ହେଲା ତାହାର ପ୍ରାଣକେନ୍ଦ୍ର । ନିଜକୁ ସର୍ବତୋଭାବରେ ସମାଜ ପାଇଁ ସମପି ଦେବା ହିଁ ହିଲା ଯଜ୍ଞପୁର ବା ଯାଜପୁର ବା ବିରଜା ମଣ୍ଡଳ ଋ ବାତ୍ତା ।ସେଇତିପାଇଁତ ବ ହୁଳ ବାରି ବିତରଣ କରିବାର ଧର୍ମ ନେଇ ସେଇ ନଦୀ ମାତୃ କା ଗ୍ରହଣ କଲା ବୈତରଣୀ ନାମ ଦୀର୍ଘତମାଙ୍କ ଉନ୍ନତ ଚି ନ୍ତାଧାରାରୁ ।ଖାଲି ଜୀବନରେ ନୁହେଁ ,ମୃତ୍ଯୁ ପରେ ମଧ୍ଯ ଅମର ପଥର ଯାତ୍ରା ପାଇଁ ବୈତରଣୀ କ୍ଷେତ୍ର ଉଦାର ଭାବରେ ପ୍ରସାରିତ କରିଦେଲା ତା'ର ବିପୁଳ ବକ୍ଷସ୍ଥଳୀ । ସେଇ ବିରଜା କ୍ଷେତ୍ରରେ ବିଖାତ ବାଣୀମଣ୍ଡପ ଆମ ଯାଜପୁର ହାଇସ୍କୁଲ ।ଉତ୍କଳର ପ୍ରାଚୀନ ରାଜଧାନୀ,ଭୈମକର, କେଶରୀ ବଂଶର କୀର୍ତ୍ତିକଳା ସମୁଜ୍ଜୁଳ ଯାଜପୁର ନଗରୀ ଯେ ଆମ ଆଦ୍ଯଜୀବନର ଲୀଳାଖେଳାର କ୍ଷେତ୍ର ହୋଇପାରିଥିଲା, ତାହା ଆମ ପକ୍ଷରେ କମ୍ ଗଔଋବର କଥା ନୁ ହେଁ ।ପୁନି ଯାଜପୁର ଉପକର ଗୋଇରାଟିକିରି ଭୁମି, ଯିଏ ସେଦିନ ଉତ୍କଳ ଗଜାପତି ସାମ୍ରାଜ୍ଯର
ସ୍ୱଧୀନତାର ଅସ୍ତରବି ଦେଖି ମୁହ୍ଯମାଣ ହୋଇ ପଡିଥିଲା। ସେଇ ଭୂମି ଉପରେ ସବୁ ତରୁଣ ତରୁଣୀ ସ୍ୱପନ ଦେଖୁଥିଲୁ ଆଉ ମନ୍ତ୍ର ଶୁଣୁଥିଲୁ ଭାରତ ଜନନୀର ଶୃଖଳମୁକ୍ତି ର; ଆମ ପାହିଁ ଯାଜପୁର ହାଇସ୍କୁଲ ହିଁ ଭୂମିକା ନେଇଥିଲା। ଆମ ପରି ଆଗାମୀ କାଲିର ନାଗରିକମାନଙ୍କୁ ଉଦ୍ ବୋଧିତ, ଉଦ୍ ବେଳିତ ଆଉ ଅଭିମନ୍ତ୍ରିତ କରି ରଖୁଥିଲା ସେଇ ମୁକ୍ତିମନ୍ତର ମଦ୍ଦ୍ରମଧୁର ଉଚ୍ଚାରଣ ।
ଦିତୀୟ ମହାଯୁଦ୍ଧର ଶେଷ ପ୍ରହର । ହିରୋସୀମା, ନାଗାସାକି ନ ଗରରେ ଲୋକ ହର୍ଷଣକାରୀ ପରମାଣୁ ବୋମାମାଡୃ ବିଭୀଷିକା। ଅମ ପରି ଅଷ୍ଟ ମ ଶ୍ରେଣୀର ଛାତ୍ରମଣ୍ଡଳୀକୁ ସର୍ବପ୍ରଥମେ ଏଇ ବିର୍ତ୍ତା ଯିଏ ଶୁଣାଇଥିଲେ ଆଉ ବୁଝାଊଥିଲେ ସେ ହେଉଚ୍ଛନ୍ତି ଆମର ଅତି ଆପଣାର ଗୁରୁଜୀ ପୂଜ୍ଯ ନିମାଇଁ ବଲ୍ଲଭ ରାୟ ମହୋଦୟ ଅନୁଷ୍ଟାନର ସର୍ବକନିଷ୍ଟ ଆମ ଶ୍ରେଣୀର ଶିକ୍ଷକ ଭାବରେ ତାଙ୍କୁ ସେ ପାଇବା ଆମ ପାଇଁ ଥିଲା ଜଗଜ୍ଜନନୀ ବିରଜା ଦେବୀଙ୍କର ଅଦୁଶ୍ଯ ଆଶୀର୍ବାଦର ଫଳ । ବିରଜା ମନ୍ଦିର ଅତି ନିକଟ ବତ୍ତୀ କୁଆଁସରପୁର ଗ୍ରାମରୁ ସେ ସଦ୍ଯ ଅଭିପ୍ରେତ ହୋଇଥିଲେ ଯାଜପୁର ହାଇସ୍କୁଲର ଶିକ୍ଷକତାସେବା ଯଜ୍ଞରେ ଆପଣାକୁ ଅଜାଡି ଦେବାକୁ ।ତାଙ୍କୁ ପ୍ରଧାନଶିକ୍ଷକ ପରମ ପୂଜ୍ଯ ଅଚ୍ଯୁତନନ୍ଦ ମିଶ୍ର ଅବଂ ସ ହକାରୀ ପ୍ରଧାନଶିକ୍ଷକ ମାନନୀୟ ନାରାୟଣ ଚନ୍ଦ୍ର ଘୋଷ୍ ଓଅନ୍ଯ ବୟୋଜ୍ଯେଷ୍ଟ ଶିକ୍ଷକମଣ୍ଡଳୀ ସେମାନନଙ୍କର ପ୍ରିୟତମ ଛାତ୍ରତିକୁ ପାଖକୁ ଆଣିଥିଲେ ତାଙ୍କଠାରେ ଅସୀମ ସମ୍ଭାବନାର ସୂଚନା ପା ଉ ।