ଛାଡିବୁ ଚଉଦଧରିବୁ ଚାରି
କୋମଣ କରିବୁଚାଷ କିଆରୀ
ବୁଣ ଖରୁଡିପକା ଖତ
ହୁଡା ଖଣ୍ଡିରେନଦେବୁ ହାତ
ଦୀର୍ଘ ହାତେପ୍ରତିହାତେ
ହିଡ ବାନ୍ଧିବୁଘାସ ସହିତେ
ଚଷା ଭାଇ ମାନରେ
ଯହିଁ ପାଣି ତହିଁ ଧାନରେ । "
ଅନନ୍ତବାବୁ ପ୍ରଣୟନ କରିଥିବା ବହୁଗ୍ରନ୍ଥ ସେତେବେଳେ ପାଠ୍ୟପୁସ୍ତକ ତଥା ପାଠାଗାରର ଉପାଯୋଗୀ ପୁସ୍ତକ ରୂପେ ପ୍ରଚଳିତ ଥିଲା ।ସେଥିମଧ୍ୟରୁ ଅଦ୍ୟାବଧି କେତୋ ଟି ପୁସ୍ତକ ବିଶ୍ବବିଦ୍ୟାଳୟ ସ୍ତରରେ ପ୍ରଚଳିତ, ଯଥା :
୧:-ଦମୟନ୍ତୀ : (୧୯୨୩) ସେ ସମୟରେ ଅଷ୍ଟମ, ନବମ ତଥା ଏଲିମେଣ୍ଟାରୀ ହାୟର ଟ୍ରେନିଂ ସ୍କୁଲ୍ରେ ପାଠ୍ୟ ବହିରୂପେ ଏବଂ ପାଠାଗାର ବହିରୂପେ ଗୃହିତ ହୋଇଥିଲା ।ଏହା ଲେଖଙ୍କର ଏବଂ ଉଚ୍ଚାଙ୍ଗ କୃତି ଭାବରେ ତତ୍କାଳୀନ ସମାଜରେ ପ୍ରଶଂସିତ ହୋଇଥିଲା । ଶଶିଭୂଷଣ ରାୟ, ନନ୍ଦକିଶୋର ବଳ, ଲକ୍ଷ୍ମୀନାରାୟଣ ସାହୁଙ୍କ ଭଳି ସାହିତ୍ୟିକମାନେ ଏହାର ଭୂରି ଭୂରି ପ୍ରଶଂସା କରିଥିଲେ । ଦୃଷ୍ଟାନ୍ତ ସ୍ବରୂପ :
"ଆପଣଙ୍କ ପ୍ରଣୀତ 'ଦମୟନ୍ତୀ' ଅତି ଉପାଦେୟ ଗ୍ରନ୍ଥ ହୋଇଛି । ଥରେ ପଢିବାକୁ ଆରମ୍ଭ କଲେ ସମଗ୍ର ପୁସ୍ତିକା ଶେଷ ନକରିବା ଯାଏଁ ତୃପ୍ତି ହୁଏ ନାହିଁ । ପୁଣି ଥରେ ପଢିସାରି ଆଉଥରେ ପଢିବାକୁ ଇଚ୍ଛାହୁଏ ।ଏହା ହିଁ ଉତ୍କୃଷ୍ଟ ରଚନାର ଅଭ୍ରାନ୍ତ ଲକ୍ଷଣ ।
ଆପଣଙ୍କର
ନନ୍ଦକିଶୋର ବଳ (BABT)"
"ଦମୟନ୍ତୀ ଆଖ୍ୟାନ ସମସ୍ତଙ୍କୁ ଜଣା । କିନ୍ତୁ ଦମୟନ୍ତୀ ପୁସ୍ତିକସ୍ଥିତ ମନୋବୃତ୍ତିର ନିପୁଣ ବିଶ୍ଳେଷଣରେ ସମସ୍ତ ଘଟଣା ରବିକରରେ ଜଳକଣାଭଳି ଏକାନ୍ତ ସମୁଜ୍ଜଳ