ତନ୍ତକଳ ସମବାୟ ସମିତି ଓ ଖୋର୍ଦ୍ଧା ତନ୍ତୁବାୟ ସମିତିର ସଭାପତି ରୂପେ ସେ କାର୍ଯ୍ୟ କରିଥିଲେ । ପ୍ରଥମ ଅବସ୍ଥାରେ ଗଞ୍ଜାମ ଓ ପୁରୀ ଜିଲ୍ଲାଶିକ୍ଷକ ସଂଘର ସଭାପତି ଏବଂ ପରେ ପ୍ରାୟ ଦଶ ବର୍ଷ ଧରି ୧୯୬୮ ମସିହା ପର୍ଯ୍ୟନ୍ତ ରାଜ୍ୟ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ରହି ସେ ରାଜ୍ୟର ଶିକ୍ଷକ ସମାଜକୁ ସଂଘବଦ୍ଧ କରିବା ପୂର୍ବକ ସେମାନଙ୍କ ଅବସ୍ଥାର ଉନ୍ନତି ନିମିତ୍ତ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ଶିକ୍ଷାର ପ୍ରସାର ପାଇଁ ସଫଳ ଉଦ୍ୟମ କରିଥିଲେ । ଫଳ ସ୍ୱରୁପ ରାଜ୍ୟର ୧୪୨ଟି 'ଗ' ଶ୍ରେଣୀଭୁକ୍ତ ହାଇସ୍କୁଲ୍କୁ ୧୯୬୯ ମସିହାରେ 'କ' ଶ୍ରେଣୀୟ ସରକାରୀ ହାଇସ୍କୁଲ୍ରେ ପରିଣତ କରାଯାଇଥିଲା ।
୧୯୬୯ ମସିହା ଜୁଲାଇ ମାସ ୫ ତାରିଖରେ ବିଦ୍ୟସିଂହ ବାବୁ ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦରୁ ଅବସର ଗ୍ରହଣ କଲେ । ଅବସର ଗ୍ରହଣ କରିବାଠାରୁ ପରଲୋକ ଗମନପର୍ଯ୍ୟନ୍ତ ସେ ଆଧ୍ୟାତ୍ମିକ ସାଧନାରେ ନିମଗ୍ନ ଥିଲେ । ପୂର୍ବରୁ ସେ ସ୍ୱାମୀ ଶିବାନନ୍ଦଙ୍କ ସଂସ୍ପର୍ଶରେ ଆସିଥିଲେ । ଖୋର୍ଦ୍ଧାରେ 'ଗୀତା ଗବେଷଣା ପରିଷଦ' ପ୍ରତିଷ୍ଠା କରି ଆଧ୍ୟାତ୍ମିକ ଭାବଧାରାର ପ୍ରସାର କରିଥିଲେ, ଖୋର୍ଦ୍ଧା ସହରର କେନ୍ଦ୍ର ସ୍ଥଳରେ 'ଗୀତାଭଜନ' ତାଙ୍କର ପ୍ରଗାଢ଼ ଉଦ୍ୟମ ଯୋଗୁଁ ପ୍ରତିଷ୍ଠିତ ହୋଇପାରିଥିଲା । ସେ ଭଗବାନ ତଥା ଭକ୍ତଙ୍କର ଗୁଣାବଳୀ ସଂଗ୍ରହ କରି ଏକ ପୁସ୍ତକ ରଚନା କରିଛନ୍ତି ।
ମହାନ୍ ଶିକ୍ଷାବିତ୍, କର୍ମଯୋଗୀ, ସମାଜ ସଂସ୍କାରକ, ଧର୍ମଜ୍ଞ, ନୀତିବାନ୍ ଦିବ୍ୟସିଂହ ପଟ୍ଟନାୟକ ଜୀବନର ଅନ୍ତିମକ୍ଷଣ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲେ । କିନ୍ତୁ ୧୯୭୭ ମସିହା ଅଗଷ୍ଟ ୬ ତାରିଖ ଦିନ ହଠାତ୍ ଗୁରୁତର ଭାବେ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇ ସେ ଦେହ ତ୍ୟାଗ କଲେ । କଥା ଓ କାର୍ଯ୍ୟ, ଆଦର୍ଶ ଓ କର୍ତ୍ତବ୍ୟ ମଧ୍ୟରେ ସମନ୍ୱୟ ଆଣିଥିବା ଦିବ୍ୟସିଂହ ପଟ୍ଟନାୟକ ଓଡ଼ିଶାର ଶିକ୍ଷକମଣ୍ଡଳୀର ଏକ ଅନିର୍ବାଣ ଆକୋକସ୍ତମ୍ଭ । ତାଙ୍କର କୃତି ଓ ସ୍କୃତି ଚିର ଅମ୍ଲାନ ଓ ଜାଜ୍ଜ୍ୱଲ୍ୟମାନ ।
୧୧୬