ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗୋବର ଗୋଟେଇ
ତାର ଜୀବନ କି ସୁଖମୟ ! ଦୁଃଖ ଯେ ସେ ପାଇନାହିଁ, ପାଇବ ନାହିଁ ତାହା ନୁହେଁ । ମାତ୍ର ସେ ଦୁଃଖକୁ ହୁଃଖ ଭାବିନାହିଁ ବା ଭାବିବ ନାହିଁ । କାହିଁକି - ଯେପରି ତାର ମନର ଭାବ ଅନୁଭବ କରି ସୁନ୍ଦରୀ ରାଣୀ "ଜେମାମଣି"- ତେଣୁ ଗାଇ ଗାଇ ଆସି କୋଳରେ ପଶିଗଲା- ସେହି ଅତୀତର ଅନ୍ଧକାର ପାଶୋରା ଭବିଷ୍ୟତର ଭାବନାମରାକବି ଓମରଙ୍କର ଲଳିତକାନ୍ତ ବର୍ତ୍ତମାନ ଚିନ୍ତାର କବିତା-
"ଏଇଠାରେ ଏଇ ତରୁତଳେ
ତୁମେ ମୁଁ ବସି କୁତୂହଳେ
ଜୀବନର ଯେ କେତୋଟି-ଦିନ
କାଟିଦେବା ହେଳେ ।
ସଙ୍ଗେଥିବ ପାନୀୟ ପାତ୍ର
ଅଳ୍ପ କିଛି ଆହାର ମାତ୍ର
ଖଣ୍ଡିଏ ମାତର ଛାନ୍ଦ ମଧୁର କାବ୍ୟ କଳା କରେ-
ଥିବ ତୁମେ ମୋହରି ପାଶେ
ଗାଇବା ଦୁହେଁ ପ୍ରେମୋଚ୍ଛାସେ
ମରୁ ମଝିରେ ସ୍ୱପ୍ନ ସ୍ୱର୍ଗ କରିବା ବିରଚନ
ଗହନ କାନନ ହେବ ସିନା
ସରଗ ନନ୍ଦନ ।"
୨ ଜୁନ ୧୯୨୮
-ଘାଟଶୀଳା-
ସିଂହଭୂମିମୁଦ୍ରାକର - ଶ୍ରୀ ବାଳକୃଷ୍ଣ କର ବି। ଏ, ସାରସ୍ୱତ ପ୍ରେସ୍, କଟକ