ପୃଷ୍ଠା:Sashi Sena.pdf/୧୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଏକାଦଶ ଛାନ୍ଦ
୭୫
 

କର ଯୋଡ଼ିଣ ଶଶିସେଣା ଭଣି । ଶୁଣିମା ମାୟେ ଦେବୀ ଠାକୁରାଣୀ ।
ମୁଁ ତାଙ୍କୁ ଦାସୀପଣେ ସେବିଥିବି ।
ତୁମ୍ଭ ଛାମୁରେ ଗୋ । କେତେ ବଢ଼ି କହୁଥିବି ୟେ । ୩୧ ।
ଝିଅର କର ଧରି ମହାଦେଈ । ଶଶିସେଣାକୁ ସମର୍ପିଲେ ନେଇ ।
ଅନେକ ଉପହାର ଦ୍ରବ୍ୟ ଦେଲେ ।
ଚନ୍ଦ୍ରାବଳୀକି ଗୋ । ଘେନି ଶଶିସେଣା ଗଲେ ୟେ । ୩୨ ।
ନିଜ ଭୁବନେ ପରବେଶ ହୋଇ । କୁମର ଛାମୁରେ ମିଳିଲେ ଯାଇ ।
ଦେବି ରମଣୀ ସୁଧାକରମୁଖୀ ।
ସୁଖ ଲଭିଲେ ଗୋ । ଅହିମାଣିକ୍ୟ ତା ଦେଖି ୟେ । ୩୩ ।
ନାନା ବିନୋଦ କଉଭୁକ ରସେ । ଦିନ ବଞ୍ଚନ୍ତି ହାସ ପରିହାସେ ।
ଅଭିନ୍ନ ପ୍ରୀତି ବେନି ସଉଭୁଣୀ ।
କାନ୍ତ ଚରଣେ ଗୋ । ଖଟିଥାନ୍ତି ମନ ଜାଣି ୟେ । ୩୪ ।
ଏଥୁ ଅନନ୍ତରେ ଶୁଣ ମିତଣି । ପୂର୍ବେ ତ ଏହା କହିଅଛି ପୁଣି ।
ଅହମାଣିକ୍ୟ ବିଶେହେରୀ ସୁତ ।
ମାତା ଆଜ୍ଞାରୁ ଯେ । ମଞ୍ଚରେ ହୋଇଲେ ଜାତ ୟେ । ୩୫ ।
ପାତାଳେ ତାଙ୍କ ବେନି ସ୍ତିରୀ ଛନ୍ତି । ଭୁବନୀବତୀ ମୃଗାକ୍ଷୀ ମାଳତୀ ।
ଏକ‌ହିଁ ଦିନେ ସେ ବେନି ସୁନ୍ଦରୀ ।
ସଖୀମାନଙ୍କୁ ସେ । ଘେନିଣ ବିଚାର କରି ୟେ । ୩୬ ।
ନାହା ଆମ୍ଭର ୟେଡ଼େକ ଦାରୁଣ । ୟେତେ କାଳରେ ନଇଲେକ ପୁଣ ।
ମଞ୍ଚ ଭୁବନ ସ୍ତିରୀ ମନ୍ଦ ଜାତି ।
ତାଙ୍କ ଭାବରେ ଗୋ । ମୂର୍ଚ୍ଛି ଆମ୍ଭଙ୍କୁ ଅଛନ୍ତି ୟେ । ୩୭ ।


୩୫। ବଶେହେରୀ- (ବିଶ୍ୱେଶ୍ୱରୀ ଶବ୍ଦଜ) ଦୂର୍ଗା ଠାକୁରାଣୀ ।