ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଦୁହେଁ ଅଫିସକୁ ଗଲୁ ।ସେଠାରେ ସେ ମୋତେ ହସି ହସି କହିଲେ,'କୁନି ପିଲାଟିଏ ଯାଉ ଯାଉ ବାରଣ୍ଡାରେ ଝାଡା ଫେରିଦେଲା । କୌଣସି ଶିକ୍ଷକ ଶିକ୍ଷକା ସେଥିକୁ ନଜର ଦେଲେ ନାହିଁ । ଶେଷରେ ବାରଣ୍ଡାକୁ ସଫା କରିବା କାମ ମୋ ହାତକୁ ଆସିଲା ।" ୧୯୮୨ ମସିହାରେ ଦ ଡ ହରେକୃଷ୍ଣ ମହତାବଙ୍କ ପ୍ରେରଣାରେ ଓ କଟକରେ ପ୍ରଜାତ ପ୍ରଚାର ସମିତି ଆନୁକୂଲ୍ଯତରେ ସମ୍ବଲପୁରରୁ "ଦୈନିକ ହିରାଖଣ୍ଡ " ଆତ୍ମ ଫ୍ରକାଶ କଲା । ହିରାଖଣ୍ଡର ରବିବାର ସଂଖ୍ଯାରେ ଶିଶୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସାହିତ୍ଯ ବିଭାଗ 'କଳିକା' ସ୍ଥାନ ପାଇଲା । ପଶ୍ଚିମାଞ୍ଚଳରେ ଶିଶୁ ସାହିତ୍ଯର ଉନ୍ନତି କଳ୍ପେ ପଣ୍ଡା ମହାଶୟ କାମ କଲେ । ଧାରାବାହିକ ଭାବେ ତାଙ୍କ ରଚିତ ଗଳ୍ପ ଓ ଶିଶୁ ପ୍ରବନ୍ଦ 'କଳିକା' ରେ ସ୍ଥାନ ପାଇଲା । ୧୯୮୩ ମସିହାରେ ବସନ୍ତ ଉସ୍ପବ ଅବସରରେ ବିଶିଷ୍ଟ ଶିଶୁ ସାହିତ୍ଯିକରୂପେ ହୀରାଖଣ୍ଡ ତରଫରୁ ପଣ୍ଡା ମହାଶୟଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରୀ ଅରବିନ୍ଦ ପୂଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ଯକ୍ଷ ଥିବା ସମ୍ୟରେ ପଣ୍ଡା ମହାଶୟ ପିଲାମାନଙ୍କ ପାଇଁ ବହୁ ଶିକ୍ଷଣୀୟ ପୁସ୍ତକ ରଚନାରେ ମନୋନିବେଶ କରିଥିଲେ ସେଗୁଡିକ ମଧ୍ଯରୁ ଅଧିକାଂଶ ସେ ଅଞ୍ଚଳରେ ପିଲାମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି । ପଣ୍ଡା ମହାଶୟ ତାଙ୍କ ଅର୍ଦ୍ଧଶତାଦ୍ଦୀରୁ ଅଧିକ ଶିକ୍ଷାଦାନ କାଳରେ ଅଧିକାମଶ ଶିକ୍ଷାର୍ଥୀଙ୍କୁ ମଣିଷପରି ମଣିଷକରି ଗଢିଛନ୍ତି । ଆଜି ସେହିଛାତ୍ରମାନଙ୍କ ମଧ୍ଯରୁ ଅନେକେ ଓଡିଶାର ଦକ୍ଷ ପ୍ରଶାସକ ,ସଫଳ ଆଇନଞ,ରାଜନୀତିଙ ଓ ଶିକ୍ଷାବିତ୍ ରୂପେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି ।

ଅଧୁନା ଅଶୀବର୍ଷ ଅତିକ୍ରମ କରିଥିବା ଏହି ଯୁବ ସୁଲଭ ବୃଦ୍ଧଙ୍କୁ ଦିନେ ଉକ୍ତ ଲେଖକ ତାଙ୍କ ଜୀବନର ସଫଳତାର ଚାବିକାଠି ସମ୍ପର୍କରେ ପ୍ରଶ୍ନ୍ କରିଥିଲେ । କୃତୀ ଶିକ୍ଷକ ପଣ୍ଡା ହସି ହସି ଯେଉଁ ଉତ୍ତର ଦେଇଥିଲେ ,ତା'ର ସାରମର୍ମ ହେଲା : ଭଗବତ ପରାୟଣ ହୋଇ କର୍ମ କରିଗଲେ ଉର୍ଦ୍ଧରୁ ଭଗବାନ୍ ଅନୁକୁମ୍ପା ସ୍ୱତ ଆସିଥାଏ । ତାହାହିଁ ଘଟିଛି ମୋର ଜୀବନରେ, ମୋର ଶିକ୍ଷାଦାନରେ,ମୋର ସାଧନାରେ ।

୨୨୮