ଗୋବର ଗୋଟେଇ
[୭୨
ରହି ସରୋଜକୁ ଅନାଏଁ । ସେ ଏହି ଦର୍ଶନରୁ କି ସୁଖ ପାଏ ତାହା ଅନୁଭବରେ ବିବେଚ୍ୟ ।
ଦିନେ ଅକସ୍ମାତ ସରୋଜ କୁଆଡ଼େ ବାର ବ୍ରହ୍ମାଣ୍ତ ବୁଲି ବୁଲି ଆସି ବାର ଚିନ୍ତାରେ ପଡ଼ି ଗଲା । ଚିନ୍ତାରେ ତାର ଦେହରେ ଜ୍ୱର ଅଇଲା । ମଣି କଥା ଭାବି ଭାବି ତାର ପ୍ରାଣ ଅସ୍ଥିର ହୋଇ ଯାଉ ଥିଲା । ସେ ଭାବୁଥିଲା, ତାର ପିତା ସ୍ୱର୍ଗରେ ଥାଇ କଣ ଭାବୁଥିବେ । ସେ ଯେତେ ବେଳେ ମଣିର ମଧୁର କାନ୍ତି, ପୁଣି ଢଳ ଢଳ କଳା ଡୋଳା ଦୁଇଟି ଛଳ ଛଳ ହେବାର ଦେଖେ, ସମାଳି ପାରେ ନାହିଁ । ଭାବେ ଯେ ଏଇ ସୁନ୍ଦରୀ ରାଣୀକୁ କାହା ହାତରେ ଦେବ । ମାତ୍ର ଜଣ ଜଣକ ପ୍ରତି ଆକୃଷ୍ଟ, ଏହା ସରୋଜ ଜାଣେ ନାହିଁ ।
ସରୋଜକୁ କଠିନ ଜ୍ୱର ହୋଇଗଲା । ସେ କେତେ ବେଳୁ ଆସି ଏପରି ଭାବରେ ପଡ଼ି ଯାଇଚି ତାହା ଜେମାମଣିକୁ ଆଦୌ ଜଣା ନ ଥିଲା । ରୋଷେଇ ବାସ ପାଇଁ ପୂଜାରୀ ସହିତ ସେ କେତେବେଳୁ କଣ କଥାବାର୍ତ୍ତା କରି ବସି ଥିଲା । ସରୋଜ ଆସି ଗଲା- ତା ଯୋତା ପାଦ ଶୁଭିଲା କି- ଏପରି ତ ସେ ସର୍ବଦା ଛନ ଛନ ହୁଏ । ତାର ଗୋଟିଏ ମନ ଏଣେ କାମରେ ଥିଲେ ଗୋଟିଏ ମନ ଅନ୍ୟ ଦିଗରେ । ସରୋଜ ଆଗମନକୁ ଚାହିଁ ରହିଥାଏ ।
ସ୍ତ୍ରୀଜାତି ଯେତେ ଶିକ୍ଷିତା ହେଲେ, ତାଙ୍କର ଗଠନର ପ୍ରକୃତି ନେଇ ସର୍ବଦା କୋମଳ । ତାଙ୍କୁ ନିରାକାରତ୍ୱ ଶିଖାଅ- ମୂର୍ତ୍ତିପୂଜା ବିରୁଦ୍ଧରେ ହଜାର ପ୍ରମାଣ ଦେଖାଇ ସ୍ୱୀକୃତ କଲେହେଁ, ସେମାନେ ନିଜେ ସେ ବିଷୟରେ ଉପଦେଶକ ହେଲେହେଁ ତଥାପି ଅନେକ ବିରୁଦ୍ଧ ଧର୍ମବାଦିନୀ ସୁଦ୍ଧା ତାଙ୍କର ଦେଶର ଜାତିର ନିତ୍ୟ-ପ୍ରାର୍ଥିତ ଦେବତା ଜଗନ୍ନାଥ ନାମ କେବେ ଭୁଲି ପାରନ୍ତି ନାହିଁ । ସେ