ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କଳାକାର ଶିକ୍ଷକ ବିଷ୍ଣୁ ଚରଣ ମିଶ୍ର

ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ

କୁଜଙ୍ଗ ଅଞ୍ଚଳର ଚଟୂଆ ଗ୍ରାମରେ ୧୯୧୫ ମସିହାରେ ସ୍ୱର୍ଗତ ବିଷ୍ଣୁଚରଣ ମିଶ୍ରଙ୍କର ଜନ୍ମ । ଯେଉଁ ଯେଉଁ ବିଦ୍ୟାଳୟରେ ସେ କାର୍ଯ୍ୟ କରି ଆସିଥିଲେ ସେଠାରେ ସେ ଲୋକ ସାଧାରଣରେ 'ବିଷ୍ଣୁ ମିଶ୍ର-ହେଡ଼୍ ମାଷ୍ଟର୍' ନାମରେ ପରିଚିତ ଥିଲେ । କୌଣସି ବିଦ୍ୟାଳୟରେ ୨/୩ ବର୍ଷରୁ ଅଧିକ କାର୍ଯ୍ୟକରିବା ତାଙ୍କ ଜାତକରେ ନ ଥିଲା । ତାଙ୍କ କର୍ମଧାରା, ଜୀବନ ଦର୍ଶନ, ସ୍ୱାଭିରୁଚି ଓ ବ୍ୟକ୍ତିତ୍ୱ ଦୀର୍ଘକାଳ କୌଣସି ପରିଚାଳନା ସଂସ୍ଥା ସହ ଏକମେଳ ହୋଇ ରହିବା ଲାଗି ଅନୁକୂଳ ନ ଥିଲା; କାରଣ ପ୍ରତ୍ୟେକ ବିଷୟରେ ତାଙ୍କର ଥିଲା ଲକ୍ଷଣୀୟ ସ୍ୱାତନ୍ତ୍ର୍ୟ ।

୧୯୪୯ ମସିହା । ଗ୍ରୀଷ୍ମାବକାଶ ପରେ ପଣ୍ଡୁଆ ମଧ୍ୟଇଂରାଜୀ ବିଦ୍ୟାଳୟ ଯଥାରୀତି ଶିକ୍ଷାଦାନକାର୍ଯ୍ୟରେ ମୁଖରିତ ହେବାକୁ ଆରମ୍ଭ କରିଥାଏ । ମୋର ମାଇନର୍ ଶେଷବର୍ଷ ଅର୍ଥାତ୍ ସପ୍ତମ ଶ୍ରେଣୀ । ମୁଁ ମୋର ପୂର୍ବ ଅଭ୍ୟାସ ଅନୁଯାୟୀ ପ୍ରାୟ ପନ୍ଦରଦିନ ବିଳମ୍ବରେ ଏକମାତ୍ର ପୁଅ ପୁଣି ଭାରି ଗେଲବସର ହୋଇଥିବାରୁ ବୋଉ ଓ ଘରୁ ଅଶ୍ରୁଳ ବିଦାୟ ନେଇ ଆମ ଘରଠାରୁ