ହିନ୍ଦୀ ହେଲେ ମଧ୍ୟ ତା'ର ଶିରୋନାମ ଥିଲା ଓଡ଼ିଆ ଭାଷାରେ -"ଦେଶ ଗୁଣେ ବେଶ ଗୁରୁ ଶିଷ୍ୟ" । ରାଷ୍ଟ୍ରପତି ପୁରସ୍କାର ମିଳିବା ପରେ ତାଙ୍କୁ ଜିଲ୍ଲାର ବହୁ ସ୍ଥାନରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେ କେନ୍ଦୁଝର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଆଉ ଶିକ୍ଷକ ସମାଜଲାଗି ଅନେକ ଗଠମୂଳକ କାର୍ଯ୍ୟ କରିଯାଇଛନ୍ତି ।
କେବଳ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଜଣେ ନିଷ୍ଠପର କୃତା ଶିକ୍ଷକ ଭାବେ ସେ ଯେ ସ୍ମରଣୀୟ ହୋଇ ରହିବେ, ତାହା ନୁହେଁ । କେନ୍ଦୁଝରରେ ଶିକ୍ଷା ପ୍ରସାର ଓ ଉଚ୍ଚଶିକ୍ଷାର ଉନ୍ମେଷ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ । ତାଙ୍କର ସୀମିତ ସମ୍ବଳ ମଧ୍ୟରେ ତାଙ୍କ ନିଜ ପରିବାର ସହିତ କେତେଜଣ ଛାତ୍ରଙ୍କୁ ରଖି ସେ ସେମାନଙ୍କୁ ହା.ଇ.ସ୍କୁଲ୍ରେ ପଢ଼ିବାରେ ସହାୟତା କରିଛନ୍ତି । କେନ୍ଦୁଝରର ତତ୍କାଳୀନ ଜିଲ୍ଲାପାଳ ଡ଼ଃ ବି.ଭେଙ୍କଟରମଣ ଅର.ଏ.ଏସ୍.ଙ୍କ ଉଦ୍ୟମ ଓ ସଚେତନ ଜନତାଙ୍କ ସହଯୋଗରେ ଯେତେବେଳେ କେନ୍ଦୁଝରରେ କଲେଜ ଆରମ୍ଭ ହେଲା ସେଥିରେ ତାଙ୍କର ସହଯୋଗ ଅତୁଳନୀୟ । ତାଙ୍କରି ଉଦ୍ୟମରେ ଢ଼େଙ୍କାପୁରର ବ୍ରାହ୍ମଣମାନଙ୍କଠାରୁ କଲେଜ ପାଇଁ ଅଧିକାଂଶ ପରିମାଣର ଜମି ବିନା ମୂଲ୍ୟରେ ଦାନସୂତ୍ରେ ମିଳି ପାରିଥିଲା ଦୁଃଖର କଥା, ଏହା କଲେଜରେ କୌଣସି ଐତିହାସିକ ବିବରଣୀରେ ସ୍ଥାନ ପାଉନାହିଁ ।
ସେ ଥିଲେ କେନ୍ଦୁଝର ଗଡ଼ର ତିନି ପୀଢ଼ିର ଶିକ୍ଷକ, କେତେକ ପରିମାଣରେ ବାପ, ପୁଅ ଓ ନାତି ତିନି ପୀଢ଼ିଯାକ ତାଙ୍କର ଥିଲେ ଛାତ୍ର, ନିଜ ସ୍କୁଲର ଛାତ୍ର ପୁରାତନ ଛାତ୍ର ପ୍ରତ୍ୟେକଙ୍କ ପାଇଁ ତାଙ୍କର ଯେଉଁ ବାତ୍ସଲ୍ୟ ପ୍ରତିପାଦିତ ହେଉଥିଲା ତା'ର ତୁଳନା ନାହିଁ । ମୁଁ ତାଙ୍କ ସ୍କୁଲ୍ର ଛାତ୍ର ନ ଥିଲି । କିନ୍ତୁ ମୁଁ ତାଙ୍କର ଛାତ୍ର ଥିଲି, ମୋ ପ୍ରତି ତାଙ୍କର ଚିରକାଳ ଅତୁଟ ସ୍ନେହ ଓ ଅକୁଣ୍ଠିତ ଆଶୀର୍ବାଦ ଥିଲା । ମୋ ଭଳି ତାଙ୍କର ଶହ ଶହ ଛାତ୍ରଙ୍କୁ ଅକୁଣ୍ଠ ସେ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ କରୁନଥିଲେ । ସେ କେନ୍ଦୁଝର ଗଡ଼ର ବିଭିନ୍ନ ପ୍ରାଥମିକ ସ୍କୁଲ୍ର ପ୍ରଧାନ ଶିକ୍ଷକ ଥାଇ ସ୍କୁଲ୍ମାନଙ୍କର ଅନେକ ଉନ୍ନତି କରି ଯାଇଛନ୍ତି । ପରିଶେଷରେ ତାଙ୍କୁ ୧୯୬୪ ମସିହାର ଶେଷ ତାରିଖରେ ସ୍ୱକାର୍ଯ୍ୟରୁ ଅବସର ଗ୍ରହଣ କରିବାକୁ ପଡ଼ିଲା । ସରକାର ତାଙ୍କୁ ସିନା ଅବସର ଦେଲେ କିନ୍ତୁ କେନ୍ଦୁଝରର ବିଭିନ୍ନ ସାଂସ୍କୃତିକ, ସାରସ୍ୱ, ଆଧ୍ୟାତ୍ମିକ ଅନୁଷ୍ଠାନମାନେ ତାଙ୍କୁ ଆପଣାର କରିନେଲେ । ସେ ୧୯୮୭ ମସିହା ଡ଼ିସେମ୍ବର ପହିଲା ଦିନ ଶେଷ ନିଃଶ୍ୱାସ ତ୍ୟାଗ କଲେ । ତାଙ୍କର ଆତ୍ମା ପରମାତ୍ମଙ୍କ ଶ୍ରୀଚରଣରେ ଲୀନ ହୋଇଗଲା । ସେ ଶିକ୍ଷା ଜଗତର କିମ୍ବଦନ୍ତୀ ପୁରୁଷ ହୋଇ ରହିଗଲେ । କୃତୀ ଶିକ୍ଷକ ଭାବେ ସେ ଅବଶ୍ୟ ତାଙ୍କ ଗୁଣଗ୍ରାହୀମାନଙ୍କ ସ୍ମୃତି ଆକାଶରେ ସମୁଜ୍ଜଳ ନକ୍ଷତ୍ର ରୂପେ ଦେଦୀପ୍ୟମାନ ରହିବେ ।
୧୩୭