ଗୋବର ଗୋଟେଇ
କଥା ଆଦୌ ନ ଜାଣି ଆମେ ଏପରି ସନ୍ଦିଗ୍ଧ । ତୋ କଥା ମୁଁ ଜାଣିପାରେ ନାହିଁ- କିଂବା ମୋ କଥା ତୁ ଜାଣିପାରୁ ନାହିଁ । ଏହି କଥା ନାଁ କଣ ?""
ମଣି ଏଥର ଆଗ୍ରହରେ କହିଲା- "ହଁ" ସରୋଜ କିଛି ସମୟ ଛାଡ଼ି ହସିଦେଇ କହିଲା- "ମଣି ! ଆଛା- ମୁଁ ତ ତୋତେ ମୋର ସ୍ତ୍ରୀ ଭାବରେ ସମ୍ମାନ ଦେଇ କଥା କହିପାରିବି ନାହିଁ କିଂବା ତୋତେ ତ ପ୍ରିୟତମା ବୋଲି ସଂବୋଧନ କରି ପାରିବି ନାହିଁ - ତୁ ତ କବି, ଏତେ ବଡ଼ ଶିକ୍ଷିତା ମହିଳା- ମୋତେ ବିରକ୍ତ ହେବୁ ନାହଁ ? ଆଛା- ଆରେ ତତେ ତ ବେଶୀ ଅଡ଼ୁଆ ପଡ଼ିବ- ତୁ ମୋତେ କଣ ବୋଲି ଡାକିବୁ ? ଭାଇ କଣ ଆଉ କହିବୁ ?"
ଏଥର ମଣି ମୁହଁରେ ହସ ଦେଖାଗଲା । ସେ ଦରହସା ମୁହଁରେ କହିଲା- "ବେଳ ଆସିଲେ ଯାହା ବୋଲି ଡାକିବି, ଏଇ ଆଗ ଡାକି ଦେଉଚି- "ମୋ ପ୍ରିୟତମ !"
ସରୋଜ ହସି ଉଠିଲା- "ଆଛା, ମୁଁ ତେବେ ପ୍ରିୟତମା ବୋଲି ଗୋଟାଏ ଡାକ ଡାକି ଦେଉଚି ।" ମାତ୍ର ସେ କହିଲା, ଡାକିପାରିଲା ନାହିଁ । ସରୋଜ ପୁଣି କହିଲା- "ସତେ ମଣି, ମୁଁ କଣ ତତେ- 'ତୁ'-'ମଣି' ଏପରି ଡାକିବି ?"
ଏଥର ମଣି ମୁଣ୍ଡ ନୁଆଇଁ କହିଲା- "ମୋତେ କିଛି ସେପରି ଡାକି ନ ପାରିଲେ ମୋର 'ଗୋବର ଗୋଟେଇ' ନାମ ଧରି ଡାକୁ ନାହଁ ?" ଆଜି ତାର ଏହି ମିଳନ ଦିନରେ ସେହି ବହୁକାଳର ଗତ ସ୍ମୃତି ମନେ ପଡ଼ିଗଲା ।
ସରୋଜ ମଣିକୁ କହିଲା- "ନାଁ-ନାଁ-ତୁ ମୋର ଗୋବର ଗୋଟେଇ ନୁହଁ- ତୁ ମୋର ପ୍ରିୟତମା ନୁହଁ- ତୁ ମୋର ସେହି ଆଦରର