ପୂର୍ବେ ସେହି ହାତଟିକି ଆଣି ଏହି ଅଭାଗୀ ହାତରେ ଯୋଡ଼ିଦେଲେ, ତାହାର ଅର୍ଥ କଣ ? ମଣି ସବୁ ବୁଝିଛି- ମାତ୍ର ସରୋଜ କିଛି ବୁଝି ନାହିଁ ।
ମଣି ଦିନ ଯାକ ଏପାଖ ସେ ପାଖ ହେଉଥାଏ । ସରୋଜ ଦଣ୍ଡେ ଘରେ ନ ଥିଲେ ତାର ପ୍ରାଣ ହୁହୁ କରେ । ତାର ଆକର୍ଣ୍ଣ ବିସ୍ତାର ଚକ୍ଷୁ ଦିଓଟି ଛଳ ଛଳ ହୁଏ । ମାତ୍ର ସରୋଜକୁ ଦେଖି ଦେବା କ୍ଷଣେ ତାର ମନ କେଜାଣି କାହିଁକି କି ଅଜଣା ପୁଲକରେ ପୁଲକିତ ହୁଏ, ସେ ବିଭୋର ହୋଇଯାଏ । ଆଜିକାଲି ସେ କବିତା ଲେଖେ, ମାତ୍ର କବିତାର ଛାନ୍ଦ ଧାରା-ଗତି ଭାବ ସେହି ଗୋଟିଏ ପଦାର୍ଥକୁ ଢଳି ପଡ଼େ । ମନହୁଏ ସେ କବିତାକୁ ସେ ସରୋଜକୁ ଦିଅନ୍ତା, ମାତ୍ର ପୁଣି କଣ ମନ ହୁଏ ଦେଇପାରେ ନାହିଁ ।
ଗୋଟିଏ ରୂପ ଚିନ୍ତା ଛଡ଼ା-ଗୋଟିକ ବିଷୟରେ ଭାବିବା ଛଡ଼ା-ଗୋଟିକୁ ଚାହିଁ ତୃପ୍ତି ହେବା ଛଡ଼ା-ଗୋଟିକର କଥା ଶୁଣିବା ଛଡ଼ା-ଗୋଟିକର ପରଶ ପାଇବା ଛଡ଼ା ସେ କେବେ ଅନ୍ୟ କୌଣସି ଚିନ୍ତା ହୃଦୟରେ ସ୍ଥାନ ଦିଏ ନାହିଁ । ସେ ଏଣିକି ସରୋଜ ସହିତ ମଟରରେ ବୁଲି ଯିବା ପାଇଁ ମନକରେ ନାହିଁ । ପକା ଉପରେ ଛିଡ଼ା ହୋଇ ଅସୁକ୍ଷ୍ମ ଚକ୍ଷୁରେ ଚାହିଁ ଥାଏ- ଆସିଲା ମାତ୍ରେ ତାର ହୃଦୟ କ'ଣ ହୋଇ ଯାଏ । ତାର ମନ ହୁଏ, ସେ ପିଲା ଦିନ ପରି ହୋଇଥିଲେ ହୃଦୟରେ ମିଶି ଯାଆନ୍ତା, ମାତ୍ର ସାହାସ କରି ପାରେ ନାହିଁ ।
ମଣି ଦିନ ରାତି ସେହି କଥାଟି ଭାବେ- ତାର ବାବାଙ୍କର ଯୁଗଳ ମିଳନ । ମାତ୍ର ସରୋଜ ତ ତାହା ବୁଝି ପାରିଲା ନାହିଁ- ସରୋଜ ତ ସେଥିରେ ଆଦୌ ପଶି ପାରିଲା ନାହିଁ । ବେଳେ ବେଳେ ମନେ ହୁଏ, କହିଦେବ, ମାତ୍ର କହିପାରେ ନାହିଁ । କବାଟ ସନ୍ଧିରେ ଝରକା କଣରେ