ପୃଷ୍ଠା:Odishara Itihas.pdf/୧୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୦ ମ ଧାଡୀ । ସୁପ୍ରତିଷ୍ଠାପନ୍ନ ରାଜା (ଐର) ପନ୍ଦର ଥର ଜୟର ରାଜବାଟୀ ପସ୍ତୁତ କରାଇଲେ * * *

୧୧ଶ ଧାଡ଼ୀ ।—ପ୍ରାଚୀନ କାଳର ରାଜାମାନଙ୍କର ରାଜଧାନୀ ଯେଉଁ ନଗର କି ହିଂସା ଓ କପଟତାଚରଣରେ ପୂର୍ଣ୍ଣ ହୋଇଥିଲା ସେହି ସ୍ଥାନରୁ ଗୌରବାନ୍ୱିତ ନ ଦେଖି ଏବଂ ତ୍ରୟୋଦଶ ବର୍ଷ ରାଜତ୍ୱରେ ଚିନ୍ତା କରି *

  • * * ସ୍ୱର୍ଗୀୟ ଆକୃତିଚୟର ପତନ, ଦ୍ୱାଦଶ ।

୧୨ଶ ଧାଡୀ । ବହୁଲୋକବିଶିଷ୍ଟ ଉପାସକ ମଣ୍ଡଳଚୟର ବିଶେଷ ଉପକାରାର୍ଥ ସେ ସ୍ଥାପନ କଲେ * * * ମଗଧ ରାଜାମାନେ ।

  • * * ଊତ୍ତମରୂପେ ଶାସିତ * * * ନନ୍ଦରାଜାଙ୍କ ସମୟରୁ * * *

୧୩ଶ ଧାଡ଼ୀ - କାଶୀରେ ସେ ଅନେକ ସ୍ୱର୍ଣ୍ଣ ବିତରଣ କଲେ ଅସଂଖ୍ୟ ଓ ବହୁ ମୂଲ୍ୟ ମୋତି ମାଣିକ୍ୟମାନ ( ଜେଓର ) ସେ ଦାନ କଲେ * * *

୧୪ ଧାଡ଼ୀ – ତ୍ରୟୋଦଶ ବର୍ଷ ରାଜତ୍ୱ କାଳରେ ଲୋକ କହିବା ଅନୁସାରେ ପର୍ବତ ବିଜୟୀ ରାଜାଙ୍କର (ଏକ ପାହାଡ଼ୀ ରାଜା] କନ୍ୟାକୁ ବିବାହ କଲେ * • ଅର୍ହତକୁ ଧର୍ମଦ୍ୱାରା ଆକୃଷ୍ଟ ହୋଇ

୧୫ଶ ଧାଡ଼ୀ । ତାଙ୍କଦ୍ୱାରା ଶତଦିଗରେ * * * ପୂର୍ଣ୍ଣ ଜୀବ ଓ ଲୋକମଣ୍ଡଳିଙ୍କ ସମ୍ମୁଖରେ

୧୬ଶ ଧାଡ଼ୀ । କ୍ଷିତିତଳବର୍ତ୍ତୀ ପ୍ରକୋଷ୍ଠ, ଚୈତ୍ୟ, ମନ୍ଦିର ଓ ସ୍ତମ୍ଭବିଶିଷ୍ଟ ଗହ୍ୱରମାନ ନିର୍ମାଣ କରାଇଲେ * * * ଉପାସକମଣ୍ଡଳିଙ୍କ ସକାଶେ * * * ଅୟମର ରାଜା * * * ସୁରସେନର ରାଜାମାନେ * * * ଗହ୍ୱରମାନ

୧୭ଶ ଧାଡ଼ୀ । - ଯାହାଙ୍କପାଇଁ ସୁଖୀ ଭିନ୍ନମତାଲମ୍ବିମାନେ ଅବିରତ ପ୍ରାର୍ଥନା କରୁଅଛନ୍ତି, ଯାହାଙ୍କର ଏକଲକ୍ଷ ସୈନ୍ୟ ସାମନ୍ତ ଅଛନ୍ତି ରବିକରରଞ୍ଜିତ ଅନେକ ପାହାଡ଼ର [ପାହାଡ଼ ମୂଲକର] ନିର୍ଭୀକ ରଜା ସମୁଦ୍ରତୀରଜୟୀ * * *


♣ ପର୍ବତବିଜୟୀ ନାମ ନୁହେଁ । ଏହା ଅବିକଳ ଅନୁବାଦ & ବିଶେଷଣ ପଦ ଅଟେ ।