ଶିଙ୍ଗକୁ ଦର୍ଶନଶିରା କହିବାକୁ ପାର । ସେ ପ୍ରତ୍ୟେକ ଶିରାର ଅଗ୍ରଭାଗରେ ଏକ କରି ସୁନ୍ଦର ଚାରି ଚକ୍ଷୁ ଥାୟେ । ଶମ୍ବୂକମାନେ ସେ ଚକ୍ଷୁ ଉପରେ ଉଠାଇବାକୁ କି ସବୁ ଆଡେ ଫେରାଇବାକୁ ପାରନ୍ତି ପୁଣି ଦୃରବୀନର ପ୍ରାୟେ ବଢାଇ ଓ ସାଙ୍କୁଡାଇ ପାରନ୍ତି ।
ଶିଷ୍ୟ । ଆମ୍ଭେ କେବେ ସେମାନଙ୍କର ପାଦ ଦେଖି ନାହୁଁ ।
ଗୁରୁ । ସେ ସତ୍ୟ । ଦୃଷ୍ଟି ବିଷୟରେ ପରମେଶ୍ୱରର ଯେ ନାନା ପ୍ରକାର ଆଶ୍ଚର୍ଯ୍ୱ ଉପାୟ ତାହା ଯେମନ୍ତ ସମସ୍ତେ ଦେଖିବାକୁ ପାଆନ୍ତି ଏନିମନ୍ତେ ସେମାନଙ୍କର ପାଦ ଦୁଇର ବଦଳେ ଦୁଇ ମାଂସପିଣ୍ଦର ଚର୍ମର ସୃଷ୍ଟି ହୋଇଅଛି । ସେ ମାଂସପିଣ୍ଡକୁ ସେମାନେ ଇଚ୍ଛାନୁସାରେ ବଡାଇ ଓ ସାଙ୍କୁଡାଇବାକୁ ପାରନ୍ତି ଏକାରଣ ତହିଁରେ ସେମାନଙ୍କର ସ୍ୱଚ୍ଛନ୍ଦରେ ଆତଘାତ ହୁଅନ୍ତି । ପୁଣି କୌଣସି ପ୍ରକାରରେ ଯେମନ୍ତ ସେମାନଙ୍କର ହାନି ନ ଜନ୍ମଇ ଏନିମନ୍ତେ ସେମାନେ ଗଡସ୍ୱଋପ ଶଙ୍ଖକୁ ସଙ୍ଗେ ଘେନି ଯାନ୍ତି । ଆଉ ଗମନ ସମୟରେ ଯେମନ୍ତ ନ ଟଳନ୍ତି ଏନିମନ୍ତେ ସେମାନଙ୍କର ଅଠା ସ୍ୱଋପ ପୂଜ ବାହାର ହୁଅଇ ତାହା କେବଳ ନୋହେ କୌଣସି ପ୍ରକାରେ ସେମାନଙ୍କର ଶରୀରର ଜଳାଦି ପ୍ରବେଶ ନୋହିବାର ନିମନ୍ତେ ଶରୀରସ୍ଥ ଝାଳ ବହିବା ରନ୍ଧ୍ର ସମସ୍ତ ବନ୍ଦ ରଖନ୍ତି ।
ଶିଷ୍ୟ । ଅବଧାନ, ଅନୁଗ୍ରହ କରି ଆମ୍ଭକୁ ଏହି ଶଙ୍ଖର ବିଷୟ କିଛି ବୋଲୁନ୍ତୁ ।
ଗୁରୁ । ସମୟ ଅଣ୍ଡରୁ ଶମ୍ବୁକ ବାହାର ହୁଅଇ ସେ କାଳରେ ସେମାନଙ୍କର ଶଙ୍ଖ ଅତି କ୍ଷୁଦ୍ର ଓ କୋମଳ ଥାୟେ ମାତ୍ର କ୍ରମେ ବୃଦ୍ଧି ପାୟେ । ପୁଣି ପ୍ରଥମ ଜାତ ଚକ୍ରାକାର ଶଙ୍ଖର ଉପରେ ଆଉ ଚକ୍ରାକାର ଅବୟବ ଜନ୍ମଇ । ଏହିଋପେ ପ୍ରଥମର ଉପରେ ଦ୍ୱିତୀୟ ପୁଣି ଦତୀୟର ଉପରେ ତୃତୀୟ ଇତ୍ୟାଦି ଜନ୍ମଇ । ମାତ୍ର ସେ ଶଙ୍ଖର ପାର୍ଶ୍ୱ ଭାଗରେ ଶରୀର ବୃଦ୍ଧି ନ ପାଇ କେବଳ