ପୃଷ୍ଠା:Sashi Sena.pdf/୧୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୭
ଏକାଦଶ ଛାନ୍ଦ
 

ଆମ୍ଭ ସ୍ୱାମୀକି- କାହିଁ ଦେଖିଅଛ । ଚିତ୍ର ଲେଖିଣ ତ ଘେନି ବୁଲୁଛ ।
ଆମ୍ଭଙ୍କୁ ଥାନ୍ତ ତାଙ୍କ ପାଶେ ଲେଖି ।
ଯେବେ ଆସନ୍ତ ଗୋ । ସନ୍ତୋଷ ହୁଅନ୍ତୁ ଦେଖି ୟେ । ୪୫ ।
ଅନେକ ଦ୍ରବ୍ୟ ତୁମ୍ଭଙ୍କୁ ଦିଅନ୍ତୁ । କାଳ କାଳକୁ ଯେ କଥା ରୁହାନ୍ତୁ ।
ୟେବେ ଆସିଛି ସପତଣୀ କରି ।
ୟେହା ଦେଖିଣ ଗୋ । ହିୟା ହୋଉଛି ବିଦାରି ୟେ । ୪୬ ।
ୟେହା ଶୁଣି ତହିଁ ମାୟା ଗାୟେଣୀ । ରୋଷେ ପୂରିତ କ୍ରୋଧେ ବୋଲେ ବାଣୀ
କେ ତୁମ୍ଭ କାନ୍ତ ତୁମ୍ଭେ କାହା ନାରୀ ।
ତାଙ୍କ ସଙ୍ଗତେ ଗୋ । ତୁମ୍ଭେ ସପତଣୀ ସରି ଗୋ । ୪୭ ।
ୟେହା କହିବାକୁ ନ ପାଅ ଲଜ୍ଜା । ସେମାନେ ତାଙ୍କ ବେହାଇ ଭାରିଯା ।
ତୁମ୍ଭେମାନେ କି ତାଙ୍କ ସଙ୍ଗେ ସରି ।
ତୁମ୍ଭ ପ୍ରାୟେକ ଗୋ । କେତେ ନାହିଁ ପରିବାରୀ ଗୋ । ୪୮ ।
ଶଶିସେଣା ବୋଲେ ୟେହା ତୁ କ‌ହୁ । ଆମ୍ଭର ତ‌ହୁଁ ବଡ଼ ଅଛି କେହୁ ।
ପ୍ରଥମେ ବିଭା ହୋଇଛନ୍ତି ମୋତେ ।
ତହୁଁ ଦୁତୀୟେ ଗୋ । ଚନ୍ଦ୍ରାବଳୀକି ଯୁଗତେ । ୪୯ |
ହସିଣ ତ‌ହୁଁ ବୋଲନ୍ତି ଯୁବତୀ । ତୁମ୍ଭର ଯେବେ ସେହୁ ନିଜ ପତି ।
ନାମ ତାହାଙ୍କର କିସ କହିବା ।
ତାହା ଶୁଣିଲେ ଗୋ । ତେବେ ପରତେ ସେ ଯିବା ୟେ ।୫୦।
ଅହିମାଣିକ୍ୟ ତାଙ୍କ ନାମ କହି । ସଖୀ ହସନ୍ତି ନାକେ ହସ୍ତ ଦେଇ ।
ବୋଲନ୍ତି ତୁମ୍ଭେ ଯେମନ୍ତ ବେହାଇ ।

୪୯-୧- ଆମ୍ଭହୁଁ ବଡ଼ ଅଛି ଅବା କେହୁ (ଗ) ।


୪୮-୫୧ । ବେହାଇ—(ବିଭାଇ - ବିବାହିତ) ବାହା ହୋଇଥିବା