ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଛବି

"ପ୍ରତିଭାଦୀପ୍ତ ଶିକ୍ଷକୀୟ ବ୍ୟକ୍ତିତ୍ୱ ଫକୀରମୋହ ନ ସେନାପତି"

ଡ଼କ୍ଟର ରବୀନ୍ଦ୍ର କୁମାର ପ୍ରହରାଜ

ଓଡ଼ିଆ ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ ନିମ୍ନପ୍ରାଥମିକ ଶ୍ରେଣୀରେ ଗଦ୍ୟ ପଢ଼ାଉଥିଲେ ଏହିପରି : " କୈ।ଣସି ଦିନରେ କି କେହି ଅହ୍ନରେ, ଗୋଟିଏ କାଳ କି ଏକ ଗୋଟି ବୟସ, ଖଣ୍ଡିଏ ମାଂସ କି ଖଣ୍ଡିଏ ଫଳ ମୁଖରେ ଧରି କି ବଦନରେ ଧାରଣ କରି ଗୋଟାଏ ବୃକ୍ଷ କି ଏକଗୋଟା ମଢ଼ିରୁହ ଡାଳରେ କି ଶାଖାରେ ବସିଥିଲା କି ଇପବେଶନ କରିଥିଲା । " ଏଭଳି ପାଠଦାନର ସମୟ ଥିଲା ୧୮୬୨ ମସିହା, ସ୍ଥାନ ବାଲେଶ୍ୱରସ୍ଥ ବାରବାଟୀ ସ୍କୁଲ୍, ଅଧ୍ୟାୟୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ବ୍ରଜମୋହନ ଓରଫ ଫକୀରମୋହ୍ ନ ସେନାପତି । ସେ ଅବଶ୍ୟ ସେହି ଶ୍ରେଣୀର ବାର୍ଷିକ ପରିକ୍ଷାରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେଲେ, ମାତ୍ର ଅନ୍ତର୍ନିହିତ ପ୍ରତିଭା, ଅଧ୍ୟବସାୟ ଓ ଅଧ୍ୟୟନ ବଳରେ ସେ ଏ ପ୍ରକାର ପାଠଦାନରର ଅସାରତା ତଥା ହାସ୍ୟସ୍କରତାକୁ ଉପଲବ୍ଧି କରିପାରିଥିବାରୁ କେବଳ ଶିକ୍ଷକ ଭାବରେ ସୁନାମ ଅର୍ଜନ କଲେ, ତାହା ନୁହେଁ, ସେ ଏକାଧିକ ପାଠ୍ୟପୁସ୍ତକର ରଚିୟତା । ଉନ୍ନତ ଓ ପରିଚ୍ଛନ ପଠନରୀତିର ପ୍ରୟୋଗ କରିପାରିଥିବା ହେତୁ ଅନତି ବିଳମ୍ବେ ସେ ସହକାରୀ ଶିକ୍ଷକ ପଦକୁ