ ଶଙ୍ଖଗଣର କବାଟୀ ଜନ୍ମାଇ । ଏହିଋପେ ସେମାନେ ସୁଖରେ ଶୀତକାଳ କ୍ଷେପଣ କଲେ ଗ୍ରୀଷ୍ମ କାଳରେ ମୁଖର ସେହି କବାଟୀ ବାହାର କରି ଏଣେତେଣେ ଭ୍ରମଣ କରନ୍ତି ।

ଶିଷ୍ୟ । ସେ ଶାମ୍ବୂକର ଚକ୍ଷୁ ବିଷୟରେ କିଛି ଆଶ୍ଚର୍ଯ୍ୱ ଶୁଣିଥିବା ଏମନ୍ତ ଆମ୍ଭର ମନରେ ହେଉଅଛି ।

ଗୁରୁ । ହାଁ ଶୁଣି ଥିବା ଯେଣୁ ସେମାନଙ୍କର ଚକ୍ଷୁର ବିଷୟ ବଡ ଆଶ୍ଚର୍ଯ୍ୱ ଓ ଅସମ୍ଭବ ପ୍ରମାଣ । ସେମାନେ ପିଠିରେ ଆପଣା ୨ ଗୃହର ଭାର ବହି କରି ଭୂମିରେ ଚଳନ୍ତି ଏହିନିମନ୍ତେ ସେମାନଙ୍କର ଶିଙ୍ଗର ଅଗ୍ରଭାଗରେ ଚକ୍ଷୁ ସ୍ଥାପିତ ହୋଇଅଛି ଆଉ ତାହା ଯେବେ ନୁହନ୍ତା ତେବେ କାହାଠାରୁ ପଳାଇବାକୁ ହୁଅଇ ପୁଣି କାହାର ନିକଟରେ ଯିବାକୁ ହୁଅଇ ତାହା କିଛିଇ ନିର୍ଣ୍ଣୟ କରିବାକୁ ନ ପାରନ୍ତେ ଏହି ନିମନ୍ତେ ଦୂରବିନର ପରି ସେମାନଙ୍କର ଚକ୍ଷୁ ହୋଇଅଛି । ବାଳକମାନେ ସେ ଶୁଡାକୁ ଶିଙ୍ଗକରି ବୋଲନ୍ତି । ସେ ଶିଙ୍ଗ ଚାରି ନଳୀ ପ୍ରତ୍ୟେକର ଅଗ୍ର ଭାଗରେ ଏକ ୨ ପରକଳା ଅଛି । ସେହି ଚାରି