ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୯୦୭ ମସିହାରୁ ପୁଣି କଟକ ଗୁରୁ ଟ୍ରେନିଂ ସ୍କୁଲରେ କିଛି ଦିନ ପାଇଁ ସେ କାର୍ଯ୍ଯ କରେଥିଲେ ଏବଂ ଦ୍ବିତୀୟ ଥର ପାଇଁ ପୁରୀ ନ ଜିଲ୍ଲାସ୍କୁର ଯେତେବେଲେ ତାଙ୍କର ବଳଳି ହେଲା ସ୍ବାସ୍ଥ୍ଯ ଗତ ଅସୁବିଧା ଦୃଷ୍ଟିରୁ ତାଙ୍କ ଅନୁରୋଧ କ୍ରମେ ତାଙ୍କୁ ବାଲେଶ୍ବର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକରୁପେ ଅବସ୍ଥିତ କରାଯାଇଥିଲା। ୧୯୧୯ମସିହାରୁ ୧୯୨୪ମସିହା ପର୍ଯ୍ଯନ୍ତ ସେ ବାଲେଶ୍ବରରେ ଦକ୍ଷତାର ସହ କାର୍ଯ୍ଯ ସେହିଠାରେ ଅବସର ଗ୍ରହଣ କରିଥିଲେ ।

ଚନ୍ଦ୍ରମୋହନ ଏକାଧାରାରେ ଜଣେ ଆଦର୍ଶ , ଦକ୍ଷଶିକ୍ଷକ ଓ ସୁସାହିତ୍ଯକ ଭାବେ ଓଡ଼ିଶାରେ ଜଣାଶୁଣା । ଓଡ଼ିଶାର ପାଠ୍ଯପୁସ୍ତକର ଘୋର ଅଭାବ ସମୟ ରେ ତାଙ୍କର ସୁମହତ୍ ଚେଷ୍ଟା ଏକାନ୍ତ ସ୍ମରଣଜଯୋଗ୍ଯ । ଉଚ୍ଚଶିକ୍ଷିତ ବଙ୍ଗାଳୀମାନେ ପଦସ୍ଥ ସାହେବମାନଙ୍କୁ ଓଡ଼ିଆ ପାଠ୍ଯ ପୁସ୍ତକ ର ଅଭାବ ଦର୍ଶାଇ ଓଡ଼ିଶାର

ଭର୍ଣ୍ଣାକୁଲାଇ ସ୍କୁଲମାନଙ୍କରେ ବଙ୍ଗାଳା ଭାଷା ପ୍ରଚଳନ

ଚେଷ୍ଟାରେ ଓଡ଼ିଆ ଭାଷା ଆସନ୍ନ ବିପଦରୁ ରକ୍ଷା ପାଇଥିଲେ ,ସେମାନେଙ୍କ ମଧ୍ଯରେ ଚନ୍ଦ୍ରମୋହନ ମହାରଣା ଥିଲେ ଅନ୍ଯତନ; ତାଙ୍କ ଲିଖିତ ଅନେକ ଓଡ଼ିଆ ବହିପାଠ୍ଯପୁସ୍ତକ ର ମାନ୍ଯତା ପାଇଥିଲେ। ର ଅଧାନାଥଙ୍କ ସମସାମୟିକ ଭାବେ ଅଥବା ତାଙ୍କ ପରବର୍ତ୍ତୀ ସମୟତରେ ଯେଉଁ କେତେଜଣ ସ୍ବନାମଧନ୍ଯ ବାଣିସାଧକ ଉଭୟ ଗଦ୍ଯ ଓ ପଦ୍ଯ ରଚନାରେ ବିଶେଷ କୃତିତ୍ବ ପ୍ରଦର୍ଶନ କରେଛନ୍ତି ତନ୍ମଧ୍ଯରୁ ସ୍ବର୍ଗତ ଚନ୍ଦ୍ରମୋହନ ମହାରଣା ଅନ୍ଯତମ । ଜଣେ ନିୟମିତ ପାଠ୍ଯପୁସ୍ତକ ଲେଖକ ହିସାବରେ ସେ ସୁପରିଚିତ ଥିଲେ ।ଉଭୟ ଓଡ଼ିଆ ଓ ଇଁରେଜୀ ବ୍ଯାକରଣରେ ତାଙ୍କର ବିଶେଷ ପ୍ରବେଶ ଥିବାରୁ ତାଙ୍କୁ ମୁଖ୍ଯୁତଃ ଜଣେ ବୈୟାକରଣିକ ବୋଲି କୁହାଯାଉଥିଲା । ସେ ପଦ୍ଯ ଓ ଗଦ୍ଯ ବ୍ଯତୀତ ନିମ୍ନ ପ୍ରାଥମିକ ଶ୍ରେଣୀଠାରୁ ଆରମ୍ଭ କରି ଉଚ୍ଚସଶ୍ରେଣୀର ଅଧ୍ଯାପନା ନିମିତ୍ତ ଏକାଧିକ ବ୍ଯାକରଣ ପୁସ୍ତକ ରଚନା କରିଛନ୍ତି । ୧୯୧୦ ମସିହାରେ ପ୍ରଥମ "ଓଡ଼ିଆ ବ୍ଯାକରଣ " ପ୍ରକାଶିତ ହୋଇଥିଲା ଓ ଏହା ପଞ୍ଚମ ଶ୍ରେଣୀର ପାଠ୍ଯକ୍ରମ ପାଇଁ ଉଚ୍ଚଶିକ୍ଷା ଡାଇରେକ୍ଟରଙ୍କ ଦ୍ବାରା ନିର୍ବାଚନା ହୋଇଥିଲା । ତାଙ୍କର "ରଚନା ଶିକ୍ଷା " ନାମକ ତାଙ୍କର ଆଉ ଏକ ପାଠ୍ଯପୁ୍ସ୍ତକ ପ୍ରାଥମିକଶ୍ରେଣୀ ରେ ଚଳୁଥିଲା । ଚିନ୍ତାମୂଳକ , ବର୍ଣ୍ଣାନାମୂଳକ ତଥ୍ଯ ମୂଳକ ପ୍ରବନ୍ଧ ସବୁ ଉଲ୍ଲିଖିତ ପ୍ରବନ୍ଧ ପୁସ୍ତକ ରେ ସନ୍ନିବେଶିତ ହୋଇଥିଲା । ଜଣେ ଉଚ୍ଚକୋଟିର ଶିକ୍ଷାବିତ୍ ଭାବେରେ ଅଧ୍ଯାପନା ସଂଜାତ ଅଭିଜ୍ଞତା ନେଇ ସେ ଯେଉଁ ଅଭାବ ଓ ଆବଶ୍ଯକତା ଅନୁଭବ କରୁଥିଲେ , ତାହାକୁ ପୂରଣ କରିବା ନିମିତ୍ତ ପାଠ୍ଯପୁସ୍ତକ ଲିଖନରେ ମନୋନିବେଶ କରିଥିଲେ ।