ବୈଦେହୀଶ ବିଳାସ/ବୋଇଲା, ବସି ପୁରେବଶ ଭୁତ ବାମରେ ଲଙ୍କେଶ

ଉଇକିପାଠାଗାର‌ରୁ

ରାଗ-କଳହଂସ କେଦାର

ବୋଇଲା | ବସି ପୁରେ ବଶୀଭୂତ ବାମାରେ ଲଙ୍କେଶ ଯେ |

ବିପତ୍ତି ଉତ୍ପତ୍ତି ଏ ସମ୍ପତ୍ତି ଗଲା ନାଶ ଯେ |୧ |

ବୋଇଲା | ବଂଶତରୁ ପରା ବଂଶ ପଲ୍ଲବେ ତରୁଣ ଯେ |

ବସନ୍ତ ରାମବଶରେ ହତ ପୁଣ ପୁଣ ଯେ |୨ | ବୋଇଲା | ବ୍ୟାଧିଭାବ ସୀତାଭାବ ହୃଦୟେ ଉଦୟେ ଯେ | ବିଶେଷେ ଶେଷ ହେବାର ଉପାୟ ନ ପାଏଁ ଯେ | ୩ |