ସୂକ୍ଷ୍ମ କଳସକୁ ବିଗିଡ଼ିଯାଏ ଏବଂ ଫଳରେ ରୋଗ ଧରେ । ରୋଗରେ ପଡ଼ି ଅନେକ ମରନ୍ତି । ଜୀବନର କେଉଁ ଅବସ୍ଥାରେ ଏବଂ କେତେବେଳେ ଯେ ମୃତ୍ୟୁ ବନ୍ଦ ଅଛି, ତାହା କହିବ କିଏ ? ଯେଉଁମାନେ ଯତ୍ନ ନେଇ ଦେହର କଳସବୁକୁ ଭଲ ରଖି ପାରନ୍ତି ଏବଂ ରୋଗ ବ୍ୟାଧି ଏଡ଼ି ପୂର୍ଣ୍ଣ ଯୌବନ ଭୋଗ କରନ୍ତି, ଯୌବନ ଶେଷରେ ସେମାନେ ମଧ୍ୟ ଆସ୍ତେ ଆସ୍ତେ ମିଳନ ହେବାକୁ ଲାଗନ୍ତି । ବାର୍ଦ୍ଧକ୍ୟ ଆସି ପହଞ୍ଚେ । ଅଙ୍ଗପ୍ରତ୍ୟଙ୍ଗ ଶିଥିଳ ହୋଇଯାଏ, ଇନ୍ଦ୍ରିୟ ସବୁ ଦୁର୍ବଳ ହୋଇଯାନ୍ତି ଏବଂ ତନ୍ତୁ ଜରାଗ୍ରସ୍ତ ହୋଇପଡ଼େ । ଆଖିକୁ ଦିଶେ ନାହିଁ, କାନକୁ ଶୁଭେ ନାହିଁ, ଦାନ୍ତ ପଡ଼ିଯାଏ, ହଜମଶକ୍ତି କମିଯାଏ, ଚମ ଓହଳି ପଡ଼େ ଓ ଦେହର ବଳ କମିଯାଏ ଏବଂ ଶେଷରେ ମନୁଷ୍ୟ ତାର ସମସ୍ତ ନାଟ ଭାଙ୍ଗି ଦେଇ ଆଖି ବୁଜିଦିଏ । କୋଷାଣୁ ବେଳରୁ ଯେଉଁ ଶକ୍ତି ଦେହରେ ଥାଇ ଏତେ ନାଟ ଲଗାଇଥିଲା ତାହା ଅନନ୍ତ ଶକ୍ତିରେ ଲୀନ ହୋଇ ଯାଏ ଆଉ ସ୍ଥୂଳ ଦେହ ଯେଉଁ ସବୁ ମୌଳିକ ପଦାର୍ଥରେ ଗଢ଼ା, ତାହା ଆସ୍ତେ ଆସ୍ତେ ସେହି ସବୁର ପରମାଣୁରେ ପରିଣତ ହୋଇ ବିଶ୍ୱବ୍ରହ୍ମାଣ୍ଡର ଅନନ୍ତ ପରମାଣୁ ସଙ୍ଗେ ମିଶିଯାଏ । ପରମାଣୁ ଶକ୍ତିର ରୂପାନ୍ତର ମାତ୍ର, ତେଣୁ ସମୁଦ୍ରବକ୍ଷର ଢେଉପରି ମନୁଷ୍ୟରୂପୀ ଶକ୍ତି ଉଠି ସେହି ଅନନ୍ତ ଶକ୍ତିରେ ମିଳିଯାଏ - ତେବେ ଜନ୍ମ କାହିଁ ବା ମୃତ୍ୟୁ କାହିଁ ?
ହେ ଅମୃତ ନିଧନ,
"ତୋର ଅମୃତ ବିଧାନ
କରିଅଛି ମରଣକୁ ଅମୃତ ସୋପାନ ।"
ସମାପ୍ତ
Printed by P. Kar at the U.S. Press, Cuttack