"ଭଂଜନଗର ସ୍କୁଲ୍ରେ ବହୁ ସଂଖ୍ୟକ ମଫସଲ ଅଞ୍ଚଳର ଗରିବ ଛାତ୍ର ପଢ଼ୁଥିଲେ । ପ୍ରତ୍ୟେକ ମାସ ୧୫ ତାରିଖରେ ସ୍କୁଲଦେୟ ଦେବାକୁ ହୁଏ । ଜଣେ ପିଲାର ପଢ଼ାରେ ଶ୍ରଦ୍ଧାଥିବାରୁ ତାର ଗରିବ କୃଷକ ପିତା ପିଲାକୁ ଦୁଃଖ କଷ୍ଟେ ବରାବର ଖର୍ଚ୍ଚ ଦେଉଥାଏ । ପିଲାଟି ୧୦ମ କ୍ଲାସ ପର୍ଯ୍ୟନ୍ତ ଉଠିଲା । ସେହିମାସ ଦେୟ ଦେବାଦିନ ପହଞ୍ଚିବାରୁ ଖୁଣ୍ଟା ଖୁଣ୍ଟା ସରିଥିବା ଆମ୍ବଗଛ ଗୋଟିକର ଅଗ୍ରଭାଗରେ କେତୋଟି ପକ୍ବଫଳ ଦେଖି ଗରିବ ଚାଷୀଲୋକଟି ସେଗୁଡ଼ିକୁ ଖୁଣ୍ଟିବା ପାଇଁ ଉଦ୍ୟମ କଲା । ଆମ୍ବ ଆକାରରେ ବଡ଼ ,ମିଠା ମଧ୍ୟ । ଚାରି ପାଞ୍ଚ ପଇସା ହେବ । ପୁଅର ଦେୟ ଦିଆଯିବ । ଖୁଣ୍ଟା ଶେଷ ହେବାକୁ ଥିଲା ,ଏପରି ସମୟରେ ଗୋଡ଼ ଭରାଥିବା ପୁଆଟି ଛିଡ଼ିଯିବାରୁ ତଳେ ପଡ଼ିଗଲା । ଆଖପାଖରେ ଥିବା ଲୋକେ ଦୌଡ଼ିଯାଇ ଦେଖିଲେ ପ୍ରାଣ ନାହିଁ । ଖବର ରାଷ୍ଟ୍ର ହେଲା । ଗ୍ରାମବାସୀ ଆସିଲେ । ପୁଅ ମଧ୍ୟ ଆସିଲା ,ଦେଖିଲା ସର୍ବନାଶ ।
ଭଂଜନଗର ଉଚ୍ଚପ୍ରାଥମିକ ସ୍କୁଲ୍ ରେ ଥରେ ଜଣେ ପ୍ରତିଭାଶାଳୀ ଛାତ୍ର ହାତଲେଖା ମାସିକ ପତ୍ରିକା ପାଇଁ କିଛି ଲେଖା ମାଗିଲେ । ପିଲାଟିର ବାରମ୍ବାର ଅନୁରୋଧ ରକ୍ଷାକରି 'ମୁଁ ଛାତ୍ର' ଶିରୋନାମାରେ ଗୋଟିଏ କବିତା ଲେଖିଥିଲି , ସେଇଟି ତାକୁ ଦେବା ପାଇଁ ଖୋଜିଲି । ତାର ନାମ ମୂରଲୀ ଶାସମଲ । ଇତର ଛାତ୍ମାନେ ଯାଇତାକୁ ଖୋଜିଲେ । ତାର ଦେଖାମିକିଲା ନାହିଁ । ଶୁଣାଗଲା ଯେ ସେ ଇହଧାମରେ ନାହିଁ । ସ୍କୁଲରେ ଶୋକର ଛାୟା ଖେଳିଗଲା ,ସମସ୍ତେ ଦୁଃଖ କଲେ, କାହିଁକି କେଜାଣି , ମୁଁ ଆଜି ପର୍ଯ୍ୟନ୍ତ ତାକୁ ଭୁଲି ପାରୁନାହିଁ ।"
ଏ ଘଟଣା ଦ୍ବୟ କାଳ୍ପନିକ ନୁହେଁ । ଜଣେ ଶିକ୍ଷକର ଆତ୍ମଜୀବନୀରୁ ଉଦ୍ଧୃତ । ଅସଂପୂର୍ଣ୍ଣ ଓ ସଂକ୍ଷିପ୍ତ ଏ ଆତ୍ମଜୀବନୀ ୯୦ ବର୍ଷ ବୟସରେ ଲିଖିତ ଖୋଜନ୍ତୁ, ଏପରିକି ଶିକ୍ଷକଟିଏ , ଯେ ତାର ଛାତ୍ରମାନଙ୍କର ସ୍ମୃତିକୁ ଜୀବନସାରା ଏପରି ସୁମରି ହେଉଥିବ ।