ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରଶୁରାମ ବର୍ମା ଥିଲେ ଯଥାର୍ଥରେ ଚିର ଶିକ୍ଷକ ଓ ସାଧକ । ପ୍ରବୀଣ ଶିକ୍ଷାବିଦ୍ ଦିବ୍ୟସିଂହ ପଟ୍ଟନାୟକଙ୍କ ଭାଷାରେ ନିଜର କୁଟୁମ୍ବ ନଥାଇ ସେ ଥିଲେ ବ‌ହୁକୁଟୁମ୍ବୀ । ସେ ସମସ୍ତଙ୍କର ସୁଖଦୁଃଖର ସାଥୀ ଓ ବିପଦ ଆପଦର ବଂଧୁ । ସେ ଥିଲେ ସ‌ହସ୍ର ଆବାଳବୃଦ୍ଧ ବନିତାଙ୍କର ସ‌ହାୟକ,ବଂଧୁ ଓ ପଥ ପ୍ରଦର୍ଶକ। ସମାଜର ସର୍ବାଙ୍ଗୀନ ବିକାଶ ଏବଂ ମଣିଷ ଜୀବନରେ ଇହ ଓ ପରକାଳର ମଙ୍ଗଳ ସାଧନରେ ସେ ସର୍ବଦା ବ୍ରତୀ ଥିଲେ । ତାଙ୍କର ସ୍ନେହଶ୍ରଦ୍ଧା ଓ ସାଧନା ଥିଲା ବିଶ୍ୱଜନୀନ ଓ ବିଶ୍ୱପ୍ରେମ ଆଧାରିତ ।


ଡାକ୍ତର ରାଧାଚରଣ ପଣ୍ଡା ଯଥାର୍ଥରେ ଲେଖିଥିଲେ ," ଓଡିଶାର ଅତି ବୟୋଜୈଷ୍ଠ ଓ ପ୍ରବୀଣ ଶିକ୍ଷକ ଲକ୍ଷେ ଗୁରୁଙ୍କରେ ମଉଡମଣି ପରଶୁରାମ ବର୍ମା ୯୨ ବର୍ଷରେ ତା ୧୮. ୬ .୭୨ ତାରିଖ ଦିନ ତାଙ୍କର ନିଜ ପୁରୀଘରେ ଇହଧାମରୁ ଚାଲିଯାଇଛନ୍ତି ।"ପରଶୁରାମଙ୍କ ପବିତ୍ର ସ୍ମୃତି ଓ କୃତି ଆମର ଚିରସ୍ମରଣୀୟ । ସେ ସମଗ୍ର ଶିକ୍ଷକ ସମାଜର ଆଦର୍ଶ ଓ ବନ୍ଦନୀୟ ।