ପୃଷ୍ଠା:Krutrima upagrahara jayajatra.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇ ତିଆରି କରାଗଲା। କାରଣ ଗୋଟିକରେ କିଛି ତ୍ରୁଟି ପରିଲକ୍ଷିତ ହେଲେ ଦ୍ୱିତୀୟଟିରେ ତାର ପରିମାର୍ଜନା କରି ପରୀକ୍ଷା କରିବା ସହଜସାଧ୍ୟ ହେବ । ଭାରତୀୟ ଇଞ୍ଜିନିୟର ଓ କାରିଗରମାନେ ଏହି ପ୍ରତିରୂପ ଗୁଡ଼ିକୁ ଅଙ୍କନଠାରୁ ଢଳେଇ କରିବା ଯାଏ, ସବୁ କରିଥିଲେ।


ପରୀକ୍ଷାନିରୀକ୍ଷା ଦୃଢ଼ତା ଓ ଦକ୍ଷତା ପାଇଁ

୧୯୭୨ ମସିହାରେ ଭାରତ ଓ ଋଷ୍‌ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା । ଭାରତ ତାର କୃତ୍ରିମ ଉପଗ୍ରହ ପ୍ରସ୍ତୁତ କରିବ ଓ ଋଷ୍‌ ତାକୁ ମହାଶୂନ୍ୟକୁ ପଠାଇବ । ଏହା ଥିଲା ଚୁକ୍ତିପତ୍ରର ସାରକଥା । ଆନ୍ଧ୍ର ପ୍ରଦେଶର ସମୁଦ୍ର ତଟବର୍ତ୍ତୀ ଶ୍ରୀହରିକୋଟାଠାରେ ରକେଟ୍‌ ପ୍ରେରଣ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଗଲା । ଆର୍ଯ୍ୟଭଟ୍ଟକୁ ତିଆରି କରିବାକୁ ୨୫୦ ଜଣ ବୈଜ୍ଞାନିକ ଓ ଇଞ୍ଜିନିୟର ଦୀର୍ଘ ଦୁଇ ବର୍ଷରୁ ଅଧିକ କାଳ ଲାଗିଥିଲେ । ଏଥିରେ ମୋଟ ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାର ଓଜନ ଥିଲା ୩୬୦ କେ.ଜି. । ପୃଥିବୀର କୌଣସି ଦେଶ ଆରମ୍ଭରୁ ଏତେ ଓଜନର କୃତ୍ରିମ ଉପଗ୍ରହ ପ୍ରସ୍ତୁତ କରି ନ ଥିଲା । ଏଥିରେ ଆଧୁନିକ ଯନ୍ତ୍ରପାତିମାନ ଖଞ୍ଜାଯାଇ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇଥିଲା ।

କୃତ୍ରିମ ଉପଗ୍ରହ ଭିତର ସର୍ବଦା ଉତ୍ତାପକୁ ୨୦ ଡିଗ୍ରୀ ସେଣ୍ଟିଗ୍ରେଡ଼୍‌ ମଧ୍ୟରେ ରଖିବାକୁ ଉଦ୍ୟମ ହୋଇଥିଲା । ତା ଉପରେ ବିଶେଷ ରାସାୟନିକ ପଦାର୍ଥ ଲେପନ କରାଯାଇଥିଲ । ବିଭିନ୍ନ ଉପାୟରେ ଉତ୍ତାପ ପ୍ରତିରୋଧକ ବ୍ୟବସ୍ଥାକୁ ସଫଳ କରାଯାଉଥିଲା । ଏମିତିକି କମ୍ପ୍ୟୁଟର ସାହାଯ୍ୟରେ ଗଣନା କରାଯାଇ କୃତ୍ରିମ ଉପଗ୍ରହ ଦେହରେ ଜେବ୍ରା ପରି କିପରି କଳାଧଳା ଦାଗର ଲେପନ ହେବ, ତାର ବ୍ୟବସ୍ଥା କରାଗଲା ।

ଆର୍ଯ୍ୟଭଟ୍ଟ ଉପଗ୍ରହଟିର ବ୍ୟାସ ୧୪ ସେଣ୍ଟିମିଟର ଓ ଉଚ୍ଚତା ୧୧୪ ସେଣ୍ଟିମିଟର । ଏଥିରେ ୨୬ଟି ମୁହଁ ଥିଲା ଏବଂ ଏହା ନୀଳ ଓ ବାଇଗଣି ରଙ୍ଗରେ ରଞ୍ଜିତ ହୋଇଥିଲା । ଉପଗ୍ରହ ମଧ୍ୟରେ ଥିବା ଯନ୍ତ୍ରପାତି ତଥା ଟ୍ରାନ୍ସମିଟରକୁ ସକ୍ରିୟ କରିବା ପାଇଁ ନିରନ୍ତର ବିଦ୍ୟୁତ୍‌