Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଫଳରେ ଗୋଟିଏ ବଡ଼ କାଠ ଆଲମାରୀ ଓ ଅନ୍ୟାନ୍ୟ ଉପକରଣ କିଣାଯାଇ ସ୍କୁଲରେ ବିଜ୍ଞାନାଗାର ଉଦ୍ ଘାଟିତ ହେଲା ।

ଜାତୀୟ ଦିବସ,ନାମଲେଖା ଅଭିଯାନ,ଇତ୍ୟାଦିରେ ସ୍ଲୋଗାନ୍ ଲିଖିବା,ପିଲାଙ୍କୁ ଶିଖାଇବା, ଶୋଭାଯାତ୍ରା ପରିଚାଳନା କରିବା,ସଭାସମିତିର ବ୍ୟବସ୍ଥା ସ୍କୁଲରେ କରି,ଲୋକ ପ୍ରତିନିଧି,ବିଶିଷ୍ଠ ନାଗରିକ, ବୁଦ୍ଧିଜୀବୀମାନଙ୍କୁ ସ୍କୁଲ୍ କୁ ନିମନ୍ତ୍ରଣ କରି ଛାତ୍ରଛାତ୍ରୀଙ୍କର ସାମାଜୀକ ଚେତନାର ଅଭିବୃଦ୍ଧି ଘଟାଇବା ସ୍କୁଲର ଅଭାବ ଅସୁବିଧା ପ୍ରତି ସହରର ପ୍ରଭାବଶାଳୀ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ତା'ର ପ୍ରତିକାର ମୂଳକ ପଦକ୍ଷେପ ନେବା ତାଙ୍କର ଯୋଜନାବଦ୍ଧ କର୍ମପନ୍ଥାର ଅନ୍ୟ ଏକ ଦିଗ ଥିଲା । ଜତୀୟ ଦିବସର ଶୋଭାଯାତ୍ରା ବେଳେ ଶାନ୍ତି ଶୃଙ୍ଖଳା ଓ ପରିପାଟୀ ପାଇଁ ସ୍କୁଲ୍ ସ୍କୁଲ୍ ମଧ୍ୟରେ ହେଉଥିବା ପ୍ରତିଯୋଗିତା ମାନଙ୍କରେ ମିଶ୍ରଙ୍କର ସ୍କୁଲ୍ ଅନେକଥର ପୁରସ୍କାର ପାଉଥିଲା ।

ଶିକ୍ଷକତା ପ୍ରତି ତାଙ୍କର ଯେ କେତେ ଆଗ୍ରହ ଓ ଆନ୍ତରିକତା ଥିଲା ଗୋଟିଏ ଘଟଣାରୁ ତାହା ଅନୁମେୟ । ୧୯୪୯ ମସିହାରେ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ମଧ୍ୟରୁ ସାକ୍ଷାତକାର ଜରିଆରେ ମନୋନୟନ କରି ସ୍କୁଲ୍ ସହକାରୀ ଉପ ପରିଦର୍ଶକ ନିଯୁକ୍ତି ପାଇଥିଲେ ସୁଦ୍ଧା ଶିକ୍ଷକତା ଛଡ଼ି ଯିବା ପାଇଁ କଣ୍ଠାବୋଧ କରିଥିଲେ ।

ଶିକ୍ଷକ, ଶିକ୍ଷାଦାନର ନୂତନ ପ୍ରଣାଳୀ ଓ କୌଶଳ ସହ ନିଜକୁ ପରିଚିତ କରିବା ପାଇଁ ବିଭିନ୍ନ ତାଲିମର ବ୍ୟବସ୍ଥା ହୋଇଥାଏ । ଶ୍ରୀ ମିଶ୍ର ଏଭଳି ତାଲିମ ପାଇଁ ଖୁବ୍ ଆଗ୍ରହୀ ଥିଲେ । ୧୯୫୬ ମସିହାରେ ସେ ଭ୍ରାମ୍ୟମାଣ ମୌଳିକ ତାଲିମ ଶିବିରରେ ମାସେ ବ୍ୟାପୀ ମୌଳିକ ତାଲିମ ପାଇଥିଲେ । ୧୯୬୧ରେ ଜୟପୁର ଶିକ୍ଷା ସର୍କଲର ମୌଳିକ ଶିକ୍ଷା-ପରିଦର୍ଶକ ଭାବେ ସେ ଯୋଗ ଦେଇଥିଲେ । ପ୍ରାଥମିକ ଛାତ୍ରମାନଙ୍କୁ ଇଂରେଜୀ ପଢ଼ାଇବାର ସ୍ୱତନ୍ତ୍ର ପ୍ରଣାଳୀର ପ୍ରୟୋଗ ପାଇଁ ସେ ଦୁଇଥର ଇଂଲିଶ୍ ଓରିଏଣ୍ଟେସନ୍ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଶିଶୁମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ସଂଗେ ସଂଗେ ଗୋଷ୍ଠି ଜୀବନ ତଥା ସଂସ୍କୃତି ସହ ପରିଚିତ କରାଇବା ପାଇଁ ବାର୍ଷିକ ଉତ୍ସବ, ଗଣେଶ ପୂଜା, ସରସ୍ୱତୀ ପୂଜା ସମୟରେ ନାଟକାଭିନୟର ଆୟୋଜନ ସେ କରୁଥିଲେ । ଶିଶୁମାନେ ଏଥିରୁ ଆନନ୍ଦ ତଥା